July 27, 2025
Home » ଜଗନ୍ନାଥ ମନ୍ଦିର ର ଉନ୍ନତିକରଣରେ ବ୍ୟବହୃତ ହେବ ଦାନ ହୁଣ୍ଡିରୁ ସଂଗୃହିତ ଅର୍ଥ

ଜଗନ୍ନାଥ ମନ୍ଦିର ର ଉନ୍ନତିକରଣରେ ବ୍ୟବହୃତ ହେବ ଦାନ ହୁଣ୍ଡିରୁ ସଂଗୃହିତ ଅର୍ଥ

0
WhatsApp Image 2025-07-21 at 12.59.03 AM

ପାରାଦୀପ ର ଷଣ୍ଡକୁଦ ଠାରେ ଥିବା ଜଗନ୍ନାଥ ମନ୍ଦିର ର ଦାନ ହୁଣ୍ଡୀ ଗତ ଶୁକ୍ରବାର ଦିନ ଖୋଲାଯାଇ ସେଥିରୁ ୩୪ ହଜାର ୪୪o ଟଙ୍କା ସଂଗୃହିତ ହୋଇଛି l ଏହି ଅର୍ଥ ରାଶି ମନ୍ଦିର ଟ୍ରଷ୍ଟ ରେ ଦାଖଲ କରାଯାଇ ମନ୍ଦିରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ନିୟୋଜିତ ହେବ ବୋଲି ମନ୍ଦିର ଟ୍ରଷ୍ଟ ର ସଦସ୍ୟ ଗଦାଧର ଦାସ ସୂଚନା ଦେଇଛନ୍ତି l ସୂଚନା ଥାଉକି ଗତ ଗୁରୁପୂର୍ଣ୍ଣିମା ରେ ୭ ହଜାର ଶ୍ରଦ୍ଧାଳୁ ଙ୍କ ପାଇଁ ଆନନ୍ଦ ବଜାର ରେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା l ସୂଚନାଥାଉକି ଏହି ଜଗନ୍ନାଥ ମନ୍ଦିର ଟି ଷଣ୍ଡକୁଦ ବସ୍ତିର ସର୍ବ ପୁରାତନ ମନ୍ଦିର l ତେବେ ବସ୍ତିର ମୁରବୀ ଓ ଶ୍ରଦ୍ଧାଳୁ ମାନଙ୍କ ଉଦ୍ୟମରେ ନିକଟରେ ମନ୍ଦିରର ନବକଳେବର କରାଯାଇ ସେଠାରେ ରୀତି ନୀତି ଅନୁଯାୟୀ ଦୈନିକ ପୂଜାର୍ଚ୍ଚନା ଓ ଉତ୍ସବ ମାନ ପାଳିତ ହୋଇଆସୁଛି ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି l

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *