December 26, 2025
Home » ଜଳ ବିଭାଜିକା ପ୍ରକଳ୍ପ ରେ ଭୟଙ୍କର ଦୁର୍ନୀତି

ଜଳ ବିଭାଜିକା ପ୍ରକଳ୍ପ ରେ ଭୟଙ୍କର ଦୁର୍ନୀତି

0
WhatsApp Image 2025-10-13 at 3.59.46 PM

 

 

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକରେ ଜଳ ବିଭାଜିକା ସହାୟତା ରାଶିକୁ ନେଇ ଗୋଟିଏ ପରେ ଗୋଟିଏ ଜଳ ବିଭାଜିକା ଉପରେ ମହାଦୁର୍ନୀତି ଅଭିଯୋଗ ସାମ୍ନାକୁ ଆସିଛି ।ଜଳ ବିଭାଜିକା ସଭାପତି ଓ ସମ୍ପାଦକ ସରକାରୀ ଅଧିକାରୀ ମିଶି ଲକ୍ଷାଧିକ ଟଙ୍କାର ସହାୟତା ରାଶି ହଡ଼ପ କରିଥିବା ନେଇ ହିତାଧିକାରୀ ଓ କମିଟିର ସଦସ୍ୟ/ସଦସ୍ୟା ଅଭିଯୋଗ ଆଣୁଛନ୍ତି ।ସୂଚନା ଅନୁସାରେ ଗଡ଼ପଳାଶୁଣି ପଞ୍ଚାୟତ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଜଳ ବିଭାଜିକାରେ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ ଆସିଛି ।ଏହି ପଞ୍ଚାୟତ ଜଳ ବିଭାଜିକାରେ ଗଡ଼ପଳାଶୁଣି ପଞ୍ଚାୟତର ବିଭିନ୍ନ ଗ୍ରାମ ରେ ହୋଇଥିବା ପ୍ରକଳ୍ପ ଗୋଟିଏ ପରେ ଗୋଟିଏ ସାମ୍ନା କୁ ଆସୁଛି ।ବିଭାଗ ପକ୍ଷରୁ ଏହି ସମସ୍ତ ଗ୍ରାମରେ ହିତାଧିକାରୀଙ୍କୁ ପରିବା ଚାଷ,କୁକୁଡ଼ା ପାଳନ,ଛେଳି ପାଳନ ଜଳ ବିଭାଜିକା ପକ୍ଷରୁ ଆସୁଥିବା ୧୬ ହଜାର ଟଙ୍କାରୁ ମାତ୍ର ୨ ରୁ ୩ ହଜାର ଟଙ୍କା ଦେଇ ଅର୍ଥ ହଡ଼ପ କରୁଥିବା ଅଭିଯୋଗ ହେଉଛି ।ଏପରିକି ହିତାଧିକାରୀଙ୍କୁ ଧମକ ଚମକ ଦେଇ ୧୬ ହଜାର ଟଙ୍କାରୁ ମାତ୍ର ୨ ରୁ ୩ ହଜାର ଟଙ୍କା ଦେଇ ବଳକା ଟଙ୍କା ନିଜେ ଆତ୍ମସାତ କରିଛନ୍ତି ।

ଏପରିକି ନିଜ ସମ୍ପର୍କୀୟଙ୍କ ନାମରେ ଯୋଜନା ଦେଇ ଅର୍ଥ ହଡ଼ପ କରିଛନ୍ତି ।ଏହି ସମସ୍ତ ଅଭିଯୋଗ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ କଳ୍ପବଟ ବେହେରା ଙ୍କ ଠାରେ ସଦସ୍ୟ/ସଦସ୍ୟା ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପ୍ରକଳ୍ପ ଅଧିକାରୀ ନିଜେ ଆସି ଏହାର ତଦନ୍ତ କରୁଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ଶୁଫଳ ମିଳୁନଥିବାରୁ ଲୋକଙ୍କ ମନରେ ପ୍ରକଳ୍ପ ଅଧିକାରୀ କଳ୍ପବଟ ବେହେରା ଙ୍କ ଉପରେ ସନ୍ଦେହ ହେଉଥିବା ହିତାଧିକାରୀ ଅଭିଯୋଗ କରିବା ସହିତ ସଚିବ ସ୍ତରର ଅଧିକାରି ତଦନ୍ତ କରନ୍ତୁ ବୋଲି ଅଭିଯୋଗ କରି ଛନ୍ତି। ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକକୁ ଆକାଂକ୍ଷି ବ୍ଲକ ଭାବେ ମନୋନୀତ କରାଯାଇ ଅନ୍ୟ ବିକଶିତ ଅଞ୍ଚଳ ଭଳି ବିକାଶ କ୍ଷେତ୍ରରେ ଆଗେଇ ନେବାପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା କାରଣରୁ ଅନେକ ଯୋଜନା ବାଟବଣା ହେଉଛି। କଙ୍କଡ଼ାହାଡ଼ ବ୍ଲକ୍ ରେ ଏକରୁ ଅଧିକ ଥିବା ଜଳ ବିଭାଜିକା ପ୍ରକଳ୍ପ ରେ ସଠିକ୍ ଚାଷୀ ଚିହ୍ନଟ ନହେବା ମନ ମୁଖି ସୁହାଇଲା ଭଳି ମେମ୍ବର ସଭାପତି ସମ୍ପାଦକ ବାଛି କୋଟି କୋଟି ଟଙ୍କା ହଡ଼ପ କରୁଥିବା ସରକାରୀ ଅଧିକାରୀ ନିରବଦ୍ରଷ୍ଟା ସାଜି ଛି । ଜଳ ବିଭାଜିକା ପ୍ରକଳ୍ପ ରେ କେଉଁ କେଉଁ ଅଧିକାରି ଲିପ୍ତ ଅଛନ୍ତି ଜଳ ଜଳ ଦିଶୁଛି।ଏହି ପରି ଏକ ରୁ ଏକାଧିକ ଜଳବିଭାଜିକା ପ୍ରକଳ୍ପ ରେ ଅନିୟମିତତା ଉପରେ ଜିଲ୍ଲାପାଳ ମୁଖ୍ୟ ମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ପାଇଁ କମିଟିର ସମସ୍ତ ସଦସ୍ୟ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *