ଛୁରା ମାଡ଼ କରି ଫେରାର ଥିବା ୪ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଠାରେ ଚାରିଜଣ ଯୁବକ ଆସି କାକା ଗୋପାଳଜୀ ମେହେର ଓ ପୁତୁରା ପ୍ରମୋଦ ମେହେର କେନାଲକୁ ଗାଧୋଇବାକୁ ଯିବା ସମୟରେ ସାମାନ୍ୟ କଥା କଟାକଟିକୁ ନେଇ ଛୁରା ମାଡ଼ କରି ଫେରାର ହୋଇଥିଲେ l ଛୁରା ମାଡ଼ରେ କାକା ଗୋପାଳଜୀ ମେହେର ଗୁରୁତର ଥିବା ବେଳେ ପୁତୁରା ପ୍ରମୋଦ ମେହେର ଆହତ ହୋଇଥିଲେ l ଏନେଇ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ ହେବାପରେ କେଶ ନମ୍ବର ୮୫/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିଲା l ଡୁଙ୍ଗୁରିପାଲି ପୁଲିସ ଘଟଣାର ତଦନ୍ତ ପରେ ୪ ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ୪ ଜଣ ଯୁବକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅଞ୍ଚଳର ଆଶୁତୋଷ ବଗର୍ତ୍ତି, ଲିଙ୍ଗରାଜ ବଗର୍ତ୍ତି, ତୁଷାର ଶର୍ମା ଓ ରାକେଶ ବାହାବଲ କଟୁଆଲ ବୋଲି ଜଣାପଡିଛି l ଏ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର