January 21, 2025
Home » ଜ଼ିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଓ କୃଷି ମହୋତ୍ସବ

ଜ଼ିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଓ କୃଷି ମହୋତ୍ସବ

0

ଜ଼ିଲ୍ଲା କୃଷି ବିଭାଗ ପକ୍ଷରୁ ସ୍ଥାନୀୟ ପ୍ରଧାନପାଟ ବଡ଼ବଗିଚା ଠାରେ ପାଞ୍ଚଦିନିଆ ଜ଼ିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଓ କୃଷି ମହୋତ୍ସବ ଉଦଘାଟିତ ହୋଇଯାଇଛି । ଶୁକ୍ରବାର ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ମାନ୍ୟବର ସାଂସଦ ଙ୍କ ନମିନୀ ଅରୁଣ କୁମାର ସାହୁ, କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ କ୍ଷୀରୋଦ ବିଶ୍ୱାଳ, ଅଗ୍ରଣୀ ବିହନ ସଂରକ୍ଷଣ ବିହନ ବରଗଡ଼ ସୁଦାମ ସାହୁ, ମୁଖ୍ୟ ଜ଼ିଲ୍ଲା କୃଷି ଅଧିକାରୀ ବିଭୁତି ଭୂଷଣ ଜେନା, ଜ଼ିଲ୍ଲା କୃଷି ଅଧିକାରୀ ଧବଳେଶ୍ୱର ପ୍ରଧାନ, କୃଷି ନିର୍ବାହୀ ଯନ୍ତ୍ରୀ ଦିବ୍ୟ ଲୋଚନ ସାହୁ ବରେଣ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହିତ କୃଷି ଓ କୃଷକ ବିକାଶ ତଥା ଉତ୍ପାଦନ ବୃଦ୍ଧି ସହ ଆର୍ଥିକ ଅବିବୃଦ୍ଧି ପାଇଁ ସରକାର ଅନେକ ବ୍ୟବସ୍ଥା କରିଥିବା ବେଳେ ଆଧୁନିକ ଯନ୍ତ୍ରପାତି ଓ ଜ୍ଞାନ କୌଶଳ ଉତ୍ପାଦନ କ୍ଷମତା ବଢ଼ାଉଛି ଏବଂ କୃଷି ଓ କୃଷକ ଙ୍କୁ ସଶସ୍ତ୍ର କରିବା ସହ କୃଷି ଯନ୍ତ୍ରପାତି ଓ ଯୁବ ଚାଷୀ ଙ୍କୁ ପ୍ରେରଣା ଯୋଗାଇ ଥିବା ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ଜ଼ିଲ୍ଲା ରୁ କୃଷି କ୍ଷେତ୍ରରେ ଅଗ୍ରଣୀ ଚାଷୀ ପାଇଁ ବାରକୋଟ ବ୍ଲକ ର ରୁଚିତା ପ୍ରଧାନ, ରିଆମାଳ ବ୍ଲକ ରୁ ଲିପସା ରାଣୀ ବେହେରା, ତିଲେଇବଣି ବ୍ଲକ ରୁ ଦୀପାଲି ପଟେଲ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଦେଇ ସମ୍ମାନିତ କରିଥିଲେ । ପ୍ରଦର୍ଶନୀ ମେଳା ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ, ଉଦ୍ୟାନ ବିଭାଗ, କୃଷି ଯନ୍ତ୍ରପାତି ବିଭାଗ ଓ ଜ଼ିଲ୍ଲା ଶିଳ୍ପ କେନ୍ଦ୍ରର ମୋଟ ୫୦ ଷ୍ଟଲ ଖୋଲାଯାଇଛି । ଜ଼ିଲ୍ଲା କୃଷି ଅଧିକାରୀ ଶ୍ରୀ ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *