December 20, 2025
Home » ଛତ୍ରପୁର ସହରାଞ୍ଚଳ ର ସାମଗ୍ରିକ ବିକାଶ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ !

ଛତ୍ରପୁର ସହରାଞ୍ଚଳ ର ସାମଗ୍ରିକ ବିକାଶ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ !

0
WhatsApp Image 2025-12-08 at 4.54.18 PM

ଛତ୍ରପୁର: ଛତ୍ରପୁର ସହରାଞ୍ଚଳ ର ସାମଗ୍ରିକ ବିକାଶ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିବା ପୂର୍ବକ ବରିଷ୍ଠ ନାଗରିକ ନେତ୍ତୃବର୍ଗ ତିନୋଟି ଦଫା ସମ୍ବଳିତ ବିଷୟ ଉପରେ ଆପୋଷ ଆଲୋଚନା କରିଛନ୍ତି । ଛତ୍ରପୁର ର ବରିଷ୍ଠ ନାଗରିକ ତଥା ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଏବଂ ଚିନ୍ତାଶୀଳ ନାଗରିକ ପ୍ରଫୁଲ୍ଲ ପଟ୍ଟନାୟକ ରବିବାର ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ଭାସନ୍ ଙ୍କୁ ଭେଟି ସହର ର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି । ଛତ୍ରପୁର ସହରର ସାମଗ୍ରିକ ବିକାଶ ଏବଂ ବହୁବିଧ ଉନ୍ନତି କଳ୍ପେ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ଙ୍କ ଠାରେ ଦୃଷ୍ଟି ଆକର୍ଷଣ କରିଥିଲେ । ସହରରେ ଜନସଂଖ୍ୟା ତୁଳନାରେ ମାଙ୍କଡମାନଙ୍କର ଅହେତୁକ ସଂଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି ବୋଲି କୁହାଯାଇଛି । ମାଙ୍କଡମାନଙ୍କର ବିତ୍ପାତ ଓ ଦୋରାତ୍ମ୍ୟ ଏତେ ମାତ୍ରାରେ ବଢ଼ି ଚାଲିଛି ଯେ’ ଜନସାଧାରଣ ଙ୍କ ପାଇଁ ଏକ ବିଷମ ଜଟିଳ ସମସ୍ୟା ସୃଷ୍ଟି କରିଛି ବୋଲି ଅଭିଯୋଗ କରିଛନ୍ତି । ଅଧିକା ସଂଖ୍ୟାରେ ଥିବା ନାଲିମୁହଁ ମାଙ୍କଡ ଯାହାକୁ ଆଞ୍ଚଳିକ ଭାଷାରେ ପାତି-ମାଙ୍କଡ କୁହାଯାଏ ଏବଂ ଅନ୍ୟଟି ହନୁ-ମାଙ୍କଡଙ୍କ ସଂଖ୍ୟା ଏ ମାନଙ୍କର ଅର୍ଦ୍ଧେକ ହେବ ବୋଲି ଜଣାଯାଇଛି ।ମାଙ୍କଡମାନଙ୍କର ସହର ବୋଲି ମତପ୍ରକାଶ ପାଉଥିବା ଛତ୍ରପୁର ସହରରେ ମାଙ୍କଡମାନଙ୍କର ବହୁସଂଖ୍ୟାରେ ଚଲାବୁଲା ଅବା ବିଚରଣ କରିଆସୁଛନ୍ତି । ସାଧାରଣଜନତା ବିଶେଷକରି ପାତି-ମାଙ୍କଡମାନଙ୍କର ଆକ୍ରମଣ ର ଶିକାର ହେଉଛନ୍ତି । ଏହି ଦୁଇ ଜାତିର ମାଙ୍କଡ ମାନଙ୍କୁ ଜଙ୍ଗଲ ବିଭାଗ ର ସହଯୋଗରେ ସେମାନଙ୍କୁ ଅନ୍ୟତ୍ର ଛାଡ଼ିବାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଙ୍କୁ ଅନୁରୋଧ କରାଯାଇଛି । ସେହିପରି ଦୁର୍ଘଟଣା ର ମରଣଯନ୍ତା ପାଲଟିଥିବା ସ୍ଥାନ ଛତ୍ରପୁର ର କଲେଜ୍ ଛକ ଏବଂ ଡି. ଆର୍.ଡି.ଏ. ଛକ ଦେଇ ନିର୍ମାଣ ହେବାକୁ ଥିବା ଫ୍ଲାଏ ଓଭର ବ୍ରିଜ୍ ଖୁବ୍ ଶୀଘ୍ର ନିର୍ମାଣ କରିବାକୁ ଦାବି କରାଯାଇଛି । ଛତ୍ରପୁର ସହରାଞ୍ଚଳର କ୍ରମବଦ୍ଧିଷ୍ଣୁ ଅଞ୍ଚଳ, ଜନଗହଳି କୁ ଦୃଷ୍ଟିରେ ରଖି ବାଧ୍ୟାତାମୂଳକ ଭାବେ ଉନ୍ନୟନ ପ୍ରକଳ୍ପ ଦ୍ଵାରା ସାମଗ୍ରିକ ବିକାଶ ମୂଳକ କାର୍ଯ୍ୟ କରିବା କୁ ଅନୁରୋଧ କରାଯାଇଛି ।ଜମି ଅଧିଗ୍ରହଣ ହୋଇଥିବା ନୂତନ ବସଷ୍ଟାଣ୍ଡର ବିପରୀତ ଅଞ୍ଚଳରୁ ଗୋପାଳପୁର ବନ୍ଦର କୁ ସ୍ବତନ୍ତ୍ର ସଡ଼କପଥ ଖୁବ୍ ଶୀଘ୍ର ନିର୍ମାଣ କରିବାକୁ ଦାବି ହୋଇଛି । ଛତ୍ରପୁର ସହରାଞ୍ଚଳ କୁ ମ୍ୟୁନିସିପାଲଟୀ ର କାର୍ଯ୍ୟକ୍ଷମ ଖୁବ୍ ଶୀଘ୍ର ତ୍ଵରାନିତ କରି ବହୁବିଧ ଉନ୍ନତି ଓ ସହର ର ବିକାଶ ନିମନ୍ତେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।।

 

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *