January 20, 2025
Home » ଜ଼ିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଓ କୃଷି ମହୋତ୍ସବ ତୃତୀୟ ଦିବସ

ଜ଼ିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଓ କୃଷି ମହୋତ୍ସବ ତୃତୀୟ ଦିବସ

0

ଜ଼ିଲ୍ଲା କୃଷି ବିଭାଗ ପକ୍ଷରୁ ସ୍ଥାନୀୟ ପ୍ରଧାନପାଟ ବଡ଼ବଗିଚା ଠାରେ ପାଞ୍ଚଦିନିଆ ଜ଼ିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଓ କୃଷି ମହୋତ୍ସବ ତୃତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପାନୀୟ ଜଳ ଓ ପଞ୍ଚାୟତିରାଜ ମନ୍ତ୍ରୀ ଓଡିଶା ସରକାର ଶ୍ରୀଯୁକ୍ତ ରବି ନାରାୟଣ ନାଏକ, ଅତିରିକ୍ତ ଜ଼ିଲ୍ଲାପାଳ ରେବେକା ବିଲୁଙ୍ଗ, ଉପ ଜ଼ିଲ୍ଲାପାଳ ପରକ୍ଷିତ ସାହୁ, ଜ଼ିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଭୁତି ଭୂଷଣ ଜେନା ମଣି ରାୟ, ଅଧିକ୍ଷକ ଯନ୍ତ୍ରୀ କୃଷି ଉତ୍ତରାଞ୍ଚଳ ସମ୍ବଲପୁର ଇଂ ଅଭିମନ୍ୟୁ ଜେନା, ଜ଼ିଲ୍ଲା ମତ୍ସ୍ୟ ଅଧିକାରୀ କୁଟିଳ ଚନ୍ଦ୍ର ଦାସ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଚାଷୀ ମାନଙ୍କ ଆୟ ଦୁଇ ଗୁଣିତ କରିବା ନିମନ୍ତେ କୃଷି ଯନ୍ତ୍ରପାତି ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ ।

ଚାଷୀ ଙ୍କ ଅର୍ଥ ନୟତିକ ବିକାଶ ନିମନ୍ତେ କୃଷି ଯନ୍ତ୍ରପାତି ବହୁଳ ବ୍ୟବହାର ଏବଂ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବାରକୋଟ ବ୍ଲକ ର ଚୂଡ଼ାମଣି ସାହୁ ବାଲିନାଲି ଦଣ୍ଡାସିଂହା, ଧରଣୀଧର ସାହୁ ଆମ୍ବକଟା ବାରକୋଟ, ସୁରେଶ ସାହୁ ଟିକିଲିଝରଣ ତିଲେଇବଣି, ଲିପିକା ରାଣୀ ପ୍ରଧାନ ଝିଙ୍କାବିରା ଟୁହିଲାମାଳ ରିଆମାଳ, କୃଷି କ୍ଷେତ୍ରରେ ଅଗ୍ରଣୀ ଚାଷୀ ଗୌରମୁଣ୍ଡା ଗଡ଼ନାୟକ ଗୁରୁସଙ୍ଗ ବାରକୋଟ, ପୁଲସ୍ତି ବେହେରା ତାବଡା ରିଆମାଳ, ପଞ୍ଚାନନ ସ୍ୱାଇଁ ଛେପିରିପାଲି ତିଲେଇବଣି, ମତ୍ସ୍ୟ କ୍ଷେତ୍ରରେ ଅଗ୍ରଣୀ ଚାଷୀ ଜିତେନ୍ଦ୍ର ସାହୁ ଦଣ୍ଡାସିଂହା ବାରକୋଟ, ସୌଦାମିନୀ ଦେହୁରୀ ମଳେହିପଡ଼ା ରିଆମାଳ, ସେବକ ଚନ୍ଦ୍ର ସାହୁ ତିଲେଇବଣି ଅତିଥି ମାନଙ୍କ ଦ୍ୱାରା ଉପଢୌ୍ୟକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ପ୍ରଦର୍ଶନୀ ମେଳା ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ, ଉଦ୍ୟାନ ବିଭାଗ, କୃଷି ଯନ୍ତ୍ରପାତି ବିଭାଗ ଓ ଜ଼ିଲ୍ଲା ଶିଳ୍ପ କେନ୍ଦ୍ରର ମୋଟ ୫୦ ଷ୍ଟଲ ଖୋଲାଯାଇଛି । ଜ଼ିଲ୍ଲା କୃଷି ଅଧିକାରୀ ଧବଳେଶ୍ୱର ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକୁ ସଂଯୋଜନା କରିଥିଲେ ମୋନାଲିସା ମହାପାତ୍ର ଓ ବିଦେଶୀ ସାହୁ ।

Leave a Reply

Your email address will not be published. Required fields are marked *