July 5, 2025
Home » ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ଏକ ଦମ୍ପତିଙ୍କ ବିଦ୍ୟୁତ ସ୍ପର୍ଶରେ ଆସି ଘଟିଛି ମୃତ୍ୟୁୁ

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ଏକ ଦମ୍ପତିଙ୍କ ବିଦ୍ୟୁତ ସ୍ପର୍ଶରେ ଆସି ଘଟିଛି ମୃତ୍ୟୁୁ

0
WhatsApp Image 2025-01-22 at 2.00.30 PM

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ଏକ ଦମ୍ପତିଙ୍କ ବିଦ୍ୟୁତ ସ୍ପର୍ଶରେ ଆସି ଘଟିଛି ମୃତ୍ୟୁୁବରଣ । ଏପରି ଏକ ଅଘଟଣ ଘଟିଛି ନନ୍ଦପୁର ବ୍ଲକର ଗେରୁପୁଟ ଗ୍ରାମ ନିକଟସ୍ଥ ଜଙ୍ଗଲରେ । ମୃତକ ଦମ୍ପତିଙ୍କ ପରିଚୟ ନନ୍ଦପୁର ହାଟ ପଦା ନିକଟରେ ଚା’ ଦୋକାନ କରିଥିବା ଗେରୁପୁଟ ଗ୍ରାମର ବଳରାମ ଗାଲେଲ ଓ ବଲା ଗାଲେଲ ବୋଲି ଜଣାପଡିଛି ।ମିଳିଥିବା ସୂଚନା ମୁତାବକ,ମୃତକ ଦମ୍ପତି ସୋମବାର ସନ୍ଧ୍ୟାରେ କାଠ ଆଣିବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ବହୂ ସମୟରୁ ଫେରି ନଥିବା ଯୋଗୁଁ ଗାଁ ଲୋକେ ଖୋଜା ଖୋଜି କରି ନିକଟସ୍ଥ ଜଙ୍ଗଲରେ ଦମ୍ପତି ଉଭୟେ ଜଙ୍ଗଲରେ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଥିବା ସହ ଉଭୟଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ପୋଲିସକୁ ଜଣାଇବା ପରେ ଘଟଣା ସ୍ଥଳେ ପହଞ୍ଚି ଦମ୍ପତିଙ୍କ ମର ଶରୀର ଜବତ କରି ବ୍ୟବଚ୍ଛେଦ ପାଇଁ ନନ୍ଦପୁର ସିଏଚସିକୁ ପଠାଇଥିବା ଜଣାପଡିଛି । ଉକ୍ତ ମାମଲାରେ ପୋଲିସ ଥାନାରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଲେଇଛି ।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *