April 24, 2025
Home » ଜଳ ସମ୍ପଦ ବିଭାଗ ଓଡ଼ିଶା,ବିଭାଜନ.ଓ ଜିଲ୍ଲା ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ

ଜଳ ସମ୍ପଦ ବିଭାଗ ଓଡ଼ିଶା,ବିଭାଜନ.ଓ ଜିଲ୍ଲା ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ

0

ଓଡ଼ିଶା ସରକାରଙ୍କର ଜଳ ସମ୍ପଦ ବିଭାଗ ଦ୍ଵାରା କନ୍ଧମାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ, କନ୍ଧମାଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ କନ୍ଧମାଳ ଶ୍ରୀ ଅଶୋକ କୁମାର ଭୋଇ ପାଣି ପଞ୍ଚାୟତ ରଥର ଶୁଭାରମ୍ଭ କରିଥିଲେ।ଏହି ସମୟରେ କନ୍ଧମାଳ ଜିଲ୍ଲା ନୋଡାଲ ଅଧିକାରୀ ତଥା ଅଧିକ୍ଷଣ ଯନ୍ତ୍ରୀ ଓ ବୋୖଦ୍ଧ ଜିଲ୍ଲା ଅଧିକ୍ଷଣ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ଶ୍ରୀ ମନୋରଞ୍ଜନ ହାଁସଦା, ସହକାରୀ ଯନ୍ତ୍ରୀ ଶ୍ରୀ ନିରଞ୍ଜନ ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଗୁଣନିଧି ପରିଡ଼ା, ଉଠାଜଳସେଚନ ଖଣ୍ଡ ଫୁଲବାଣୀ,ଶ୍ରୀ ଇ଼ ରଞ୍ଜନ ମହାପାତ୍ର,ପିଲାସାଲୁଙ୍କି ଫୁଲବାଣୀ, ସହକାରୀ ଯନ୍ତ୍ରୀ ଶ୍ରୀ ଜୀବନ ମଲିକ, କ୍ଷୁଦ୍ର ଜଳସେଚନ ବିଭାଜନ ଫୁଲବାଣୀ, ବିଭାଗୀୟ ଅଧିକାରୀ ଶ୍ରୀ ଅତ୍ମିତ ବେହେରା ଓ କର୍ମଚାରୀ ଉପସ୍ଥିତ ଥିଲେ, ପାଣିପଞ୍ଚାୟତ ରଥଟି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ବାହାରି ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ତରଙ୍ଗ ଗ୍ରାମ ପଞ୍ଚାୟତ ର ଟାଣି ପେନୁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଠାରେ ବିଭାଜନ ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ 2024-25 ରେ ବିରାଟ ବଡ଼ ସଭାର ଆୟୋଜନ ହୋଇଥିଲା, ମୂଖ୍ୟ ଅତିଥି ଭାବେ ଘୁଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ଦଳ ବିଧାୟକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ,ଜଳ ହିଁ ଜୀବନ, କୃଷି ର ବିକାଶ ହେଲେ ଗ୍ରାମର ବିକାଶ ଦେଶର ବିକାଶ ହେବ। ପୂର୍ବ ରୁ ବିଭାଜନ ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ ପାଇଁ ପ୍ରତିଯୋଗିତା କୃତିତ୍ୱ ଛାତ୍ରଛାତ୍ରୀ ଙ୍କୁ ବିଧାୟକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଙ୍କ ଦ୍ଵାରା ଓ ଅନ୍ୟ ଅତିଥି ମାନଙ୍କ ଦ୍ଵାରା ପ୍ରମାଣପତ୍ର ସହ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ,

ପ୍ରକାଶ ଥାଉ କି ତା 2.1.2025 ରିଖ ଦିନ ଫୁଲବାଣୀ ସ୍ଥିତ ପଞ୍ଚାୟତ ଭବନ ପରିସରରେ ଜିଲ୍ଲା ନୋଡାଲ ଅଧିକାରୀ ତଥା ଅଧିକ୍ଷଣ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବିଭାଜନ ଫୁଲବାଣୀ, କନ୍ଧମାଳ ଓ ବୋୖଦ୍ଧ ଜିଲ୍ଲା,ଶ୍ରୀ ମନୋରଞ୍ଜନ ହାଁସଦା ଙ୍କ ସଭାପତିତ୍ବରେ ଜିଲ୍ଲା ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ -2024–25 ଆୟୋଜିତ କରାଯାଇଥିଲା,ଏହି ଦିନ ପାଣିପଞ୍ଚାୟତ ପକ୍ଷ ପାଳନ ପାଇଁ ମୂଖ୍ୟ ଅତିଥି ଭାବେ ଘୁଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ, ବିଧାୟକ ଶ୍ରୀ ପ୍ରଧାନ କହିଲେ ଯେ ଦେଶର ଉନ୍ନତି ହେବାକୁ ହେଲେ ରାଜନେତା,ସରକାରୀ କର୍ମଚାରୀ, ସାଧାରଣ ଜନତା ସଚ୍ଚୋଟ ହେବାକୁ ପଡ଼ିବ। ଅଧିକାରୀ ମାନେ ସରକାରୀ ଯୋଜନା ସମ୍ପର୍କରେ ଚାଷୀ ମାନଙ୍କୁ ସଚେତନ କରିପାରିଲେ ଚାଷୀ ଏହାର ଲାଭ ନେଇପାରିବେ,ଯେହେତୁ କନ୍ଧମାଳ ଜିଲ୍ଲା ଏକ ପାହାଡ ପର୍ବତ ଘେରା ଅଞ୍ଚଳ ସବୁ ଯାଗାକୁ କେନାଲ ଯାଇ ପାରିନାହିଁ,ତେଣୁ ଯେଉଁ ଜାଗାରେ ଯେଉଁ ଭଳି ସେଚନ ଉପଯୋଗୀ ତାହାର ସୁବନ୍ଦୋବସ୍ତ କରିବାକୁ ସରକାରୀ ଅଧିକାରୀମାନଙ୍କୁ ନିବେଦନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଉପାଧ୍ୟକ୍ଷ ଆଃ, ଜିଲ୍ଲା ପରିଷଦ କନ୍ଧମାଳ, ଶ୍ରୀ ସତୀ ସାଧୁ ବାଣୀ ନାୟକ କହିଲେ ଯେତେବେଳେ ବିଭିନ୍ନ ଗାଁ କୁ ଯାଆନ୍ତି, ଲୋକଙ୍କ ଠାରୁ ମୂଖ୍ୟତଃ ଜଳ ସମସ୍ୟା ବିଷୟରେ ଶୁଣିବାକୁ ମିଳୁଛି,ଏହାର ଶିଘ୍ର ସମାଧାନ ପାଇଁ ଅଧିକାରୀ ମାନଙ୍କ ନିବେଦନ କରିଥିଲେ। ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ, କନ୍ଧମାଳ ଶ୍ରୀ ସୀତାକାନ୍ତ ରାଉତ କହିଲେ ଯେ ଜଙ୍ଗଲ କ୍ଷୟ ଜଳବାୟୁ ପରିବର୍ତ୍ତନ ଯୋଗୁ ଜଳ ଉତ୍ସର ପରିମାଣ କହିବାକୁ ଲାଗୁଛି। ଜଙ୍ଗଲ ଓ ଜଳର ସଂରକ୍ଷଣ କରିବା ଆବଶ୍ୟକ। ଚାଷ ପାଇଁ ଗୋପାଳନ କରିବାକୁ ପଡିବ କାରଣ ଗୋବରର ବିକଳ୍ପ ନାହିଁ,କମ୍ ରାସାୟନିକ ସାରର ବ୍ୟବହାର ଉପରେ ଗୁରୁତ୍ଵ ଦେବା ସହିତ ମାଟିକୁ ନିୟମିତ ପରୀକ୍ଷା କରିବାକୁ ଅନୁରୋଧ କରିଥିଲେ।ଏପରି ଭାବରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ସେମାନଙ୍କ ବିଭାଗର ଯୋଜନା ଏବଂ ଏହାର କିପରି ଭାବରେ ଲାଭ ନେଇପାରିବେ ସେ ବିଷୟରେ ଉପସ୍ଥିତ ଚାଷୀ ମାନଙ୍କୁ ଅବଗତ କରାଇଥିଲେ।

ଜିଲ୍ଲା ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତୀଥି ମାନଙ୍କ ଦ୍ଵାରା ପ୍ରମାଣପତ୍ର ସହିତ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। କ୍ଷୁଦ୍ର ଜଳସେଚନ ବିଭାଜନ ଫୁଲବାଣୀ ଉପବିଭାଗ ଅଧିକାରୀ ଶ୍ରୀ ଗୋଲକ ବିହାରୀ ସାହାଣୀ ଏହି ସଭାକୁ ଅତି ସୁନ୍ଦର୍ ଭାବରେ ପରିଚାଳନା କରିଥିଲେ। ଏହି ସଭାରେ ମୂଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା ସଞ୍ଚୟ କୁମାର ପଟେଲ, ଅତିରିକ୍ତ ଉପ ନିର୍ଦ୍ଦେଶକ , ଉଦ୍ୟାନ କୃଷି ଶ୍ରୀ ବିନୋଦ କୁନାର ଜେନା, ନିର୍ବାହୀ ଯନ୍ତ୍ରୀ, ଉଠାଜଳସେଚନ ଖଣ୍ଡ ଫୁଲବାଣୀ, ଶ୍ରୀ ରଞ୍ଜନ ମହାପାତ୍ର , ଜଳସେଚନ ବିଭାଗ ଶ୍ରୀ ହିତେଶ ସାହୁ, କ୍ଷୁଦ୍ର ଜଳସେଚନ ବିଭାଜନ ଫୁଲବାଣୀ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଗୁଣନିଧି ପରିଡ଼ା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ନିରୁପମା ଦୋରା, ଅତିରିକ୍ତ ମତ୍ସ୍ୟ ଅଧିକାରୀ ଶ୍ରୀମତୀ ଆଶା ଲକ୍ଷ୍ମୀ ପାଇକରାୟ ଓ ବିଭିନ୍ନ ସରକାରୀ କର୍ମଚାରୀମାନେ, ସୂଚନାଯୋଗ୍ୟ ବିଗତ ବିଭାଜନ ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ ରେ କ୍ଷୁଦ୍ର ଜଳସେଚନ ବିଭାଜନ ଫୁଲବାଣୀ, ସହକାରୀ ଯନ୍ତ୍ରୀ ଶ୍ରୀ ନିରଞ୍ଜନ ପ୍ରଧାନ କାଣିପେନୁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଠାରେ ଆହୋଜିତ ସଭାରେ ଅତି ପ୍ରାଞ୍ଚଳ ଭାବରେ ଉପସ୍ଥିତ ଚାଷୀ ମାନଙ୍କୁ ରବି ଓ ଖରିଫ ଋତୁ ରେ କିପରି ବିଭିନ୍ନ ପ୍ରକାରର ଚାଷ ହୋଇପାରି ସେଥିପାଇଁ କ୍ଷୁଦ୍ର ଜଳସେଚନ ବିଭାଗ କର୍ମଚାରୀଙ୍କ ଭୁମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ସାଧାରଣରେ ଚାଷୀ ମାନଙ୍କୁ ସଚେତନ କରିବାସହ,କାଣିପେନୁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଧିକା କାର୍ଯ୍ୟ ଚାଲିଛି ଦୁଇ ପାର୍ଶ୍ଵରେ ଥିବା କେନାଲ କାମ ଅଧିକା ମାଟି କାଢ଼ିବାକୁ ହିଟାଜି ଓ ଟ୍ରାକ୍ଟର ବ୍ୟବହାର କରାଯାଉଛି ବୋଲି କୃଷକମାନଙ୍କୁ ସଚେତନ କରାଇଥିଲେ,ଏହି ଅବସରରେ ପାଣିପଞ୍ଚାୟତ ପ୍ରତିନିଧି ଚାଷୀ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମକର୍ତ୍ତା ଓ ସାମ୍ବାଦିକ ଭାଇମାନେ ଉପସ୍ଥିତ ଥିଲେ ।

ଫୋଟ ପ୍ରମୋଦ କୁମାର ନାୟକ କନ୍ଧମାଳ ଇପିଏ ରିପୋର୍ଟ

Leave a Reply

Your email address will not be published. Required fields are marked *