December 21, 2025
Home » ଛାତ୍ର ଛାତ୍ରୀ ଙ୍କ ପରିଭ୍ରମଣ କାର୍ଯ୍ୟକ୍ରମ

ଛାତ୍ର ଛାତ୍ରୀ ଙ୍କ ପରିଭ୍ରମଣ କାର୍ଯ୍ୟକ୍ରମ

0
WhatsApp Image 2025-03-25 at 4.29.01 PM

ସୁବର୍ଣ୍ଣପୁର — ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ପ୍ରଯୋଜିତ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ୍ ଏଲିମେଣ୍ଟାରୀ ଛାତ୍ର ଛାତ୍ରୀ ମାନଙ୍କ ପରିଭ୍ରମଣ କାର୍ଯ୍ୟକ୍ରମ ହୀରାକୁଦ ଡ଼୍ୟାମ, ନେହେରୁ ମିନାର୍,ବୁର୍ଲା ଅବଦୁଲ କଲାମ ପ୍ଲାନେଟରୀୟମ,ବିଜ୍ଞାନ ପାର୍କ , ଭିଶୁଟ ,ସମ୍ବଲପୁର ସମଲେଶ୍ଵରୀ ମନ୍ଦିର,ହୁମା ବକ୍ର ମନ୍ଦିର ଇତ୍ୟାଦି ସ୍ଥାନ ଛାତ୍ର ଛାତ୍ରୀ ମାନେ ବୁଲି ଦେଖିଥିଲେ। ସୋନପୁର ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବ୍ଲକ୍ ର ପ୍ରାୟତଃ ୨୦୦ ଛାତ୍ର ଛାତ୍ରୀ ପରିଭ୍ରମଣ ର ଆନନ୍ଦ ଉପଭୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ସହ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଫକୀର ଚରଣ ଭୋଇ ଙ୍କ ସହିତ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତଥା ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଲୟ ର କର୍ମଚାରୀ ମାନେ ସହଯୋଗ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *