ଛତ୍ରପୁର ରୋଗୀ କଲ୍ୟାଣ ସମିତି ର ଆନୁଷ୍ଠାନିକ ବୈଠକ !

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ସେମିନାର ହଲରେ ରୋଗୀ କଲ୍ୟାଣ ସମିତି ର ଏକ ଆନୁଷ୍ଠାନିକ ବୈଠକ ମେଡିକାଲ ସୁପରିନଟେନଡଣ୍ଟ ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ହସ୍ପିଟାଲ ର ଭିତ୍ତିଭୂମି କୁ ଆଧାର କରି ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରିବା ଦିଗରେ ପ୍ରାଥମିକତା ଦିଆଯିବା ଆବଶ୍ୟକ ବୋଲି ଛତ୍ରପୁର ପୌର ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ମତବ୍ୟକ୍ତ କରିଛନ୍ତି । ନିୟମିତ ଆଲଟ୍ରା-ସାଉଣ୍ଡ ର ସେବା ସୁବିଧା ସୁଯୋଗ ପ୍ରଦାନ କରିବା ସାଂଗକୁ ଜନନୀ ସୁରକ୍ଷା ଯୋଜନା ବ୍ୟବସ୍ଥାକୁ ସୁଦୃଢ଼ କରିବା କୁ ଛତ୍ରପୁର ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି ।
ହସ୍ପିଟାଲରେ ରୋଗୀର ମୃତ୍ୟୁ ହେଲେ ମହାପ୍ରାୟଣ ଗାଡ଼ି ର ସେବା ବ୍ୟବସ୍ଥାରେ ଡ୍ରାଇଭର ତାଙ୍କ ଆତ୍ମୀୟ ଲୋକଙ୍କ ଠାରୁ ୧ ହଜାର ଟଙ୍କା ରୁ ୧୫ ଶହ ଟଙ୍କା ପର୍ଯ୍ୟନ୍ତ ଉତ୍କୋଚ ନେଉଛନ୍ତି ବୋଲି ବୈଠକରେ ଆଲୋଚନାର କେନ୍ଦ୍ର କୁ ଅଣାଯାଇଛି । ଏସଂପର୍କରେ ଲିଖିତ ଆକାରରେ ଅଭିଯୋଗ ଦେଲେ ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମେଡିକାଲ ସୁପରିନଟେନଡଣ୍ଟ ଶ୍ରୀ ଗୌଡ଼ କହିଥିଲେ । ମେଡିକାଲ୍ ପାଖ ପରିସରରେ ଥିବା ଔଷଧ ଦୋକାନ ଗୁଡ଼ିକ ମଧ୍ୟରୁ ରାତ୍ରୀ-କାଳୀଣ ବିକ୍ରୀ ବ୍ୟବସ୍ଥା କରିବାକୁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ କହିଛନ୍ତି ।
ଔଷଧ ଦୋକାନ ଗୁଡ଼ିକ ମଧ୍ୟରୁ ଗୋଟିଏ ଲେଖାଏଁ ଔଷଧ ଦୋକାନ ପାଳି ଅନୁସାରେ ଖୋଲିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି । ଡାକ୍ତରୀ ପରୀକ୍ଷା ନିରୀକ୍ଷା ସମସ୍ୟାରେ ଓଡ଼ିଆ ଭାଷା ଜ୍ଞାନ ଜାଣିଥିବା ଡ଼ାକ୍ତର ଙ୍କୁ ନିୟୋଜିତ କରିବାକୁ ବୈଠକରେ ଆଡଭୋକେଟ ଧର୍ମା ରେଡ୍ଡୀ ଦାବୀ କରିଛନ୍ତି । ହସ୍ପିଟାଲରେ ଡାକ୍ତରୀ ସଂଖ୍ୟା ବୃଦ୍ଧି କରିବା, ଅବସର ଗ୍ରହଣ କରୁଥିବା କର୍ମଚାରୀମାନଙ୍କ ସ୍ଥାନରେ ପଦବୀ ନିୟୋଜିତ କରିବାକୁ ବୈଠକରେ ଆଡଭୋକେଟ ଧର୍ମା ରେଡ୍ଡୀ ଙ୍କ ଦ୍ଵାରା ଆଗତ ପ୍ରସ୍ତାବ କୁ ଆଲୋଚନା ହୋଇଛି । ବୈଠକରେ ମୁନିସିପେଣ୍ଠ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ର ସୁପରିନଟେନଡଣ୍ଟ ଡ଼ା. ସ୍ଵାଧୀନ ରଥ, ଡେପୁଟୀ କଲେକ୍ଟର ଲୋପାମୁଦ୍ରା ରଥ, ମେଡିକାଲ୍ ମ୍ୟାନେଜର ଗଣେଶ ନାହକ, ସାମ୍ୱାଦିକ ରବିନ୍ଦ୍ର କୁମାର ପଣ୍ଡା, କେ.ସତ୍ୟନାରାୟଣ ରେଡ୍ଡୀ, ସରୋଜ ସାମଲ, ସୁଧୀର ନାହକ, ଏନ୍.ଦୁର୍ଯ୍ୟୋଧନ ରେଡ୍ଡୀ, ରୁଇନା ପଟ୍ଟନାୟକ, ସି.ଡି.ପି.ଓ. ପ୍ରଣମିତା ପଣ୍ଡା, ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ ମୃଦୁ ପାଣିଗ୍ରାହୀ ତଥା ରୋଗୀ କଲ୍ୟାଣ ସମିତି ର ବହୁ ସଦସ୍ୟ ସଦସ୍ୟା ଗଣ ଯୋଗଦେଇ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଉନ୍ନତି ବିଧାନ ଦିଗରେ ଚିନ୍ତା ପ୍ରକଟ କରିଥିଲେ । ଶେଷରେ ଡ଼ାକ୍ତର ସୁଦର୍ଶନ ସାହୁ ଧନ୍ୟବାଦ୍ ଜଣାଇଥିଲେ ।
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )