ଜଟଣୀ ପଥ ଉତ୍ସବର ପ୍ରସ୍ତୁତ ବୈଠକ
ଜଟଣୀ ବ୍ଲକ ଅଫିସ୍ ରେ ପ୍ରଥମ ଜଟଣୀ ପଥ ଉତ୍ସବ ର କର୍ମକର୍ତ୍ତା ଙ୍କ ଦ୍ୱିତୀୟ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ପଥ ଉତ୍ସବର ଚେୟାରମେନ ଶ୍ରୀ ବିଶ୍ୱରଂଜନ ବଡ଼ଜେନା ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପଥ ଉତ୍ସବ ଆୟଜନ ର ମୁଖ୍ୟ-ସଂଯୋଜକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଓ ସମାଜ ବିଜ୍ଞାନୀ ଡଃ ରୁଷି ପଟ୍ଟନାୟକ ଡିସେମ୍ବର ୨୧ ତାରିଖ ରବିବାର ଦିନ ହେବାକୁ ଥିବା ପ୍ରଥମ ପଥ ଉତ୍ସବ ପାଇଁ ଯୁଦ୍ଧ କାଳୀନ ଭିତିରେ ସବୁକମ କରିବାକୁ ଅନୁରୋଧ କରିଥିଲା

ଆଉ କିଭଳି ଏହାର ବହୁଳ ଭାବରେ ପ୍ରଚାର ପ୍ରସାର କରିବା ଯାହା ପାଇଁ ଅଧିକ ମାତ୍ରା ରେ ଜଟଣୀ ବାସୀ ଯୋଗଦେବେ ବୋଲି କହିଲେ। ଏହି ଉତ୍ସବ ରେ ରେଳବାଇ, ନାଇଜର, ଆଇ ଆଇ ଟି, ସ୍କିଲ ଆଦି ସଂସ୍ଥା ବହୁଳ ଭାବରେ ସହଯୋଗ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇ ଛନ୍ତି ବୋଲି ଡଃ ରୁଷି ପଟ୍ଟନାୟକ କହିଥିଲେ। ଏହି ବୈଠକରେ ଜଟଣୀ ର ସମସ୍ତ ବଜାର କମିଟି କର୍ମକର୍ତ୍ତା, ନଗର ସଭାପତି, ରେଳବାଇ କର୍ମଚାରୀ ଉପସ୍ଥିତ ଥିଲେ । ଚେୟାରମେନ ଶ୍ରୀ ବିଶ୍ୱରଂଜନ ବଡ଼ଜେନା ଉପସ୍ଥିତ ଥିବା ସମସ୍ତେ କିଭଳି ସହଯୋଗ କରିବେ ଅନୁରୋଧ କରିଥିଲେ, ଆଉ ମଧ୍ୟ ପ୍ରସ୍ତୁତି କିଭଳି ଚାଲିଛି ଜଣ ଜଣ କରି ପଚାରି ବୁଝିଥିଲେ ।

ଏହି ସଭାରେ ଭୁବନେଶ୍ଵର ମାନ୍ୟବର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ମନୋଜ ନନ୍ଦ ଓ ଶ୍ରୀ ସତୀଶ ଶର୍ମାଙ୍କ ସହିତ ଜଟଣୀ ବିକାଶ ପାରିଷଦ ର ଶ୍ରୀ ସୁଦର୍ଶନ ସୁନ୍ଦରାୟ ଓ କୈଳାଶ ପାତ୍ର ଏବଂ କେ ସୂର୍ଯ୍ୟ ଭାସ୍କର ଉପସ୍ଥିତ ରହି ନିଜନିଜର ଦାୟିତ୍ୱ ନେବାକୁ ଅନୁରୋଧ କରିଥିଲେ।ଶେଷରେ ଚେୟାରମେନ ସମସ୍ତ ଭାଇ ଭଉଣୀ ଧନ୍ୟବାଦ ଦେବାସହ ସଂଯୋଜକ ଡଃ ରୁଷି ପଟ୍ଟନାୟକ ଙ୍କୁ ୯୩୩୭୦୫୨୭୦୬ ରେ ଫୋନ କରି ଭାଗ ନେବାକୁ ଅନୁରୋଧ କରିଥିଲେ ।
