July 6, 2025
Home » ଛତ୍ରପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ର ୧୯୯୯ ମସିହା ମାଟ୍ରିକ ବେଚ୍ ଛାତ୍ରୀଙ୍କ ବନ୍ଧୁତ୍ୱ ଦିବସ ପାଳନ !

ଛତ୍ରପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ର ୧୯୯୯ ମସିହା ମାଟ୍ରିକ ବେଚ୍ ଛାତ୍ରୀଙ୍କ ବନ୍ଧୁତ୍ୱ ଦିବସ ପାଳନ !

0
WhatsApp Image 2024-12-22 at 5.06.50 PM

ଛତ୍ରପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ର ୧୯୯୯ ମସିହା ମାଟ୍ରିକ ବେଚ୍ ଛାତ୍ରୀମାନେ ସମିଳିତ ହୋଇ ବନ୍ଧୁତ୍ୱ ଦିବସ ପାଳନ କରି ଆନନ୍ଦ ଉଲ୍ଲାସରେ ମାତି ଯାଇ ଆତ୍ମହରା ହୋଇଯାଇଛନ୍ତି । କୁହଯାଏ, ଯେ’ ପିଲାଦିନର ସାଙ୍ଗ ସହ ହସି ଖେଳି ଖୁସି ବିନୋଦ ମଜା ବିତାଇବା ଏକ ନିଆରା ସ୍ବପ୍ନ ହୋଇଥାଏ । ଯାହାକି ସାରା ଜୀବନ ସାଥି ହୋଇ ରହିଥାନ୍ତିକି ?,,,। ମଣିଷର ଅସୁବିଧା ସମୟରେ ଏକ ଘନିଷ୍ଠ ବନ୍ଧୁଟିଏ ହାତ ଆଗକୁ ବଢ଼େଇ ଥାଏ । ହେଲେ ଆଜିକାଲି ଯୁଗରେ ସେହି ଘନିଷ୍ଠ ବନ୍ଧୁଙ୍କ ସହ ସାକ୍ଷାତ୍ ଦୁର୍ଲଭ ହୋଇଯାଏ । ବ୍ୟସ୍ତତା ଭିତ୍ତିରେ ନିଜ କାର୍ଯ୍ୟରେ ଏତେ ମଗ୍ନ ହୋଇଯାଆନ୍ତି, ଯେ’ କାହାରିକୁ ପଦେ କଥା ହେବା ପାଇଁ ମୁହୂର୍ତ୍ତଟିଏ ସମୟ ମିଳେ ନାହିଁ। ହ୍ଵାଟ୍ସାପ୍, ଫେସବୁକ୍ ପରି ଆଧୂନିକ ଡିଜିଟାଲ୍ ପଦ୍ଧତିରେ ଯୋଗାଯୋଗ କରୁଥିବା ବେଳେ ସେହି ବନ୍ଧୁଙ୍କ ସହ କିଛି କ୍ଷଣ ବିତେଇବା ଏକ ପ୍ରକାରର ସ୍ଵପ୍ନ ହୋଇଥାଏ । ତେବେ ଆଜି ଏହି ସ୍ୱପ୍ନକୁ ସାକାର କରିଛନ୍ତି, ଛତ୍ରପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୧୯୯୯ ମସିହାର ଉତ୍ତୀର୍ଣ୍ଣ ଲାଭ କରିଥିବା ଦଶମ ଶ୍ରେଣୀ ବେଚ୍ ପୂର୍ବତନ ଛାତ୍ରୀ ।

ଗୋପଲପୁର ବେଳାଭୂମି ନିକଟରେ ଏକ ଘରୋଇ ହୋଟେଲରେ ଆୟୋଜିତ ବନ୍ଧୁମିଳନ ସଭାରେ ଉପସ୍ଥିତ ଥିବା ସମସ୍ତ ବାନ୍ଧବୀମାନେ ଅତି ଆନନ୍ଦ ଉଲ୍ଲାସରେ ସମୟ ବିତାଇ ମସ୍ ଗୁଲ୍ ହୋଇଛନ୍ତି । ସତେ ଯେପରି ବାଲ୍ୟକାଳର ସେହି ସ୍ଵର୍ଣ୍ଣିମ ଦିନମାନଙ୍କୁ ମନେ ପକାଇ ଛାତ୍ରୀମାନେ ପୁଣିଥରେ ସଧବାନାରୀ ହୋଇ ବି ସେହି ପୁରୁଣା ଦିନକୁ ଫେରି ଯାଇଥିଲେ । କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ପରେ ଭୋଜିଭାତ ,
ଆଉ ସ୍ନାକ୍ସ ଆଇଟମ୍ ର ବ୍ୟଞ୍ଜନ ଖାଦ୍ୟଋଚି ପ୍ରସ୍ତୁତ ଖାଦ୍ୟ ଖାଇ ଭଲ ନିଆରା ମଣିଷ ପ୍ରେମରେ ଖୁସି ମାନାଇଥିଲେ । ଛାତ୍ରୀ ବେଳର ଅଭୁଲା ସ୍ମୁତି କୁ ମନେ ପକାଇବା ଓ ବନ୍ଧୁତ୍ୱକୁ ଆହୁରି ସୁଦୃଢ କରିବା ପାଇଁ ଆଗକୁ ଏମିତି କାର୍ଯ୍ୟକ୍ରମ ଆୟୋଜନ ଉପରେ ସମସ୍ତେ ଗୁରୁତ୍ଵ ପ୍ରକାଶ କରିଥିଲେ । ଆଗାମୀ ଦିନରେ ମଧ୍ୟ ଏଭଳି ବନ୍ଧୁତ୍ୱ ସମ୍ପର୍କ କୁ ନିବିଡ଼ ବନ୍ଧନରେ ବାନ୍ଧି ହେବାର ସୁଯୋଗ ନେବା ଆବଶ୍ୟକ ବୋଲି ପ୍ରକାଶ କରି ଏହା ମଧ୍ୟ ସମାଜର ଅନ୍ୟସମସ୍ତ ଯୁବପୀଢ଼ି ଙ୍କୁ ଉକ୍ତ ମହିଳାମାନେ ଏହି ଆଦର୍ଶ ବାର୍ତ୍ତା ବହନ କରିଛନ୍ତି ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *