October 22, 2024
Home » ଜଟେସିଂହାରେ କେବେ ସ୍ଥାପନ ହେବ ଏଟିଏମ୍ କେନ୍ଦ୍ର,ଟଙ୍କା ଉଠାଣ ପାଇଁ ଲୋକେ ହନ୍ତସନ୍ତ

ଜଟେସିଂହାରେ କେବେ ସ୍ଥାପନ ହେବ ଏଟିଏମ୍ କେନ୍ଦ୍ର,ଟଙ୍କା ଉଠାଣ ପାଇଁ ଲୋକେ ହନ୍ତସନ୍ତ

0

Version 1.0.0

ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ମୁଖ୍ୟ ଛକ ଠାରେ ଏଟିଏମ୍ ସ୍ଥାପନ ପାଇଁ ଅଞ୍ଚଳବାସୀ ଙ୍କ ପକ୍ଷରୁ ଦାବି ହେଉଛି। ଏହି ଅଞ୍ଚଳରେ ଅନେକ ଚାଷୀ ତଥା ଛାତ୍ରଛାତ୍ରୀ ଓ ସରକାରୀ କର୍ମଚାରୀ ରହୁଛନ୍ତି। ଉକ୍ତ ଅଞ୍ଚଳର ଲୋକମାନେ ଟଙ୍କା ଉଠାଣ ଲାଗି ସୁବଳୟା ଓ ବୀରମହାରାଜପୁର ବ୍ୟାଙ୍କ ଓ ଏଟିଏମ୍ ଉପରେ ନିର୍ଭର କରିଥାନ୍ତି। ଏଠାକୁ ଟଙ୍କା ଉଠାଣ ପାଇଁ ଗଲେ ସ୍ଥାନୀୟ ଜନସାଧାରଣ ୧୦୦ ଟଙ୍କା ଗସ୍ତ ଖର୍ଚ୍ଚ କରିବାକୁ ବାଧ୍ୟ ହୋଇଥାନ୍ତି।  ସଦା ସର୍ବଦା ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକଙ୍କୁ ହଠାତ୍ ଟଙ୍କା ଦରକାର ପଡିଲେ ୭ କିମି ରାସ୍ତା ଯିବାକୁ ପଡିଥାଏ। ଏଥିପାଇଁ ବିଭିନ୍ନ  ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ଏହି ଛକ ଉପରେ ଜଟେସିଂହା ବ୍ୟତୀତ ଡୁଙ୍ଗୁରୀ, ବଡ଼ଖମାର, ଆନନ୍ଦପୁର, ଚନ୍ଦଳି, ମାଳିସାହି ,କେଉଟିପାଲି, କୁଡାପଡା, ଗୋଧନେଶ୍ଵର,  ଫୁଲଚରା , ଏକତାଲ ପ୍ରଭୁତି ଗ୍ରାମର ବହୁ ଲୋକ ନିର୍ଭର କରିଥାନ୍ତି । ଏହି ସମସ୍ୟା କୁ ନେଇ ଅନେକ ଥର ସମ୍ପୃକ୍ତ ବିଭାଗ ତଥା ପ୍ରଶାସନ ଓ ରାଜନେତା ମାନଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇ ଥିଲେ ବି ଆଜି ଯାଏ କୈାଣସି ସୁଫଳ ମିଳି ପାରିନାହିଁ।‌ ଯାହାଫଳରେ ଅଞ୍ଚଳ ବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଖାଦେଇଛି। ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଜନସାଧାରଣ ପକ୍ଷରୁ ଦାବି ହେଉଛି l

ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ,
ଇଷ୍ଟର୍ନ ପ୍ରେସ ଏଜେନସି ( ଇପିଏ ନିଉଜ )

Leave a Reply

Your email address will not be published. Required fields are marked *