August 1, 2025
Home » ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଆଲୁମିନି ମିଟ୍ : ଇ-ଲାଇବ୍ରେରୀ ଉଦଘାଟିତ

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଆଲୁମିନି ମିଟ୍ : ଇ-ଲାଇବ୍ରେରୀ ଉଦଘାଟିତ

0
WhatsApp Image 2024-11-04 at 2.09.05 PM

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଆଲୁମିନି ମିଟ୍ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବହୁ ପ୍ରତିକ୍ଷୀତ ଛାତ୍ର ଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଉଦ୍ଧିଷ୍ଠ ନିର୍ଭରଶୀଳ ଇ-ଲାଇବ୍ରେରୀ ର ଆନୁଷ୍ଠାନିକ ଉଦଘାଟନ ହୋଇଯାଇଛି ।
ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ଛତ୍ରପୁର ସରକାରୀ
ବିଜ୍ଞାନ ମହାବିଦ୍ୟାଳୟ, ଏହା ଗତ ୧୯୬୯ ରେ ସ୍ଥାପିତ ହୋଇଥିବା ବେଳେ ଏହି ମହାବିଦ୍ୟାଳୟ ଅଧୂନା ୫୫ ବର୍ଷରେ ପଦାର୍ପଣ କରିଛି । ଏହି ବୃହତ୍ତ ଶିକ୍ଷାନୁଷ୍ଠାନର ୫୦ ବର୍ଷ ପୂର୍ତ୍ତି ବେଳକୁ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ ହେବାକଥା, କିନ୍ତୁ ହୋଇ ପାରିନାହିଁ , ଯାହା ଏକ ବିଡମ୍ବନା ର ବିଷୟ ବୋଲି କୁହାଯାଉଥିବା ବେଳେ ଗତ ରବିବାର ଆଲୁମିନି ମିଟ୍ ଅନୁଷ୍ଠିତ ହୋଇଥିଲା ।
ତେବେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳନ କରାଯିବା ନେଇ ବିଶଦ ଭାବେ ରବିବାର ଅନୁଷ୍ଠିତ ଆଲୁମିନି ମିଟ୍ ରେ ଆଲୋଚିତ ହୋଇଛି । ଖୁସିର ବିଷୟ ଯେ’ ବର୍ତ୍ତମାନ ର ଅବସ୍ଥାପିତ ଅଧ୍ୟକ୍ଷ ଡ଼ଃ. ଅଜୟ କୁମାର ତ୍ରିପାଠୀ ଙ୍କ ବଳିଷ୍ଠ ଉଦ୍ୟମରେ ଏହି ମହାବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ନେଈ ଏବେ ତତ୍ପରତା ପ୍ରକାଶ ପାଇଛି ।
ଆୟୋଜିତ କାର୍ଯ୍ୟକ୍ରମ ଆଲୁମିନି ମିଟ୍ ସମାରୋହରେ ଛତ୍ରପୁରର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ତାଙ୍କ କର କମଳରେ ଇ-ଲାଇବ୍ରେରୀ ର ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଛି । ଏହି ଅବସରରେ ଉଚ୍ଚଶିକ୍ଷା କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ପ୍ରତିଶୃତିବଦ୍ଧ ରହିଥିବା ବେଳେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟକୁ ରାଜ୍ୟର ଏକ ସର୍ବଶ୍ରେଷ୍ଠ ମହାବିଦ୍ୟାଳୟରେ ପରିଣତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବେ ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତି ଶ୍ରମିଷ୍ଠା ପ୍ରଧାନ , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ ପ୍ରମୁଖ ଙ୍କ ଉପସ୍ଥିତି ଉକ୍ତ ଆଲୁମିନି ମିଟ୍ କୁ ସାଫଲ୍ୟା ମଣ୍ଡିତ କରିଛି ।
ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ଅଜୟ କୁମାର ତ୍ରିପାଠୀଙ୍କର ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଆମ ଗୈରବ ଆମ କଲେଜର ସଂଯୋଜକ ଅଧ୍ୟାପକ ଡ. ଅଜିତ କୁମାର ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।
ଶେଷରେ ଆଇ.କ୍ୟୁ.ଏ.ସି ସଂଯୋଜକ ତଥା ଅଧ୍ୟାପିକା ଡ.ସୁଚିସ୍ମିତା ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଆୟୋଜିତ ପୁରାତନ ଛାତ୍ରମାନଙ୍କୁ ନେଇ ଆଲୁମିନ୍ ମିଟ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଶିଳ୍ପଦ୍ୟୋଗୀ ରାଜେନ୍ଦ୍ର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂଙ୍ଘର ସଭାପତି ବ୍ରଜ ମୋହନ ଆଚାର୍ଯ୍ୟ , ଅଧ୍ୟାପକ ଅମର ପ୍ରସାଦ ବିଷୋୟୀ , ବରିଷ୍ଠ ଆଇନଜୀବି ଆଦିତ୍ୟ ନାରାୟଣ ମିଶ୍ର , ସମାଜସେବୀ ଅରୁଣ କୁମାର ଶତପଥୀ , ଚିତ୍ତରଞ୍ଜନ ବେହେରା, କମଳ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ରହିଥିଲେ ।
ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ଅଜୟ କୁମାର ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଦେବା ସହିତ ଗତ ପୁରାତନ ଛାତ୍ରଙ୍କୁ ନେଇ ହୋଇଥିବା ଆଲୁମିନ୍ ମିଟ୍ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ମାନଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମହାବିଦ୍ୟାଳୟ ପକ୍ଷରୁ କିପରି ଗୁରୁତ୍ୱ ସହିତ ବିଚାରକୁ ନିଆଯାଇ ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣ ଠାରୁ ଆରମ୍ଭ କରି ଅତିଥି ଅଧ୍ୟାପକ ନିଯୁକ୍ତି , ମହାବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କ ଉପସ୍ଥାନକୁ ଗୁରୁତ୍ୱ ଦେବା, ଅଧିକା ଅନୁପସ୍ଥିତ ରହୁଥିବା ବିଦ୍ୟାର୍ଥୀଙ୍କ ପରିବାର ବର୍ଗଙ୍କ ସହିତ ଆଲୋଚନା , ମହାବିଦ୍ୟାଳୟର ଛାତ୍ରାବାସ ଏବଂ ଖେଳପଡିଆ ପାଇଁ ନୂତନ ସ୍ଥାନ ଚିହ୍ନଟ କରିବା ପ୍ରକ୍ରିୟା ଠାରୁ ଆରମ୍ଭ କରି ମହାବିଦ୍ୟାଳୟରେ କିପରି ଅଧିକରୁ ଅଧିକ କର୍ମଶାଳା କରାଯାଇଛି ତାହାରି ଉପରେ ଆଲୋକପାତ କରିଥିଲେ । ଗଞ୍ଜାମ ଜିଲ୍ଲାର ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ପ୍ରତିଷ୍ଠା ହେବାର ଇତି ମଧ୍ୟରେ ୫୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆୟୋଜିତ ହୋଇପାରିନଥିବାରୁ ଏହାକୁ ଆଗାମୀ ଦିନରେ ପାଳନ କରାଯିବା ନେଇ ପୁରାତନ ଛାତ୍ର ମାନଙ୍କ ପକ୍ଷରୁ ଆଲୋଚନା କରାଯାଇଥିଲା । ଏହି ଆଲୁମିନ୍ ମିଟ୍ ରେ ଅଧ୍ୟାପକ ଡ.ସମୀର ମିଶ୍ର , ଚିହ୍ନୟ ଦାଶ,ଏନ୍.ଦୁର୍ଯ୍ୟୋଧନ ରେଡ୍ଡୀ, ଇଜୁ ଅମିନ୍ ଖାନ୍ ଙ୍କ ସମେତ ବହୁ ପୁରାତନ ଛାତ୍ରମାନେ ଆଲୋଚନା କରିଥିଲେ । ଏଥିରେ ସହରର ବହୁ ବୁଦ୍ଧିଜୀବି,ଆଇନଜୀବି , ଶିକ୍ଷାବିତ୍,ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ରହି ମହାବିଦ୍ୟାଳୟ ର ଉନ୍ନତି ଦିଗରେ ଚିନ୍ତା ପ୍ରକଟ କରିଥିଲେ ।।

Leave a Reply

Your email address will not be published. Required fields are marked *