October 16, 2024
Home » ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭ

ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭ

0

ପାରାଦୀପ,: ବିଜୁ ଜନତା ଦଳ ପକ୍ଷରୁ ଆଜି ଅପରାହ୍ନରେ ଏକ ବିରାଟ ଜନସମ୍ପର୍କ ପଦଯାତ୍ରା ର ଶୁଭାରମ୍ଭ କରାଯାଇଛି।ଏହି ଜନସମ୍ପର୍କ ପଦଯାବିଜୁତ୍ରା ବୃନ୍ଦାବନ କଲୋନୀ ନିକଟ ଶିବ ମନ୍ଦିର ଠାରୁ ଆରମ୍ଭ ହୋଇ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଶେଷ ହୋଇଥିଲା।

ପଦଯାତ୍ରା ପରେ ଏଡିଏମ ଙ୍କ କାର୍ଯ୍ୟାଳୟ ନିକଟରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା।ନଗର ବିଜେଡି କାର୍ଯ୍ୟକାରୀ ସଭାପତି କୁମର ବର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ, ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ବିଜେଡି ବିଧାୟକ ପ୍ରାର୍ଥୀନୀ ଗୀତାଞ୍ଜଳି ରାଉତରାୟ, ବିଶିଷ୍ଟ ଶ୍ରମିକ ନେତା ତଥା ବିଜେଡି ନେତା ବାପି ସର୍ଖେଲ, ପୌର ପରିଷଦ ଉପାଧ୍ୟକ୍ଷା ଛବିଲତା ରାଉତ, ନାରୀନେତ୍ରୀ ସବିତା ମହାପାତ୍ର, ଜିଲ୍ଲା ଉପସଭାପତି ଜ୍ୟୋତିକାନ୍ତ ପରିଡା, ରଶ୍ମିରଞ୍ଜନ ପରିଡା, ସୁଶୀଲ ମହାପାତ୍ର, ମାନସ ବିଶ୍ୱାଳ, ସମୀର ବିଶ୍ୱାଳ, ଅନୁପ କୁମାର ସାହାଣୀ, ଲାପନ ପରିଡା, ଆଇନିଯିବୀ କୈଳାସ ଚନ୍ଦ୍ର ସାହୁ, କାଉନସିଲର ମନୋଜ କୁମାର ନାୟକ, ଶୁକ୍ରମୁନି ନାଗ, ଜୟନ୍ତୀ ମାଦେଲି ଓ ପ୍ରଭାତୀ ନାୟକ ପ୍ରମୁଖ ଯୋଗ ଦେଇ ନବୀନ ସରକାରଙ୍କ ୨୪ ବର୍ଷର ଲୋକାଭୀମୁଖୀ କାର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଆଗାମୀ ଦିନରେ ପାରାଦୀପର ବିଭିନ୍ନ ଅଂଚଳମାନଙ୍କରେ ଜନସମ୍ପର୍କ ପଦଯାତ୍ରା କରାଯାଇ ଲୋକମାନଙ୍କ ସହିତ ଯୋଡି ହେବାର କାର୍ଯ୍ୟକ୍ରମ ସହିତ ସଦସ୍ୟତା ଆଭିଯାନ କାର୍ଯ୍ୟ କରାଯିବ ବୋଲି ପୂର୍ବତନ ବିଧାୟକ ଶ୍ରୀ ରାଉତରାୟ କହିଥିଲେ।

Leave a Reply

Your email address will not be published. Required fields are marked *