December 31, 2025
Home » ଜନମଙ୍ଗଳ ପକ୍ଷରୁ ଅବଦୁଲ କଲାମଙ୍କ ଜନ୍ମଜୟନ୍ତୀ ପାଳିତ

ଜନମଙ୍ଗଳ ପକ୍ଷରୁ ଅବଦୁଲ କଲାମଙ୍କ ଜନ୍ମଜୟନ୍ତୀ ପାଳିତ

0
WhatsApp Image 2025-10-15 at 6.56.00 PM (1)

 

ଭୁବନେଶ୍ୱର : ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପକ୍ଷରୁ ଭାରତର ପୂର୍ବତନ ରାଷ୍ଟ୍ରପତି, ମହାନ ବୈଜ୍ଞାନିକ, ମିସାଇଲ ମ୍ୟାନ, ଭାରତରତ୍ନ ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି | ମହାତ୍ମାଗାନ୍ଧୀ ମାର୍ଗ ସ୍ଥିତ ଜନମଙ୍ଗଳ କ୍ୟାମ୍ପ ଠାରେ ଆଜି ସନ୍ଧ୍ୟାରେ ଏନେଇ ଆୟୋଜିତ ଏକ ଶ୍ରଦ୍ଧାଞ୍ଜଳି ସଭାରେ ସହରର ବହୁ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ତଥା ଜନସାଧାରଣ ଯୋଗଦେଇଥିଲେ |

ଉପସ୍ଥିତ ବ୍ୟକ୍ତିମାନେ ଅବଦୁଲ କଲାମଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସେହି ମହାନ ଆତ୍ମାଙ୍କୁ ସାମୁହିକ ସ୍ମରଣ କରିଥିଲେ | ଜନମଙ୍ଗଳ ଅନୁଷ୍ଠାନର ନିର୍ଦ୍ଦେଶକ ମିଲନ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୈଲୋଚନ ସାହୁ , ଅବିନାଶ ଦାସ, ଅବସରପ୍ରାପ୍ତ ସେନା କର୍ମଚାରୀ ରଞ୍ଜନ କର ପ୍ରମୁଖ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *