ଜଗନ୍ନାଥ ସେବା ସମିତି ପକ୍ଷରୁ ଗରିବ ମହିଳା ଙ୍କୁ ମାଗଣାରେ ଶାଢୀ ବଣ୍ଟନ

ଧର୍ମଗଡ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜଗନ୍ନାଥ ସେବା ସମିତି ପକ୍ଷରୁ ଆଜିଠାରୁ ଅସହାୟ ଗରିବ ମହିଳାଙ୍କୁ ମାଗଣାରେ ଶାଢୀ ବଣ୍ଟନ କରାଯାଉଛି। ଆସନ୍ତା ନୂଆଖାଇ ରେ ଗରିବ ମହିଳାମାନେ ନୂଆ ଶାଢ଼ୀ ପିନ୍ଧି ଯେପରି ନୂଆଁ ଖାଇ ପାରିବେ ତାହାକୁ ଦୃଷ୍ଟିରେ ରଖି ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଏଭଳି ଜନ କଲ୍ୟାଣ ପଦକ୍ଷେପ ଗ୍ରହଣ କରିଛନ୍ତି
ଏହି ପରିପ୍ରେକ୍ଷୀରେ ଆଜି ଧର୍ମଗଡ ବ୍ଲକ ଅନ୍ତର୍ଗତ ଛିଲିପା ଗ୍ରାମଠାରେ ପ୍ରାୟ ୫୦ଜଣ ମହିଳାଙ୍କୁ ଶାଢୀ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଧର୍ମଗଡ ବିଡ଼ିଓ ସଦାଶିବ ନାୟକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମାଜ ସେବୀ ଆଚାର୍ଯ୍ୟ ହୃଷୀକେଶ ମିଶ୍ର,ଛିଲିପା ଗ୍ରାମ ପଞ୍ଚାୟତର ସରପଞ୍ଚ ବିଭୁ ଦତ୍ତ ପ୍ରଧାନୀ,ଡାକ୍ତର ସଂଗ୍ରାମ ପାଣିଗ୍ରାହି, ଏପିଓ ଭର୍ନୀତା ବିଶ୍ଵାସ, ଜିପିଡିଓ ଦେବୀ ଚରଣ ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗରିବ ମହିଳା ମାନଙ୍କୁ ଶାଢୀ ପ୍ରଦାନ କରିଥିଲେ। ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଖାଇ ଅବସରରେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅଞ୍ଚଳର ତିନି ହଜାର ରୁ ଉର୍ଦ୍ଧ୍ବ ଗରୀବ ମହିଳାଙ୍କୁ ମାଗଣାରେ ଶାଢୀ ବଣ୍ଟନ କରାଯିବା ପାଇଁ ଲକ୍ଷ ରଖା ଯାଇଛି ବୋଲି ଜଗନ୍ନାଥ ସେବା ସମିତି ର ଅଧକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରକାଶ କରିଛନ୍ତି।
୨୦୦୮ ମସିହାରୁ ଜଗନ୍ନାଥ ସେବା ସମିତି ଜିଲ୍ଲାରେ ସେବା କାର୍ଯ୍ୟ କରିଆସୁଛି। ବାହାର ରାଜ୍ୟର ନାମୀ ଡାକ୍ତର ମାନଙ୍କୁ ଡକାଇ ବିଭିନ୍ନ ସମୟରେ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରିବା ସହ ଗରିବ ବୃଦ୍ଧ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ, ଆର୍ଥିକ ଅସ୍ଵଚ୍ଛଳ ଲୋକଙ୍କୁ ମାଗଣାରେ ପୂରୀ ଜଗନ୍ନାଥ ଦର୍ଶନ, ମାଗଣାରେ ସ୍ଵାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ, ଗରୀବ କନ୍ୟା ରତ୍ନ ମାନଙ୍କ ବିବାହ ରେ ଆର୍ଥିକ ସହାୟତା, ଶ୍ମଶାନ ପାଇଁ ମାଗଣାରେ ଶବ ଦାହ ପାଇଁ କାଠ ଯୋଗାଣ ଏବଂ କରୋନା କାଳରେ ଗରିବ ଲୋକଙ୍କୁ ମାଗଣାରେ ରନ୍ଧା ଓ ସୁଖା ଖାଦ୍ୟ ପ୍ରଦାନ ଓ ଗରୀବ ମାନଙ୍କୁ ମାଗଣାରେ ଚପଳ ଓ ଛତା ବଣ୍ଟନ କରି ଜଗନ୍ନାଥ ସେବା ସମିତି ଅଞ୍ଚଳରେ ସମସ୍ତଙ୍କ ର ପ୍ରୀୟଭାଜନ ହୋଇ ପାରିଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..