July 6, 2025
Home » ଜଳୁନି ଷ୍ଟ୍ରିଟ ଲାଇଟ୍, ଅନ୍ଧାରରେ ସୋନପୁର ସହର l

ଜଳୁନି ଷ୍ଟ୍ରିଟ ଲାଇଟ୍, ଅନ୍ଧାରରେ ସୋନପୁର ସହର l

0
WhatsApp Image 2024-11-12 at 6.54.38 PM

ସୁବର୍ଣ୍ଣପୁର–ମନ୍ଦିର ମାଳିନୀ ସୋନପୁର ସହର ଏବେ ରାତି ହେଲେ ଚାରିଆଡେ ଅନ୍ଧାର। ଷ୍ଟ୍ରିଟ ଲାଇଟ ମେନ୍ଟନେନସ୍ ଅଭାବରୁ ବର୍ତ୍ତମାନ ସଞ୍ଜ ନଇଁଲେ ରାଜ କରୁଛି ଅନ୍ଧାର। ବହୁଦିନ ରୁ ସବୁ ଆଡ଼େ ଅନ୍ଧାର ଭୟଭୀତ ଅବସ୍ଥା ରେ ଯିବା ଆସିବା କରୁଛନ୍ତି ଲୋକେ l ସବୁଆଡେ ଖାଁ ଖାଁ ଲାଗୁଛି l କେହି ଶୁଣୁନି କାହାର କଥା, ସତେ ଯେମିତି ପ୍ରଶାସନ କି ରାଜନେତା କେହି ନାହିଁ ମୂରବୀ ବିହୀନ ଜିଲ୍ଲା କହୁଛନ୍ତି ବାହାର ର ପର୍ଯ୍ୟଟକ l ଜନଗହଳି ପୂର୍ଣ୍ଣ ସହରର ବସଷ୍ଟାଣ୍ଡ ସମେତ ମୁଖ୍ୟ ମାର୍କେଟ ରାସ୍ତା ଗୁଡିକ ଅନ୍ଧାର ଘେରରେ ରହୁଛି। ତହସିଲ ଛକରୁ ଆରଟିଓ ଅଫିସ ଛକ, ବ୍ଲକ ଛକରୁ କୁଞ୍ଜ ଛକ, ନଳିନୀ ଛକରୁ ତେଲ ନଦୀ ବ୍ରିଜ ଛକ ସମେତ ସମସ୍ତ ୱାର୍ଡ ର ଗଳିକନ୍ଦି ରାସ୍ତା ମଧ୍ଯ ଅନ୍ଧାର। ପବିତ୍ର କାର୍ତ୍ତିକ ମାସରେ ସମସ୍ତ ମନ୍ଦିର ରାସ୍ତା ମାନଙ୍କରେ ମଧ୍ୟ ଅନ୍ଧାର ରାଜ କରୁଛି। ମେଣ୍ଟେନାନ୍ସ ଅଭାବ ରୁ ବର୍ତ୍ତମାନ ଅବ୍ୟବସ୍ଥା ଘେରରେ ସହରୀକରଣ ଆଲୋକ ବ୍ୟବସ୍ଥା। ସୋନପୁର ମ୍ୟୁନିସିପାଲିଟି ଆଲୋକିକରଣ ବ୍ୟବସ୍ଥା ବଜାଜ କମ୍ପାନୀ ଠିକା ନେଇଥିବା ବେଳେ ଭୁବନେଶ୍ବରର ଗ୍ଲାଡିଅରସ୍ ନାମକ ସଂସ୍ଥାକୁ ଦାୟିତ୍ଵ ପ୍ରଦାନ କରିଛି। ଉକ୍ତ ସଂସ୍ଥା ଅଧୀନରେ ତିନିଜଣ ଅସ୍ଥାୟୀ କର୍ମଚାରୀ କାମ କରୁଥିବା ବେଳେ ସେମାନେ ଦୀର୍ଘ ତିନି ମାସ ହେଲା ଦରମା ପାଇନଥିବା ଅଭିଯୋଗ କରିଛନ୍ତି। ପୁଣି କମ ଦରମାରେ କାମ କରିବା ପାଇଁ କମ୍ପାନୀ ବାଧ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି କର୍ମଚାରୀ। ଏଠି ପ୍ରଶ୍ନ ଉଠେ ଯେ ଲୋକଙ୍କ ସେବା ପାଇଁ ନେତା ନେତ୍ରୀ ମାନେ ନିର୍ବାଚିତ ହୋଇଛନ୍ତି ନା ଶୋଷଣ ଲୁଣ୍ଠନ ପାଇଁ l ପବ୍ଲିକ ବି ଚୁପ୍ ସବୁବେଳେ l ସାମ୍ବାଦିକ ମାନେ ଲେଖିଦେଲେ ସବୁ ସମାଧାନ ହେବ ବୋଲି କେବଳ ଚର୍ଚ୍ଚା କରିବେ ସବୁଠି l ଦୀର୍ଘ ବର୍ଷ ରୁ ଏଠି ଗୋଳିଆ ରାଜନୀତି ପାଇଁ ସବୁ ବିଭାଗରେ ଅଳିଆ l ଏହା ବି ଚର୍ଚ୍ଚା ହୁଏ ଲୋକଙ୍କ ଯେ,ସୋନପୁର ସହର ଓ ଜିଲ୍ଲା ପାଇଁ ସାହା ଭରଷା ସେଇ ଏକା କାଳିଆ l ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *