February 24, 2025
Home » ଛତ୍ରପୁର ର ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଏସ୍.ଟି.ପାୱଲ୍ ସ୍କୁଲ ର ଦ୍ବିତୀୟ ବାର୍ଷିକ ଉତ୍ସବ ସମ୍ପନ୍ନ !

ଛତ୍ରପୁର ର ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଏସ୍.ଟି.ପାୱଲ୍ ସ୍କୁଲ ର ଦ୍ବିତୀୟ ବାର୍ଷିକ ଉତ୍ସବ ସମ୍ପନ୍ନ !

0

ଛତ୍ରପୁର ର ଅନ୍ୟତମ ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଏସ୍.ଟି.ପାୱଲ୍ ସ୍କୁଲ ର ଦ୍ବିତୀୟ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପନ୍ନ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଶନିବାର ଆୟୋଜିତ ଏହି ଉତ୍ସବରେ ଅନୁଷ୍ଠାନର କୁନିକୁନି ଛାତ୍ରଛାତ୍ରୀମାନେ ମଞ୍ଚ ଉପରେ ଚିତ୍ତାକର୍ଷକ ଅଭିନୟ ପ୍ରଦର୍ଶନ କରିଥିଲେ । ସ୍କୁଲ୍ ରେ ଅଧ୍ୟୟନରତ ବିଦ୍ୟାର୍ଥୀ ଙ୍କ ଅଭିଭାବକଗଣ ଏବଂ ଅଗଣିତ ଦର୍ଶକଙ୍କୁ ଚିତ୍ତାକର୍ଷକ ସମ୍ମିଳିତ ନୃତ୍ୟ ପରିବେଷଣରେ ବେଶ୍ ଆକର୍ଷିତ କରି ମୁଗ୍ଧ କରିଦେଇଛି । ଛାତ୍ରଛାତ୍ରୀ ମାନେ ସମ୍ବଲପୁରୀ,ଓଡ଼ିଶୀ ନୃତ୍ୟ, ଫେନ୍ସି-ଡେନ୍ସ ଆଦି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ସ୍ୱରୂପ ପରିବେଷିତ ହୋଇ ଅନୁଷ୍ଠାନ ନିଜେ ଲୋକପ୍ରିୟତା ଆଣିଥିଲା । ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଏମ୍. ସୀତାମ୍ମା ସ୍ଵାଗତ ସମ୍ଭାଷଣ ଦେଇଥିବା ବେଳେ ସ୍କୁଲ୍ ନିର୍ଦ୍ଦେଶକ ପ୍ରେମାନନ୍ଦ ଗୌଡ଼ ଅନୁଷ୍ଠାନର ମହତ୍ତ୍ୱ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଛତ୍ରପୁର ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସସ୍ମିତା ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିଶୁ ସଂସାର କାର୍ଯ୍ୟକ୍ରମର ଆୟୋଜନରେ ଖୁସିବ୍ୟକ୍ତ କରିଥିଲେ ଏବଂ କୁନି କୁନି ବିଦ୍ୟାର୍ଥୀଙ୍କୁ ପୁରସ୍କାର ବିତରଣ କରି ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଭବିଷ୍ୟ ମାର୍ଗଦର୍ଶିକା ସଂଗଠନ (ଭୁବନେଶ୍ୱର) ପକ୍ଷରୁ ନିଶାନ୍ତ ମୁଣ୍ଡ୍ ମୁଖ୍ୟବକ୍ତା ଭାବେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଇଣ୍ଡିଆନ୍ ବ୍ୟାଙ୍କ୍ ଛତ୍ରପୁର ଶାଖା ର ବରିଷ୍ଠ ପରିଚାଳକ କୈଳାଶ ଚନ୍ଦ୍ର ବେହେରା, ଶିକ୍ଷା ସଂଗଠନ ର କ୍ଷେତ୍ର ପରିଚାଳକ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ମଞ୍ଚରେ କୁନି ପ୍ରତିଭାଙ୍କୁ ସମ୍ମାନୀତ କରିଥିଲେ ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *