October 23, 2025
Home » ଜଗତସିଂହପୁର ଜିଲ୍ଲା ବଧିର ସଙ୍ଘ ପକ୍ଷରୁ ଶାନ୍ତି ଶୋଭାଯାତ୍ରା ଓ ସାଂକେତିକ ଭାଷା ଦିବସ ପାଳିତ

ଜଗତସିଂହପୁର ଜିଲ୍ଲା ବଧିର ସଙ୍ଘ ପକ୍ଷରୁ ଶାନ୍ତି ଶୋଭାଯାତ୍ରା ଓ ସାଂକେତିକ ଭାଷା ଦିବସ ପାଳିତ

0
WhatsApp Image 2025-10-19 at 1.21.44 PM

 

ପାରାଦୀପ – ଜଗତସିଂହପୁର ଜିଲ୍ଲା ବଧିର ସଂଘ ପକ୍ଷରୁ ପାରାଦୀପରେ ଆନ୍ତର୍ଜାତୀୟ ବଧିର ସପ୍ତାହ ଏବଂ ସାଙ୍କେତିକ ଭାଷା ଦିବସ ଶନିବାର ଦିନ ପାଳିତ ହୋଇଯାଇଛି l ଏହି ଅବସରରେ ଏକ ଶାନ୍ତି ଶୋଭାଯାତ୍ରାରେ ଜିଲ୍ଲାର ବିଭିନ୍ନ ବଧିର ବିଦ୍ୟାଳୟର ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ଅଂଶଗ୍ରହଣକାରୀମାନେ ପାରାଦୀପ ଆଦର୍ଶ ପୋଲିସ ଷ୍ଟେସନ ଛକରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ବାହାରି ଜୟଦେବ ସଦନ ଠାରେ ପହଞ୍ଚିଥିଲେ l

ଏହି ସଚେତନତା ଶୋଭାଯାତ୍ରାକୁ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଞ୍ଜନ କର ଶୁଭାରମ୍ଭ କରି ଛାତ୍ରଛାତ୍ରୀ ମାନଙ୍କୁ ଆଶୀର୍ବାଦ କରିବା ସହ ଉତ୍ସାହିତ କରିଥିଲେ l ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ବଧିର ସମ୍ପ୍ରଦାୟର ଅଧିକାର ଏବଂ ଅନ୍ତର୍ଭୁକ୍ତି ବିଷୟରେ ସଚେତନତା ବୃଦ୍ଧି କରିବା, ସମାନ ଯୋଗାଯୋଗ ସୁବିଧା ସୁନିଶ୍ଚିତ କରିବାରେ ସାଙ୍କେତିକ ଭାଷାର ମହତ୍ୱ ଉପରେ ଗୁରୁତ୍ୱାରୋପ କରିବା। ଏହି କାର୍ଯ୍ୟକ୍ରମକୁ ସଂଗଠନ ସମ୍ପାଦକ ଶ୍ରୀକାନ୍ତ ବେହେରା, ସଭାପତି ପ୍ରାଣକୃଷ୍ଣ ରାଉତ, ଜଗତସିଂପୁର ଜିଲ୍ଲା ବଧିର ସଂଘର ସାଧାରଣ ସମ୍ପାଦକ ରାଜ କିଶୋର ଲେଙ୍କା ପ୍ରମୁଖ ସଫଳତାର ସହ ପରିଚାଳନା କରିଥିଲେ l

 

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *