ଜବରଦଖଲ ଉଚ୍ଛେଦ ଦାବିରେ ତହସିଲ ଘେରାଉ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ଜଟେସିଂହା ଗ୍ରାମବାସୀ ଗ୍ରାମର ଗୋଚର ଓ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଦାବି କରି ସୋମବାର ତହସିଲ କାର୍ଯ୍ୟାଳୟ ଘେରାଉ କରିଥିବା ଜଣାଯାଇଛି । ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ ସହ କିଛି ସମୟ ଧରି ଧାରଣା ମଧ୍ୟ ଦେଇଥିଲେ । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗ୍ରାମର ଚାରି ପାଖରେ ଅନେକ ଦିନ ହେଲା ବ୍ୟାପକ ଜବରଦଖଲ ହୋଇଛି । ବର୍ତ୍ତମାନ ଗ୍ରାମକୁ ଯିବା ଆସିବାରେ ମଧ୍ୟ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳିକି ପିଲାଙ୍କ ପାଇଁ ଥିବା ଖେଳ ପଡିଆକୁ ବି ଜବରଦଖଲ କରି ଘର ତିଆରି କରାଯାଇଛି । ଗ୍ରାମର ଗାଈଗୋରୁ ମାନେ ଚରିବା ପାଇଁ ଚାରଣ ଭୂଇଁ ପାଇପାରୁ ନାହାନ୍ତି । ଏଣୁ ତୁରନ୍ତ ଜବର ଦଖଲ ହଟାଇବାକୁ ତହସିଲଦାରଙ୍କ ଠାରେ ଲିଖିତ ଭାବେ ଦାବି ଜଣେଇଥିଲେ । ଅନ୍ୟଥା ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ପାଇଁ ମଧ୍ୟ ଗ୍ରାମବାସୀ ଚେତାବନୀ ଦେଇଥିଲେ । ସ୍ଥାନୀୟ ତହସିଲଦାର ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ଶୀଘ୍ର ପଦକ୍ଷେପ ଗ୍ରହଣ ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ବହୁ ସଂଖ୍ୟାରେ ଗ୍ରାମବାସୀ ଏଥିରେ ଯୋଗ ଦେଇଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…