August 27, 2025
Home » ଜଗନ୍ନାଥ ସେବା ସମିତି ପକ୍ଷରୁ ଗରିବ ମହିଳା ଙ୍କୁ ନୁଆଖାଇ ଉପହାର, ଏଯାଏଁ ୨୫ଶହ ଶାଢ଼ୀ ବିତରଣ

ଜଗନ୍ନାଥ ସେବା ସମିତି ପକ୍ଷରୁ ଗରିବ ମହିଳା ଙ୍କୁ ନୁଆଖାଇ ଉପହାର, ଏଯାଏଁ ୨୫ଶହ ଶାଢ଼ୀ ବିତରଣ

0
WhatsApp Image 2025-08-24 at 1.04.59 PM

ଧର୍ମଗଡ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜଗନ୍ନାଥ ସେବା ସମିତି ପକ୍ଷରୁ ଅସହାୟ ଗରିବ ମହିଳାଙ୍କୁ ମାଗଣାରେ ଶାଢୀ ବଣ୍ଟନ କରାଯାଉଛି। ଆସନ୍ତା ନୂଆଖାଇ ରେ ଗରିବ ମହିଳାମାନେ ନୂଆ ଶାଢ଼ୀ ପିନ୍ଧି ଯେପରି ନୂଆଁ ଖାଇ ପାରିବେ ତାହାକୁ ଦୃଷ୍ଟିରେ ରଖି ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଏଭଳି ଜନ କଲ୍ୟାଣ ପଦକ୍ଷେପ ଗ୍ରହଣ କରିଛନ୍ତି ।ଜଗନ୍ନାଥ ସେବା ସମିତି ପକ୍ଷରୁ ଏପର୍ଯ୍ୟନ୍ତ ୨୫ଶହ ଶାଢ଼ୀ ବିତରଣ ସରିଲାଣି। ଏହି ପରିପ୍ରେକ୍ଷୀରେ ଆଜି ଧର୍ମଗଡ ବ୍ଲକ ଅନ୍ତର୍ଗତ ବାଗବାହାଲି ଗ୍ରାମଠାରେ ଆଜି ୪୦ଜଣ ମହିଳାଙ୍କୁ ଶାଢୀ ପ୍ରଦାନ କରାଯାଇଥିଲା।


ଜଗନ୍ନାଥ ସେବା ସମିତିର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧର୍ମଗଡ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଆଇନଜୀବୀ ଥବିର ପ୍ରସାଦ ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମାଜସେବୀ ହୃଷିକେଶ ମିଶ୍ର,ବରିଷ୍ଠ ସାମ୍ୱାଦିକ ବିଦ୍ୟାଧର ସାହୁ,ୱାର୍ଡ ସଭ୍ୟା ପଦ୍ମିନୀ ଭଇଁସାଲ, ଘାସିରାମ ଭଇଁସାଲ ପ୍ରମୁଖ ଯୋଗଦେଇ ଗରିବ ମହିଳା ମାନଙ୍କୁ ଶାଢୀ ପ୍ରଦାନ କରିଥିଲେ।ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଖାଇ ଅବସରରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଗରୀବ ମହିଳାଙ୍କୁ ଏପର୍ଯ୍ୟନ୍ତ ମାଗଣାରେ ୨୫ଶହ ଶାଢୀ ବଣ୍ଟନ କରା ଯାଇ ସାରିଲାଣି ଓ ଆଗାମୀ ଦିନରେ ତରାପୁର ତଥା ବିଭିନ୍ନ ସ୍ଥାନରେ ମେଗା ସ୍ୱାସ୍ଥ୍ୟ ଶିବିର ର ଆୟୋଜନ କରାଯିବ ବୋଲି ଜଗନ୍ନାଥ ସେବା ସମିତି ର ଅଧକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରକାଶ କରିଛନ୍ତି।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *