February 5, 2026
Home » ଜନମଙ୍ଗଳ ପରିଷଦ ପକ୍ଷରୁ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ଓ ମକର ଚାଉଳ ବଣ୍ଟନ

ଜନମଙ୍ଗଳ ପରିଷଦ ପକ୍ଷରୁ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ଓ ମକର ଚାଉଳ ବଣ୍ଟନ

0
WhatsApp Image 2026-01-15 at 2.10.21 PM

 

ଭୁବନେଶ୍ୱର – ସ୍ଥାନୀୟ ମହାତ୍ମା ଗାନ୍ଧୀ ମାର୍ଗ ରେ ଅଗ୍ରଣୀ ସାମାଜିକ ସଂଗଠନ ଜନମଙ୍ଗଳ ପରିଷଦ ପକ୍ଷରୁ ସଂକ୍ରାନ୍ତି ପୁରୁଷ ବ୍ୟାସକବି ଫକୀରମୋହନ ସେନାପତି ଜୟନ୍ତୀ ପାଳିତ ହେଇଯାଇଛି।ଏହି ଅବସରେ ସୁସ୍ୱାଦୁ ବ୍ୟଞ୍ଜନରେ ପ୍ରସ୍ତୁତ ନଡ଼ିଆ, ଖିର, ସେଉ, କଦଳୀ, ଛେନା ଗୋଲମରିଚ ଗୁଣ୍ଡ, ଅରୁଆ ଚାଉଳ ମିଶ୍ରତ ପବିତ୍ର ମକର ଚାଉଳ ପଥଚାରୀ ମାନଙ୍କୁ ବଣ୍ଟନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେମ ମୁଖ୍ୟ ଅତିଥି ଭାବେ ଆରକ୍ଷୀ ଅଧିକାରୀ ରାଧାନାଥ ସାହୁ ବ୍ୟାସକବି ଙ୍କ ପଟ୍ଟଚିତ୍ରରେ ପ୍ରଦିପ ପ୍ରଜ୍ଜ୍ୱଳନ କରି କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜନମଙ୍ଗଳ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ଜେନା, ଯୁବ ସଦସ୍ୟ ନିରଞ୍ଜନ ସାହୁ, ସଞ୍ଜୟ ପରିଡ଼ା, ସମାଜସେବୀ ମାନି ପଣ୍ଡା, ମନୋରଞ୍ଜନ ମିଶ୍ର,ନର ସିଂହ ପରିଡା’.ଆଇନଜୀବୀ ରୁତୁରାଜ ପଟ୍ଟନାୟକ, ସୁମିତ୍ରା ସାହୁ, ବୈଲୋଚନ ସାହୁ ପ୍ରମୁଖ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *