ଜାଗୃତି ସାଂସ୍କୃତିକ ପରିଷଦର ଦୁଇଦିନିଆ ନୃତ୍ୟ ମହୋତ୍ସବ ଉଦଯାପିତ

ଜାଗୃତି ସାଂସ୍କୃତିକ ପରିଷଦ, ଭୁବନେଶ୍ୱର ର ଦୁଇଦିନିଆ ୨୩ ତମ ବର୍ଷିକ ଉତ୍ସବ ତଥା ଜଗୃତି ଜାତୀୟ ନୃତ୍ୟ ମହୋତ୍ସବ ତା ୨୦/୦୫/୨୦୨୫ ରିଖ ସନ୍ଧ୍ୟାରେ ରବିଦ୍ର ମଣ୍ଡପ, ଭୁବନେଶ୍ୱର ଠାରେ ଉଦଯାପିତ ହୋଇଯାଇଛି । ଏହି ସଂଧ୍ୟାରେ ଓଡିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ ମୂଖ୍ୟ ଅତିଥି ଓ ସମ୍ମାନୀତ ଅଟିଥି ଭାବେ ଓଡିଶା ସରକାରଙ୍କ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ସାହିତ୍ୟ ଏକାଡେମି ର ସଚିବ ଡଃ. ଚନ୍ଦ୍ର ଶେଖର ହୋତା, ବିଶିଷ୍ଠ ମର୍ଦ୍ଦଳ ବାଦକ ଓ ସଙ୍ଗୀତ ନିର୍ଦେଶକ ଗୁରୁ ଧନେଶ୍ଵର ସ୍ବାଇଁ ଏବଂ ବିଶିଷ୍ଠ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ମିନାକ୍ଷୀ ବେହେରା ଯୋଗ ଦେଇ ଉତ୍ସବର ଦ୍ବିତୀୟ ସନ୍ଧ୍ୟାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ଓଡିଶୀ ନୃତ୍ୟ ଏବଂ ସଙ୍ଗୀତ କ୍ଷେତ୍ର ରେ ବଳିଷ୍ଠ ଅବଦାନ ପାଇଁ ବିଭିନ୍ନ ଗୁରୁ ଏବଂ ଯୁବ ଶିଳ୍ପୀଙ୍କୁ ସମ୍ମାନିତ କରାଯାଇଥିଲା । ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ଗୁରୁ ଘନଶ୍ୟାମ ପଣ୍ଡା ଏବଂ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ଗୁରୁ ଦୁର୍ଗା ଚରଣ ରଣବୀର ଙ୍କୁ ଜାଗୃତି ସମ୍ମାନ ୨୦୨୫ ରେ ବିଭୂଷିତ କରାଯାଇଥିଲା। ଏହି କ୍ରମରେ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ଗୌରୀଶଙ୍କର ଦାଶ ଙ୍କୁ ଜାଗୃତି ଯୁବ ସମ୍ମାନ ୨୦୨୫ ସମ୍ମାନିତ କରାଯାଇଥିଲା।ଏହି ସନ୍ଧ୍ୟାରେ ଓଡ଼ିଶା ତଥା ଭାରତ ର ବିଭିନ୍ନ ପ୍ରାନ୍ତରୁ ଅନେକ ସୁନାମ ଧନ୍ୟ କଳାକାର ମାନେ ସେମାନଙ୍କର କଳା ନୈପୁଣ୍ୟତା ପ୍ରଦର୍ଶନ କରିଥିଲେ। ବିଦୁଷୀ କବିତା ଦ୍ବିବେଦୀ ଏକକ ଓଡିଶୀ ନୃତ୍ୟ, ବିଦୁଷୀ ଇଭାନା ସରକାର ଏକକ ମଣିପୁରୀ ନୃତ୍ୟ, ଡାଇନା ଘୋଷ ଓ ଜି ସଞ୍ଜୟ ଦୈତ ଓଡିଶୀ ନୃତ୍ୟ, ମୋନାଲିସା ଦାସ ଓ ସସ୍ମିତା ବେହେରା ଦୈତ ଓଡିଶୀ ନୃତ୍ୟ, ଶ୍ରିରମୁଲା ଶ୍ରିନିଯା ଓ ଲ ଭି ଅସ୍ ସାହିତୀ ଦୈତ କୁଚୂପୁଡ଼ି ନୃତ୍ୟ ଏବଂ ନୃତ୍ୟାୟନ ଅନୁଷ୍ଠାନ ଦ୍ୱାରା ବୃନ୍ଦ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଯାହା ଉପାସ୍ଥିତ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା । ଉତ୍ସବରେ ବିଭିନ୍ନ ବର୍ଗ ର ଦର୍ଶକ ଯଥା ବିଦ୍ୟାର୍ଥୀ, କଳାକାର, କଳା ସମୀକ୍ଷକ, କଳା ଗବେଷକ, ଗୁରୁ, ରସିକ, ପ୍ରଶାସନିକ ଅଧିକାରୀ ଆଦି ଯୋଗ ଦେଇ ଅନୁଷ୍ଠାନର ଆଭିମୂଖ୍ୟକୁ ପ୍ରଶଂସା କରିବା ସହ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ଉତ୍ସବ ଟି ଗୁରୁ ନିରଞ୍ଜନ ସାହୁ, ଗୁରୁ ଦୁଷ୍ମନ୍ତ କୁମାର ସ୍ବାଇଁ ଏବଂ ଗୁରୁ ତ୍ରିଲୋଚନ ସାହୁ ଙ୍କ ମିଳିତ ତତ୍ଵାବଧାନରେ ଆୟୋଜିତ ହୋଇଥିଲା । ଉତ୍ସବ ର ସମସ୍ତ କାର୍ଯ୍ୟଗୁଡ଼ିକ ପର୍ଯ୍ୟାୟ କ୍ରମେ ପରିଚାଳନା କରୁଥିଲେ ଡ଼ଃ. ମୃତ୍ୟୁଞ୍ଜୟ ରଥ ।