July 2, 2025
Home » ଛତ୍ରପୁର ହସ୍ପିଟାଲ୍ ର ବରିଷ୍ଠ ଫାର୍ମାସିଷ୍ଟଙ୍କ ଅବସର ଗ୍ରହଣ

ଛତ୍ରପୁର ହସ୍ପିଟାଲ୍ ର ବରିଷ୍ଠ ଫାର୍ମାସିଷ୍ଟଙ୍କ ଅବସର ଗ୍ରହଣ

0
WhatsApp Image 2025-05-04 at 11.04.10 AM (1)

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ ଫାର୍ମାସିଷ୍ଟ ନୌକେଶ ପାତ୍ର ଶନିବାର ଅବସର ଗ୍ରହଣ କରିଛନ୍ତି ।
ଏହି ଅବସର ଗ୍ରହଣ ଦିନ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ବୈଠକ ଗୃହରେ ମେଡ଼ିକାଲର ଅଧିକ୍ଷକ ଡ଼ା. ସୁଦର୍ଶନ ସାହୁ ଙ୍କ ପୌରହିତ୍ୟରେ ଆୟୋଜିତ ବିଦାୟୀକାଳୀନ ସମର୍ଦ୍ଧନା କାର୍ଯ୍ୟକ୍ରମରେ ସମସ୍ତ ଡାକ୍ତର, କର୍ମଚାରୀଙ୍କ ସମେତ ୧୫୦ ରୁ ଅଧିକ ଜନସାଧାରଣ ଉପସ୍ଥିତ ଥିଲେ l ସେ ନିଜର ଚାକିରୀ ଜୀବନ ୧୯୮୮ ରୁ ଆରମ୍ଭ କରି ୩୦ ଏପ୍ରିଲ ୨୦୨୫ ଦୀର୍ଘ ୩୭ ବର୍ଷ ଧରି ଶ୍ରୀ ନୌକେସ ପାତ୍ର ସରକାରୀ ସ୍ବାସ୍ଥ୍ୟ ସେବାରେ ନିଜକୁ ନିୟୋଜିତ କରିଥିଲେ l ଏହା ସହିତ ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଥିଲେ l

ଅବସର ଗ୍ରହଣ ଦିନରେ ସେ ଯଦିଓ ଆମ ସାଙ୍ଗରୁ ବିଦାୟ ନେବେ କିନ୍ତୁ ତାଙ୍କ ପ୍ରତି ଆମର ଅତ୍ୟୁଟ ସ୍ନେହ ରହିବ ବୋଲି ମତ ପ୍ରକାଶ କରିଥିଲେ ଉପସ୍ଥିତ ଅଧିକାରୀ ,ଡ଼ାକ୍ତର ଓ କର୍ମଚାରୀମାନେ l ତତ୍ ସଙ୍ଗେ ସଙ୍ଗେ ତାଙ୍କର ଦୀର୍ଘାୟୁ କାମନା କରିବା ସହ ଅବସରକାଳୀନ ଜୀବନ ଆନନ୍ଦରେ ଅତିବାହିତ ହେବା ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରେ ଶୁଭ ମନାସୀ କାମନା କରିଥିଲେ l ସେ ପୁର୍ବରୁ କଳାହାଣ୍ଡି, ଫୁଲବାଣୀ, ନୂଆପଡ଼ା ଜିଲ୍ଲାରେ ବହୁ ବର୍ଷ ଧରି ଲୋକଙ୍କୁ ସେବା ପ୍ରଦାନ କରି ପ୍ରିୟଭାଜନ ହୋଇଥିଲେ ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *