October 16, 2024
Home » ଜନସଂଖ୍ଯା ସମାଧାନ ଫାଉଣ୍ଡେସନ ପଶ୍ଚିମ ମୟୂରଭଞ୍ଜ ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକ ପତ୍ର

ଜନସଂଖ୍ଯା ସମାଧାନ ଫାଉଣ୍ଡେସନ ପଶ୍ଚିମ ମୟୂରଭଞ୍ଜ ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକ ପତ୍ର

0

ରାଇରଙ୍ଗପୁର : ୧୧\୦୭ – ଜନସଂଖ୍ଯା ସମାଧାନ ଫାଉଣ୍ଡେସନ ର କେନ୍ଦ୍ରିୟ ଅଧ୍ଯକ୍ଷ ଶ୍ରୀଯୁକ୍ତ ଅନିଲ ଚୌଧୁରୀ ଙ୍କ ନିଷ୍ପତ୍ତି କ୍ରମେ ସାରା ଭାରତବର୍ଷରେ ବିଶ୍ବ ଜନସଂଖ୍ଯା ଦିବସ ଠାରୁ ସପ୍ତାହବ୍ଯାପୀ ନିଜର ସୁବିଧା ଅନୁସାରେ ସାରା ରାଜ୍ଯର ସମସ୍ତ ଜିଲ୍ଲାପାଳ, ଉପଖଣ୍ଡର ଉପଜିଲ୍ଲାପାଳ ଓ ବିଡିଓ ଙ୍କ ଜରିଆରେ ଭାରତର ପ୍ରଧାନମନ୍ତ୍ରୀ ଓ ରାଜ୍ଯ ମୁଖ୍ଯମନ୍ତ୍ରୀ ଙ୍କୁ ଦୁଇ ପେଜ୍ ସମ୍ଭଳିତ ଦାବୀପତ୍ର ପ୍ରଦାନ କରାଯିବାର ନିଷ୍ପତ୍ତି ହୋଇଥିଲା I ଏଣୁ ଆଜି ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ କୁମାର ଦାସଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଛି I ଭାରତବର୍ଷରେ କଠୋର ଜନସଂଖ୍ଯା ଆଇନ ସଂସଦରେ ପ୍ରଣୟନ କରିବାକୁ ମାନ୍ଯବର ପ୍ରଧାନମନ୍ତ୍ରୀଙ୍କ ପାଖକୁ ଦାବୀପତ୍ର ପ୍ରେରଣ କରାଗଲା I ରାଜ୍ଯ ଉପସଭାପତି ତଥା ମୟୂରଭଂଜ ଓ ବାଲେଶ୍ବର ଜିଲ୍ଲାର ପ୍ରଭାରୀ ଶ୍ରୀ ନିଗମାନନ୍ଦ ପଟ୍ଟନାୟକ ତଥା ପଶ୍ଚିମ ମୟୂରଭଂଜ ଜିଲ୍ଲା ସଭାପତି ଶ୍ରୀ ତ୍ରିନାଥ ମହାନ୍ତଙ୍କ ପରିଚାଳନାରେ ଏ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା I

ଯେଉଁ ଦେଶରେ ଜନସଂଖ୍ଯା ର ସଠିକ ସନ୍ତୁଳନ ଅଛି ସେ ଦେଶ ସେତେ ଉନ୍ନତ ହୋଇଛି I ସେ ଦେଶର ସାମାଜିକ , ଆର୍ଥିକ ବ୍ଯବସ୍ଥା , ଶିକ୍ଷା, ଚିକିତ୍ସା ଓ ବିଜ୍ଞାନ କ୍ଷେତ୍ରରେ ବିକଶିତ ସ୍ଥIନରେ ରହିଛନ୍ତି I ଏହା ବ୍ଯତୀତ ବେକାରି ସମସ୍ଯା , ଆଇନ ଶୁଙ୍ଖଳା, ପରିସ୍ଥିତିରେ ମଧ୍ଯ ସ୍ବଳ୍ପ ଜନସଂଖ୍ଯା ବିଶିଷ୍ଟ ଦେଶଗୁଡିକ ଅତ୍ଯନ୍ତ ନିୟନ୍ତ୍ରିତ ଓ ଶୁଙ୍ଖଳିତ ଅବସ୍ଥାରେ ରହିଛନ୍ତି I ସ୍ବାଧିନତା ପାଇବା ସମୟରେ ଛତିଶ କୋଟି ଜନସଂଖ୍ଯା ଥିବା ଦେଶ ବର୍ତ୍ତମାନ ପ୍ରାୟ ଶହେ ଚାଳିଶ କୋଟି ରୁ ଅଧିକ ଜନସଂଖ୍ଯା ବୁଦ୍ଧି ହେଲାଣି I

ଭାରତରେ ପ୍ରତ୍ଯେକ ମିନିଟରେ ପଚାଶ ଜଣରୁ ଅଧିକ ଶିଶୁ ଜନ୍ମ ହେଉଛନ୍ତି I ବର୍ତ୍ତମାନ ଠାରୁ ସାବଧାନ ନ ହେଲେ ଭାରତ ଭୟଙ୍କର ଜନ ବିସ୍ପୋରଣ ପରିସ୍ଥିତିରେ ସମ୍ମୁଖିନ ହେବ I ଜନସଂଖ୍ଯା ବିସ୍ପୋରଣ ରୁ ରକ୍ଷା ପାଇବାକୁ ହେଲେ ଜାତି, ଧର୍ମ, କ୍ଷେତ୍ର ଓ ଭାଷାରୁ ଉର୍ଦ୍ଧରେ ରହି ସବୁ ନାଗରିକଙ୍କ ପାଇଁ ଦୁଇଟି ସନ୍ତାନ ଜନ୍ମ ଦେବା ଆଇନ ବାଧ୍ଯତାମୂଳକ ହେବା ଆବଶ୍ଯକ l ଏଥିପାଇଁ ବ୍ଯାପକ ଜନସଚେତନତା ସାଙ୍ଗକୁ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ଉପରେ କଠୋର ଜନସଂଖ୍ଯା ନିୟନ୍ତ୍ରଣ ଆଇନ ଆଣିବା ପାଇଁ ଚାପ ସୁଷ୍ଟି କରାଯିବା ଉଚିତ I ଏଥିପାଇଁ ପ୍ରଥମେ ଉତ୍ତର ପ୍ରଦେଶ ମୁଖ୍ଯମନ୍ତ୍ରୀ ଓ ଆସାମ ମୁଖ୍ଯମନ୍ତ୍ରୀ ଆଇନ ପ୍ରଣୟନ ପ୍ରୟାସ କରିଥିବାରୁ ଏଣୁ ଶ୍ରୀ ନିଗମାନନ୍ଦ ପଟ୍ଟନାୟକ କୁତଜ୍ଞତା ଜଣାଇଛନ୍ତି I ଏହି କାର୍ଯ୍ଯକ୍ରମରେ ପଶ୍ଚିମ ମୟୂରଭଂଜ ସାଂଗଠନିକ ଜିଲ୍ଲା ତଥା ରାଜ୍ଯ କାର୍ଯ୍ଯକର୍ତ୍ତାମାନଙ୍କ ମଧ୍ଯରୁ ରାଜ୍ଯ ମହିଳା ବିଭାଗ ସଂପାଦକ ତିଳୋତ୍ତମା ରାମ, ସଂଯୋଜକ ଉମାକାନ୍ତ ମହାନ୍ତ, ସହସଂଯୋଜକ ସରସ୍ବତୀ ଟୁ଼ଡୁ, ସଂଗଠନ ସଂପାଦକ ବୋଧିରଜତ ମହାନ୍ତ, ଉପସଭାପତି ଦୁଷ୍ମନ୍ତ କୁମାର ବସା, ଲଳିତ କୁ୍ମାର ମହାନ୍ତ, ସାଧାରଣ ସଂପାଦକ କମଳାକାନ୍ତ ନାଏକ, ଜୟନ୍ତ କୁମାର ମହାପାତ୍ର, କୌଶିକ କାଶ୍ଯପ ମହାନ୍ତି, ଚନ୍ଦନ କୁମାର ସାହୁ, ମିଡିଆ ପ୍ରମୁଖ ଶ୍ଯାମଳେନ୍ଦୁ ପରିଡା ତଥା ଅନ୍ଯାନ୍ଯ କାର୍ଯ୍ଯକର୍ତ୍ତାଗଣ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *