July 30, 2025
Home » ଛୋରିଆଗଡ଼ ଠାରେ ୪୯ ତମ ଫୁଟବଲ ପ୍ରତିଯୋଗିତା…. ମିଚା ଗାଁ ଚମ୍ପିୟାନ।

ଛୋରିଆଗଡ଼ ଠାରେ ୪୯ ତମ ଫୁଟବଲ ପ୍ରତିଯୋଗିତା…. ମିଚା ଗାଁ ଚମ୍ପିୟାନ।

0
WhatsApp Image 2024-11-04 at 1.15.12 PM (1)

ଛୋରିଆଗଡ଼ ଲଙ୍କେଶ୍ୱରୀ ଆଥେଲେଟିକ୍ ଏସୋସିଏସନସ ଦ୍ୱାରା ଆୟୋଜିତ ୪୯ ତମ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଗତ ୨୭ତାରିଖ ଠାରୁ ଆରମ୍ବ ହୋଇ ଥିବା ଏହି ପ୍ରତିଯୋଗିତାରେ ୧୬ ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ଖେଳରେ ମିଚାଗାଁ ଏକାଦଶ ଓ ଝାର କୁଣ୍ଡାମାଳ ଏକାଦଶ କୁ ୧/୦ ଗୋଲରେ ହରାଇ ଚମ୍ପିୟାନ ହୋଇଛି। ଉଦଯାପନୀ ଦିବସରେ ମାନ୍ୟବର କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଦଳ ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ l ଛୋରିଆଗଡ଼ ସରପଞ୍ଚ ଶ୍ରୀମତୀ କବିତା ଗରୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ କର୍ତ୍ତବ୍ୟ ଅନୁଷ୍ଠାନ ର ନିର୍ବାହୀ ଅଧିକାରୀ ଅଶୋକ କୁମାର ପଟ୍ଟନାଏକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥଲେ।

ଆଜିର ଫାଇନାଲ ଖେଳକୁ ତିଳେକାନନ୍ଦ ବେହେରୁକ ପରିଚାଳନା କରିଥିବା ବେଳେ ରିଙ୍କୁ ପୂଝାରୀ ଏବଂ ମଣ୍ଟୁ ପ୍ରଧାନୀ ସହଯୋଗ କରିଥିଲେ l ଅନୁଷ୍ଠାନର ସର୍ବଶ୍ରୀ ଦିଲ୍ଲୀପ କୁମାର ଠାକୁର, ସୁଧାଂଶୁ ଗୁରୁ, ରବୀନ୍ଦ୍ର ବେହେରୁକ,ଧବଳେଶ୍ଵର ମାଝୀ , ମାନସ ରଞ୍ଜନ ମହାଲିକ, ଗୋରେଖ ଗୁରୁ, ଅଙ୍କେ ନାଏକ, ସୁଭିତ ରଥ, ଭୀଷ୍ମ ରଥି ନାଏକ, ଚତୁର୍ଭୁଜ ଠାକୁର, ପ୍ରିୟରଞ୍ଜନ ଠାକୁର ଙ୍କ ପ୍ରତ୍ୟକ୍ଷ ସହଯୋଗରେ ଫୁଟବଲ ପ୍ରତିଯୋଗିତାର ସଫଳ ଆୟୋଜନ ହୋଇଥଲା।

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *