December 20, 2025
Home » ଜରୁରୀକାଳୀନ ମକ ଡ୍ରିଲ ଅନୁଷ୍ଠିତ

ଜରୁରୀକାଳୀନ ମକ ଡ୍ରିଲ ଅନୁଷ୍ଠିତ

0
WhatsApp Image 2025-12-08 at 1.42.51 PM

ପାରାଦ୍ଵୀପ:  ପାରାଦୀପରେ କଙ୍କର / ଇ ଫ କୋ ୱାଗନ୍ ଲୋଡିଂ ରୋଡ୍ ନିକଟରେ ଏକ ବୃହତ୍ ପରିମାଣର Offsite Emergency mock Drill ପରିଚାଳନା କରାଯାଇଥିଲା, ଯେଉଁଠାରେ ରୋଡ୍ ଟ୍ୟାଙ୍କରରୁ ଅମୋନିଆ ଲିକ୍ ହେବା ଓ ଏହା ଗୁରୁତର ସ୍ଥିତିରେ ପରିଣତ ହେବା ଘଟଣାକୁ ସିମୁଲେଟ କରାଯାଇଥିଲା।ଏହି ମହାଭ୍ୟାସଟି ପି.ପି.ଏଲ୍ (PPL) ପକ୍ଷରୁ ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଓ ଫiକ୍ଟ୍ରି ଆଣ୍ଡ ବଏଲର ସହ ନିର୍ଦେଶକ, ପାରାଦୀପ ଙ୍କ ଦିଗଦର୍ଶନ ରେ District Off-Site Emergency Plan ଅନୁଯାୟୀ ପରିଚାଳିତ ହୋଇଥିଲା। ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯୋଗାଯୋଗ ପ୍ରଣାଳୀ, ସମ୍ପଦ ସୁଲଭତା, ଏବଂ ବହୁସଂସ୍ଥା ସମନ୍ୱୟକୁ ପରୀକ୍ଷା କରିବା।ଏହି ଡ୍ରିଲ୍ରରେ ଶ୍ରୀ ନିରଞ୍ଜନ ବେହେରା (ଅତିରିକ୍ତ ଜିଲ୍ଲାପାଳ ପାରାଦୀପ), ଶ୍ରୀ ଅଭିଷେକ ପଣ୍ଡା ( ନିର୍ବାହୀ ଅଧିକାରୀ,ପାରାଦୀପ ମୁନିସିପାଲିଟି), ଶ୍ରୀ ମନୋଜ କୁମାର ପଣ୍ଡା (ଫiକ୍ଟ୍ରି ଆଣ୍ଡ ବଏଲର ଉପ ନିର୍ଦେଶକ ,କଟକ) ଶ୍ରୀ ଚନ୍ଦ୍ରଶେଖର ବେହେରା ( ଫiକ୍ଟ୍ରି ଆଣ୍ଡ ବଏଲର ସହ ନିର୍ଦେଶକ, ପାରାଦୀପ), ଶ୍ରୀ ପୁସ୍କର ଚନ୍ଦ୍ର ବେହେରା (ରିଜିଓନାଲ ଅଫିସର -ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ,) ଡ଼କ୍ଟର ଜେଲିଳିଲା ଆଦିତ୍ୟ ରେଡି(ଡେପୁଟି କମାଣ୍ଡାଣ୍ଟ – ଏନ ଡି ଆର ଫ, କଟକ, ଶ୍ରୀ କାର୍ତିକ ଚନ୍ଦ୍ର ବିଶ୍ୱାଳ(ଫIୟାର ଅଫିସର ,କୁଜଙ୍ଗ) ପୋଲିସ ବିଭାଗ, ଜିଲ୍ଲା ଆପଦ ବ୍ୟବସ୍ଥାପନ ଅଧିକାରୀ, NDRF କଟକ ଟିମ୍, ଅଠାରବଙ୍କି ହସ୍ପିଟାଲ୍, ମ୍ୟୁଚୁଆଲ୍ ଏଡ୍ ପାର୍ଟନର୍ ଏବଂ ଜଗତସିଂପୁର ଜିଲା କ୍ରାଇସିସ ବିଭାଗର ସମସ୍ତ ସଦସ୍ୟମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ଘଟଣା ସନ୍ଦେହ ହେବା ସଙ୍ଗେ ସଙ୍ଗେ ଟ୍ୟାଙ୍କର ଡ୍ରାଇଭର ଗାଡିକୁ ସୁରକ୍ଷିତ ଜାଗାରେ ପାର୍କ କରିଥିଲେ, ଏରିଆକୁ ବ୍ୟାରିକେଡ୍ କରିଥିଲେ ଓ ଟେନ୍ସପୋର୍ଟ ଅପାତକାଳୀନ କାର୍ଡ ଅନୁଯାୟୀ ସମସ୍ତଙ୍କୁ ଏଲାର୍ଟ ଦେଇଥିଲେ। ଏହା ପରେ ପି ପି ଏଲ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପାରାଦୀପ ଅଫିସ ରେ ଥିବା ଆପତାକାଳୀନ ବିଭାଗକୁ ଅବଗତ କରାଯାଇଥିଲା। ପରେ ଆପତାକାଳୀନ ବିଭାଗରୁ ସମସ୍ତ DCG ସଦସ୍ୟମାନଙ୍କ ସହ ସମ୍ପଦ ସମନ୍ୱୟ ଓ ସୂଚନା ବିତରଣ କରିଥିଲା।

ପ୍ରଥମେ ପି ପି ଏଲ ର ଅଗ୍ନିଶମ ବିଭାଗ ଅପାତକାଳୀନ ସ୍ଥଳରେ ପହଞ୍ଚି ଅମୋନିଆ ଗ୍ୟାସ୍ କୁ ନ୍ୟୁଟ୍ରାଲାଇଜ୍ ପାଇଁ ପାଣିର ସ୍ପ୍ରେ କରି ଆବରଣ କରୁଥିଲ। ପରେ ଇଫକୋ, ଆଇ ଓ ସି ଲ , ପାରଦୀପ ପୋର୍ଟର ଅଗ୍ନିଶମ ବିଭାଗ ସହଯୋଗ ପାଇଁ ପହଞ୍ଚିଥିଲେ, ଏବଂ କୁଜଙ୍ଗ୍ ଅଗ୍ନିଶମ ବିଭାଗ ଦ୍ୱାରା ରୋବଟିକ ମନିଟର ବ୍ୟବହାର କରି ନିକଟକୁ ଯାଇବା ବିନା ପ୍ରଭାବୀ ଭାବେ ପାଣି ସ୍ପ୍ରେକରିଥିଲେ ଓ ଏନ ଡି ର ଫ ଟିମ୍ Triage Station ସ୍ଥାପନା କରି ଆହତଙ୍କୁ ହସ୍ପିଟାଲକୁ ପଠାଇଲା।ପି ପି ଲ କମ୍ବାଟ ଟିମ ସମସ୍ତ ସୁରକ୍ଷା ସରଞ୍ଜାମ ସହିତ ସ୍ଥଳରେ ପ୍ରବେଶ କରି ଲିକେଜ୍ କୁ ସଫଳତାର ସହିତ ରୋକ୍ଥାମ କଲା ଓ ଶେଷରେ All-Clear ସାଇରନ ଦିଆଗଲା।ପରବର୍ତ୍ତୀ ଡିବ୍ରିଫିଂରେ ଶିଖ୍ୟା ଓ ସୁଧାର ପାଇଁ ପୃଥକ ଆଲୋଚନା ପରେ ଡ୍ରିଲ୍ ସଫଳ ଓ ସମନ୍ୱିତ ଭାବେ ସମ୍ମପ୍ନ୍ନ ହେବା ଘୋଷଣା କରାଯାଇଥିଲା। ଶେଷ ରେ ପି ପି ଏଲ କାରାଖାନାର ମୁଖ୍ୟ ଶ୍ରୀ ପାଲାନିସାମି ଭେଲୁସାମି ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟଵାଦ ଅର୍ପଣ କରିଥିଲେ।

 

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *