ଜଗତସିଂହପୁର ଜିଲା ସାମ୍ବାଦିକ ସଂଘ ର ଜିଲା ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ
ଜଗତସିଂହପୁର: ଉତ୍କଳ ସାମ୍ବାଦିକ ସଂଘ ,ଓଡିଶା ଦ୍ୱାରା ଅନୁବନ୍ଧିତ ଜଗତସିଂହପୁର ଜିଲା ସାମ୍ବାଦିକ ସଂଘ ର ଜିଲା ସ୍ତରୀୟ ସାଧାରଣ ପରିଷଦ ବୈଠକ ଜଗତସିଂହପୁର ଠାରେ ଏକ ଘରୋଇ ମଣ୍ଡପରେ ଅନୁଷ୍ଠିତ ହୋଇ ଯାଇଛି ।ସଂଘ ର ଜିଲା ସଭାପତି ମନୋଜ କୁମାର ଦାଶଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ବୈଠକରେ ଉତ୍କଳ ସାମ୍ବାଦିକ ସଂଘ ର ରାଜ୍ୟ ସମ୍ପାଦକ ରାଧାକାନ୍ତ ମିଶ୍ର, ଜିଲା ସାଧାରଣ ସମ୍ପାଦକ ନିରଞ୍ଜନ ବାରିକ, କୋଷାଧ୍ୟକ୍ଷ ମାନଶ କୁମାର କାନୁନଗୋ, ସଂଗଠନ ସମ୍ପାଦକ ଅମରଜ୍ୟୋତି ସାହୁ,ଉପ ସଭାପତି ସୁଜନ ମୁଦୁଲି,ତାପସ ସ୍ୱାଇଁ ସହ ସମ୍ପାଦକ ଦେଵଜ୍ୟୋତି ମହାନ୍ତି ,ସୁରେଶ ନାୟକ, ଆଇନି ପରାମର୍ସଦାତା ଗଣେଶ୍ୱର ମଣିଆ ଉପଦେଷ୍ଟା ରାମଚନ୍ଦ୍ର ମହାନ୍ତି, ଗୋବିନ୍ଦ ଓଝା ପ୍ରମୁଖଙ୍କ ସହ ସଂଘ ର ସମସ୍ତ ବ୍ଲକ ଓ ସଦରମହକୁମା ର ସଦସ୍ୟ ଓ ବ୍ଲକ ସଭାପତି ମାନେ ଯୋଗ ଦେଇଥିଲେ । ବୈଠକରେ ସାମ୍ବାଦିକ ମାନଙ୍କର ବିଭିନ୍ନ ଦାବି ବାବଦରେ ଆଲୋଚନା ହେବା ସହ ଏହାକୁ ରାଜ୍ୟ ସଂଘ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ସ୍ଥିର କରାଯାଇଥିଲା । ରଘୁନାଥପୁର ବ୍ଲକ ସଭାପତି ସତ୍ୟନନ୍ଦ ସାହୁ, ଏରସମା ବ୍ଲକ ସଭାପତି କାର୍ତ୍ତିକ ଚନ୍ଦ୍ର ବେହେରା, ସମ୍ପାଦକ ପର୍ଶୁରାମ ମନ୍ତ୍ରୀ, ତିର୍ତ୍ତୋଲ ବ୍ଲକ ସଭାପତି ମାନଶ କୁମାର ସୁତାର ଙ୍କ ସହ ସାମ୍ବାଦିକ ପ୍ରକାଶ ବାରିକ ,ଅସ୍ମିତା ମହାନ୍ତି,ତନ୍ମୟ ଜେଠି, ରାକେଶ ରାୟ ,ଜନ ରାଉତ,ପ୍ରଣବ ପ୍ରଧାନ ପ୍ରମୁଖ ସାମ୍ବାଦିକ ମାନେ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁସହ ସ୍ୱାସ୍ଥ୍ୟ ବିମାକୁ 10 ଲକ୍ଷ ଟଙ୍କା କରାଯିବା ସହ ପିତା ମାତାଙ୍କୁ ସାମିଲ କରିବା ପାଇଁ ଦାବି ରଖିଥିଲେ । ବୈଠକରେ ସାମ୍ବାଦିକ ମାନଙ୍କ ଶକ୍ତି ବୃଦ୍ଧି ପାଇଁ ସଂଘୀୟ ବ୍ୟବସ୍ଥାକୁ ଅଧିକ ସୃଦୃଢ଼ କରିବା ବାବଦରେ ଉପସ୍ଥିତ ସଦସ୍ୟ ମାନେ ମତ ରଖିବା ସହ ସମସ୍ତେ ଏକତାର ଡୋରୀରେ ବାନ୍ଧି ହୋଇ ରହିବା କୁ ଆହ୍ବାନ ଦେଇଥିଲେ । ଉକ୍ତ ସଭାରେ ସାମ୍ବାଦିକ ପ୍ରଚେତ ଚେତନ ମହାନ୍ତି, ଚନ୍ଦ୍ରଜିତ ଦାସ,ଶ୍ରୀବତ୍ସ ଲାଞ୍ଛନ ପାଢ଼ୀ,ସ୍ମୃତିରଞ୍ଜନ ମହାନ୍ତି,ସତ୍ୟ ପ୍ରକାଶ ମହାନ୍ତି ,ସୌରଜିତ ପଢିଆରୀ,ପ୍ରଶାନ୍ତ ମୁଦୁଲି,ସୁଶାନ୍ତ ପରିଡା ପ୍ରମୁଖ ସାମ୍ବାଦିକ ମାନେ ସଂଘ ର ନୂତନ ସଦସ୍ୟ ଭାବରେ ଯୋଗଦାନ କରିଥିଲେ ।
ତିର୍ତୋଲ ରୁ ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ,