November 28, 2025
Home » ଜର୍ଣ୍ଣାଲିଷ୍ଟ ଆସୋସିଏସନ ର ରାଜ୍ୟ ସ୍ତରୀୟ ଦ୍ୱିତୀୟ ସେବା ମହୋତ୍ସବ ର ଦ୍ଵିତୀୟ ଦିବସରେ “ଗୋସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ l

ଜର୍ଣ୍ଣାଲିଷ୍ଟ ଆସୋସିଏସନ ର ରାଜ୍ୟ ସ୍ତରୀୟ ଦ୍ୱିତୀୟ ସେବା ମହୋତ୍ସବ ର ଦ୍ଵିତୀୟ ଦିବସରେ “ଗୋସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ l

0
WhatsApp Image 2025-02-21 at 4.26.35 PM

ସୁବର୍ଣ୍ଣପୁର –ମାନବ ସେବା ହିଁ ମାଧବ ସେବା କୁ ପାଥେୟ କରି ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ ଆନୁକୂଲ୍ୟରେ ସେବା ଧର୍ମୀ ଦ୍ୱିତୀୟ ରାଜ୍ୟ ସ୍ତରୀୟ ସେବା ମହୋତ୍ସବ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୁରୁବୁଡ଼ା ଗୁପ୍ତେଶ୍ୱର ଶିବ ମନ୍ଦିରରେ ଗୁରୁବାର ଦିନ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି l ପ୍ରଥମେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେଵୀ ମା ଭୈରବୀ ଙ୍କୁ ରୀତିନୀତି ରେ ପୂଜାର୍ଚ୍ଚନା କରି ସେବା ରଥ ଶୁଭାରମ୍ଭ ହୋଇଥିଲା।ଶୁକ୍ରବାର ଦିନ ଥିଲା ସେବା ମହୋତ୍ସବ ର ଦ୍ଵିତୀୟ ଦିନ। କାର୍ଯ୍ୟ ସୂଚୀ ଅନୁସାରେ ଦ୍ଵିତୀୟ ଦିନ ରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ମାହେଶ୍ୱରୀ ଗୋଶାଳା କୁ ଯାଇ ଗୋସେବା କରାଯାଇଥିଲା।ପ୍ରଥମେ ଆସୋସିଏସନ ପକ୍ଷରୁ ଗାଈ ଗୋରୁ ମାନଙ୍କ ପାଇଁ କୁଣ୍ଡା, ତୋରାଣି, କଦଳୀ, ଗୁଡ଼ ଇତ୍ୟାଦି ଖାଦ୍ୟ ନିଆ ଯାଇଥିଲା ଏବଂ ଗୋଶାଳା ରେ ପହଂଚିବା ପରେ ଗୁଡ଼ ଓ ହଳଦୀ ମିଶ୍ରିତ ପାଣିରେ ଗୋରୁ ମାନଙ୍କ ପାଦ ଧୋଆ ଯାଇଥିଲା।

ତା ପରେ ପ୍ରତ୍ୟେକ ଗାଈ ଗୋରୁ ମାନଙ୍କୁ ଖାଇବାକୁ ଦିଆ ଯାଇଥିଲା। ଏଥି ସହିତ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ. ବୀରେନ୍ଦ୍ର ପୃଷ୍ଟି ଙ୍କ ନେତୃତ୍ୱ ରେ ଏକ ପ୍ରାଣୀ ଚିକିତ୍ସା ଶିବିର ମଧ୍ୟ ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିର ରେ ଦୁର୍ବଳ ଥିବା ଗାଈ ଗୋରୁ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କୁ ଇଞ୍ଜେକ୍ସନ, ଭିଟାମିନ ଔଷଧ ଆଦି ଦିଆ ଯାଇଥିଲା। ଜର୍ଣ୍ଣାଲିଷ୍ଟ ଆସୋସିଏସନ ର ଏଭଳି ଏକ ନିଆରା କାର୍ଯ୍ୟକ୍ରମ କୁ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ ସମେତ ଗୋଶାଳା ର ସଭାପତି, ସମ୍ପାଦକ ତଥା ଗୋସେବକ ମାନେ ପ୍ରଶଂସା କରିଥିଲେ।ଏଥିରେ ଡଃ.ପୃଷ୍ଟି ଙ୍କ ସହିତ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରତିଭା ପାଢ଼ୀ, ମାହେଶ୍ୱରୀ ଗୋଶାଳା, ଓ ଜରାଶ୍ରମ ର ସଭାପତି ନିର୍ଗୁଣ ମହାକୁଡ଼, ସମ୍ପାଦକ କୁର୍ତ୍ତିବାସ ପଲିଆ, ପୃଷ୍ଠପୋଷକ ଭାଗ୍ୟଧର ମହାକୁଡ଼, ଗୋସେବକ ସନ୍ତୋଷ ବେହେରା, ଯାଦବ ପୁଟେଲ, ନରହରି ବେହେରା ଙ୍କ ସମେତ ଜର୍ଣ୍ଣାଲିଷ୍ଟ ଆସୋସିଏସନ ର ସମ୍ପାଦକ ଭାଗବତ ମେହେର,ସଭାପତି ସୁକାନ୍ତ ପଟ୍ଟନାୟକ ଉପଦେଷ୍ଟା ସାମ୍ବାଦିକ ଚିତ୍ତରଞ୍ଜନ ସିଂ, ବନମାଳୀ ପ୍ରଧାନ,ବାସୁଦେବ ସାହୁ ସହସମ୍ପାଦକ କୁମୁଦ ଚନ୍ଦ୍ର ସାହୁ, ଉପସଭାପତି ସୁଶାନ୍ତ ବେହେରା, ଅକ୍ଷୟ ମହାକୁଡ଼, ଧିରେନ ପ୍ରଧାନ, ସଦାନନ୍ଦ ନାୟକ, ଶାଶ୍ୱତ ଦାସ, ବିଭୁଦତ୍ତ ବୋଷ ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ।ଶନିବାର ଦିନ ସେବା ମହୋତ୍ସବ ର ତୃତୀୟ ଦିନ ତେଣୁ ଏହି ତୃତୀୟ ଦିନ ରେ ଅସହାୟ ଗରିବ ଲୋକ ଙ୍କୁ ସେବା କିଟ ବଣ୍ଟନ କରାଯିବା ସହିତ ସାତ ଦିନ ଧରି ଚାଲିବାକୁ ଥିବା ସେବା ମହୋତ୍ସବ ରେ ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ସେବା ଚାଲିବା ନେଇ ଆସୋସିଏସନ ପକ୍ଷରୁ ସୂଚନା ମିଳିଛି।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *