February 9, 2026
Home » ଜଗତି ସ୍ଥିତ ନିର୍ମାଣାଧୀନ ମାହେଶ୍ୱରୀ ସଂସ୍କୃତି ଭବନ ଓ ମନ୍ଦିର ପରିଦର୍ଶନ କଲେ ବୌଦ୍ଧ ବିଧାୟକ

ଜଗତି ସ୍ଥିତ ନିର୍ମାଣାଧୀନ ମାହେଶ୍ୱରୀ ସଂସ୍କୃତି ଭବନ ଓ ମନ୍ଦିର ପରିଦର୍ଶନ କଲେ ବୌଦ୍ଧ ବିଧାୟକ

0
WhatsApp Image 2025-10-08 at 3.51.28 PM

l
ସୁବର୍ଣ୍ଣପୁର–ବୌଦ୍ଧ ସଦର ବ୍ଲକ ଜଗତି ସ୍ଥିତ ନିର୍ମାଣlଧୀନ ମାହେଶ୍ୱରୀ ସଂସ୍କୃତି ଭବନ ଓ ମାହେଶ୍ୱରୀ ମନ୍ଦିର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ପରିଦର୍ଶନ କରିଥିଲେ l ସର୍ବ ପ୍ରଥମେ ଡ଼ୁମାଳ ଜାତିର ଇଷ୍ଟଦେବୀ ମାହେଶ୍ୱରୀ ପୀଠରେ ପୂଜାର୍ଚ୍ଚନା ସହିତ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ l ଏହି ଅବସରରେ ନିର୍ମାଣ କମିଟି ଅଧ୍ୟକ୍ଷ ଜୟଦେବ କଳତା, ଡ଼ୁମାଳ ପରିଷଦ, ଓଡିଶା,ଜଗତି କେନ୍ଦ୍ର ଶାଖାର ସମ୍ପାଦକ ଶମ୍ଭୁ ଗିରି, ସହ ସମ୍ପାଦକ ଦୀନବନ୍ଧୁ ପ୍ରଧାନ, କୋଷାଧ୍ୟକ୍ଷ ନିରଞ୍ଜନ ଗିରି, ଜଗତି ଗ୍ରାମ୍ୟ କମିଟି ସଭାପତି ରଙ୍ଗୀନା ଖେତୀ, ନିର୍ମାଣ କମିଟି ସଦସ୍ୟ ଜମ୍ବେବ ପ୍ରଧାନ,ବାବୁଲି କଳତା, ସୁରୁବୁଢା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l ପୂଜାର୍ଚନାରେ ଦେହେରୀ ଶିଶିର କଳତା ଓ ବିକ୍ରମ ମହାକୁଡ଼ ସହଯୋଗ କରିଥିଲେ l ଏହି ଅବସରରେ ସଂସ୍କୃତି ଭବନ ଓ ମନ୍ଦିର ପୂର୍ଣ୍ଣାଙ୍ଗ ନିମନ୍ତେ କମିଟି ତରଫରୁ ବିଧାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା l ନିର୍ମାଣାଧୀନ କାର୍ଯ୍ୟକୁ ପରିଦର୍ଶନ କରି କାର୍ଯ୍ୟଟି ଉଚ୍ଚ କୋଟିର ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ ଓ ସଂପୂର୍ଣ୍ଣିକରଣ ନିମନ୍ତେ ଯୁଦ୍ଧ କାଳୀନ ଭିତରେ ସରକାରୀ ପାଣ୍ଠି ଯୋଗାଇ ଦେବାପାଇଁ ଦୃଢ ପ୍ରତିଶ୍ରୁତି ଦେଇଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *