December 28, 2025
Home » ଜଗତିରେ ପାଳିତ ହେଲା ମାହେଶ୍ୱରୀଙ୍କ ବାର୍ଷିକପୂଜା ଓ ସାଧାରଣସଭା l

ଜଗତିରେ ପାଳିତ ହେଲା ମାହେଶ୍ୱରୀଙ୍କ ବାର୍ଷିକପୂଜା ଓ ସାଧାରଣସଭା l

0
WhatsApp Image 2025-10-07 at 5.24.36 PM

ସୁବର୍ଣ୍ଣପୁର –ବୌଦ୍ଧ ବ୍ଲକ ଜଗତି ଠାରେ ଡ଼ୁମାଳ ପରିଷଦ ଜଗତି ଶାଖା ଆୟୋଜନ କ୍ରମେ ଡ଼ୁମାଳ ଜାତିର ଇଷ୍ଟଦେବୀ ମାହେଶ୍ୱରୀଙ୍କ ବାର୍ଷିକପୂଜା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l ସର୍ବପ୍ରଥମେ ମା ମାହେଶ୍ୱରୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା l ଦେହେରୀ ଭାବେ ଶିଶିର କଳତା ଓ ବିକ୍ରମ ମହାକୁଡ଼ ପୂଜାର୍ଚ୍ଚନା କରିଥିଲେ l ଏହି ଅବସରରେ ଏକ ସାଧାରଣ ସଭା ଜଗତି ଶାଖାର ସଭାପତି ବିଶିକେସନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ସମ୍ପାଦକ ଶମ୍ଭୁ ଗିରି ସମ୍ପାଦକୀୟ ବିବରଣୀ ପଠନ କରିଥିବାବେଳେ କୋଷାଧ୍ୟକ୍ଷ ନିରଞ୍ଜନ ଗିରି ଆୟ ଓ ବ୍ୟୟ ହିସାବ ପ୍ରଦାନ କରିଥିଲେ l ସଭାରେ ବିଭିନ୍ନ ଆଲୋଚନା କରାଯାଇଥିଲା l ପ୍ରସ୍ତାବ ପ୍ରକାରେ ଅସମ୍ପୂର୍ଣ୍ଣ ମାହେଶ୍ୱରୀ ସଂସ୍କୃତି ଭବନ ଓ ମାହେଶ୍ୱରୀ ମନ୍ଦିର ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ନିର୍ମାଣ କମିଟିକୁ ଦାୟିତ୍ୱ ଅର୍ପଣ କରି ସ୍ଥାନୀୟ ବିଧାୟକ ଓ ସାଂସଦଙ୍କୁ ଭେଟି ସରକାରୀ ଅନୁଦାନ ଆଣିବା ପାଇଁ ସ୍ଥିର କରାଯାଇଥିଲା l ଆସନ୍ତା ଡିସେମ୍ବର 20 ତାରିଖ ରେ ଜାତୀୟ ଡ଼ୁମାଳ ଦିବସରେ ପୁରୀ ଠାରେ ଯୋଗଦାନ କରିବା ପାଇଁ ପୂର୍ବତନ ରାଜ୍ୟ ସମ୍ପାଦକ କୃତ୍ତିବାସ ପଲିଆ ସଭାରେ ଅନୁରୋଧ କରିଥିଲେ l ବିଭିନ୍ନ ଆଲୋଚନାରେ ଅଗସ୍ତି କର୍ମୀ, ଦୀନବନ୍ଧୁ ପ୍ରଧାନ, ଚକ୍ରଧର ଖେତୀ, ସୁବୋଧ କଳତା, ସୁଶାନ୍ତ କୁମାର ବାଘ, ଲୋଚନ ଅମାତ, ମନରଞ୍ଜନ ମହାକୁଡ଼, ଶେଷଦେବ କର୍ଣ୍ଣ, ସୁରମଣୀ ଥାଟି, ହାଡିବନ୍ଧୁ ଗିରି, ପଦ୍ମ ଚରଣ କର୍ଣ୍ଣ, ଚକ୍ରଧର ନାଏକ,ରଙ୍ଗୀନା ଖେତୀ, ସଞ୍ଜୟ କର୍ଣ୍ଣ,କମଳ ମହାକୁଡ଼, ଶ୍ରୀଧର ପ୍ରଧାନ, ପ୍ରମିଳା ମହାକୁଡ଼, ପ୍ରୋମଦିନୀ ଛନ୍ଦ, ମନ୍ଦାକିନୀ ପ୍ରଧାନ ପ୍ରମୁଖ ଭାଗ ନେଇଥିବା ବେଳେ ଶେଷରେ କୃତି ଶିକ୍ଷକ ସୌମିତ୍ରୀ କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *