December 20, 2025
Home » ଜଗନ୍ନାଥ ସେବା ସମିତି ପକ୍ଷରୁ କଳାହାଣ୍ଡି ଜିଲ୍ଲାରେ ଗରିବ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ

ଜଗନ୍ନାଥ ସେବା ସମିତି ପକ୍ଷରୁ କଳାହାଣ୍ଡି ଜିଲ୍ଲାରେ ଗରିବ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ

0
WhatsApp Image 2025-12-20 at 10.42.26 AM (1)

ଏକ ମାସ ମଧ୍ୟରେ ସାତ ହଜାର କମ୍ବଳ ବଣ୍ଟନ….

ସଂପ୍ରତି କଳାହାଣ୍ଡି ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ଦୃଷ୍ଟି ରୁ ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅସହାୟ ଗରୀବ ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଶୁକ୍ରବାର ଜଗନ୍ନାଥ ସେବା ସମିତି ପକ୍ଷରୁ କୋକସରା ବ୍ଲକ ଫୁଫଗାଁ ପଞ୍ଚାୟତ ଗତାବନ୍ଧ ଗ୍ରାମ ରେ ଜଗନ୍ନାଥ ସେବା ସମିତି ସେବା ସମିତି ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କ ତତ୍ୱାବଧାନ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ।ସମ୍ମାନିତ ଅତିଥି ଭାବେ କୁମୁଦ ଚନ୍ଦ୍ର ବେହେରା, ଅନୀଲ କୁମାର ପଣ୍ଡା, ମନୋଜ କୁମାର ବେହେରା ଉଦ୍ଧବ ଘି ଉପସ୍ଥିତ ରହି ଫୁଫଗାଁ ପଞ୍ଚାୟତ ର ବିଭିନ୍ନ ଗ୍ରାମ ର ୪୦୦ ଜଣ ବୃଦ୍ଧ ବୃଦ୍ଧା ଙ୍କୁ ଶୀତବସ୍ତ୍ର କମ୍ବଳ ବଣ୍ଟନ କରିଥିଲେ। ଜଗନ୍ନାଥ ସେବା ସମିତି ର ଏହି ଜନସେବା କାର୍ଯ୍ୟ କୁ ଅଞ୍ଚଳବାସୀ ମାନେ ସାଧୁବାଦ ଜଣାଇଥିଲେ।

ସୁଚନା ଯୋଗ୍ୟ ଯେ,ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଜିଲ୍ଲାର ବହୁ ଦୁର୍ଗମ ଅଞ୍ଚଳକୁ ମଧ୍ୟ କମ୍ବଳ ପଠାଇଛନ୍ତି।କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଲ ରାମପୁର ବ୍ଲକ ରେ ତଥା ଭବାନୀପାଟଣା , କୋକସରା ଓ ଧର୍ମଗଡ ବ୍ଲକ ର ବିଭିନ୍ନ ଗ୍ରାମରେ ଜଗନ୍ନାଥ ସେବା ସମିତି ପକ୍ଷରୁ ଶୀତ ଋତୁରେ ଗରିବ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଚଳିତ ଶୀତ ଋତୁରେ ଜଗନ୍ନାଥ ସେବା ସମିତି ପକ୍ଷରୁ ସାତ ହଜାର କମ୍ବଳ ବଣ୍ଟନ କରାଯାଇଅଛି। ଆସନ୍ତା ବର୍ଷ ମଧ୍ୟ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଗରୀବ ବୃଦ୍ଧ ବୃଦ୍ଧା ମାନଙ୍କୁ ଖରା ମାସରେ ଚପଳ, ବର୍ଷା ମାସରେ ଛତା, ଶୀତ ମାସରେ କମ୍ବଳ ବଣ୍ଟନ, ପର୍ବ ପର୍ବାଣୀ ରେ ଶାଢ଼ୀ ଓ ଧୋତି ,ଔଷଧ ବଣ୍ଟନ ଓ ଜରୁରୀ ମେଡିକାଲ ସେବା ଜାରୀ ରହିବ ବୋଲି ଶ୍ରୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରକାଶ କରିଛନ୍ତି।
ମାନବ ସେବା ହିଁ ମାଧବ ସେବା ର ମୂଳମନ୍ତ୍ର କୁ ନେଇ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ର ଅଗ୍ରଣୀ ଜନସେବା ଜଗନ୍ନାଥ ସେବା ସମିତି ସମାଜସେବା କୁ ଜୀବନ ର ବ୍ରତ ଭାବେ ଗ୍ରହଣ କରି ନିରନ୍ତର ଗରିବ ଅସହାୟ ଲୋକଙ୍କୁ ସେବା ଯୋଗାଇ ଦେଇ ଆସୁଥିବାରୁ ତାଙ୍କୁ ସବୁ ମହଲରେ ପ୍ରଶଂସା କରାଯାଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *