July 2, 2025
Home » ଜାତି ଜନଗଣନା ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳର ଏକ ବଡ଼ ବିଜୟ– ଭକ୍ତ

ଜାତି ଜନଗଣନା ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳର ଏକ ବଡ଼ ବିଜୟ– ଭକ୍ତ

0
WhatsApp Image 2025-05-01 at 8.28.43 PM (1)

ଭୁବନେଶ୍ବର: ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ସଦାସର୍ବଦା ଏବଂ ଦୀର୍ଘଦିନ ଧରି ସାରାଦେଶରେ ଜାତି ଜନଗଣନାପାଇଁ ଦାବି କରିଆସୁଛନ୍ତି । ଏବଂ ଏହି ଜାତି ଜନଗଣନା ପାଇଁ ରାହୁଲ ଗାନ୍ଧୀ ସାରା ଭାରତ ବର୍ଷରେ ଅଗ୍ରଣୀ ଭୂମିକାରେ ଏହି କାର୍ଯ୍ୟ କରି ଆସୁଛନ୍ତି।

ଜାତି ଜନଗଣନା ଦ୍ୱାରା ସାରା ଭାରତ ବର୍ଷରେ ଆଦିବାସୀ, ଅନୁସୂଚିତ ଜାତ, ପଛୁଆବର୍ଗ ଓ ଅତି ପଛୁଆବର୍ଗଙ୍କର ଆର୍ଥିକ ସମାନତା ଅଣାଯାଇ ପାରିବ ଏବଂ ସେଥ‌ିପାଇଁ ପ୍ରମାଣ ଉପଯୋଗୀ ଯୋଜନା ପ୍ରସ୍ତୁତ କରିବାପାଇଁ ଏହା ଏକମାତ୍ର ଆଧାର । ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ର ଏକମାତ୍ର ଅନୁଚିନ୍ତା ଜାତି ଜନଗଣନାକୁ ସାରା ଦେଶରେ କାର୍ଯ୍ୟକାରୀ କରିବା ପାଇଁ ସୁନିଶ୍ଚିତ କରାଇବା। ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ସାମ୍ବାଦିକ ମାନଙ୍କୁ ସମ୍ବୋଦ୍ଧିତ କରି କହିଥିଲେ ଯେ ଶତକଡ଼ା ୯୦ ପ୍ରତିଶତ ଜନଗଣ ହେଉଛନ୍ତି ଆଦିବାସୀ, ଅନୁସୂଚିତ ଜାତ, ପଛୁଆବର୍ଗ ଓ ଅତି ପଛୁଆବର୍ଗର। କିନ୍ତୁ ଏତେବଡ଼ ବର୍ଗ ଆଜି ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସଂପୂର୍ଣ୍ଣ ଭାବରେ ଅବହେଳିତ। ଆମେ ଯେଉଁ ପୂର୍ଣ ବିକଶିତ ଭାରତବର୍ଷର ପରିକଳ୍ପନା କରିବାପାଇଁ ଇଛା ରଖୁଛୁ କିନ୍ତୁ ତାହା କେବଳ ପୂରଣ ହୋଇପାରିବ ଯେତେବେଳେ ଏହି ବର୍ଗର ଜନସାଧାରଣଙ୍କର ସାମଜିକ ବିକାଶ ହୋଇପାରିବ ।

ଜାତି ଜନଗଣନା କେବଳ ଏକ ଜନଗଣନା ନୁହେଁ ଏହା ହେଉଛି ଏକମାତ୍ର ପରିସଂଖ୍ୟନ ଯଦ୍ୱାରାକି ଉପଯୁକ୍ତ ଯୋଜନା ଏବଂ ସରକାରୀ ନିଷ୍ପତି କାର୍ଯ୍ୟକାରୀ କରାଯାଇ ଏହି ବର୍ଗର ବିକାଶ କରାଯାଇପାରିବ । ରାହୁଲ ଗାନ୍ଧୀ ଭାରତ ବର୍ଷର ସମ୍ବିଧାନକୁ ହାତରେ ଧରି ବଜ୍ର ଶପଥ କରି କହିଥିଲେ ଜାତି ଜନଗଣନା ସେ ନିଶ୍ଚିତ କରାଇବେ। ଯଦି ଏ ସରକାର ନ କରେ କଂଗ୍ରେସ ସରକାର ଆସିଲେ ନିଶ୍ଚିତ ଜାତି ଜନଗଣନା କରିବ । କଂଗ୍ରେସ ଦଳର ଏକମାତ୍ର ଅନୁଚିନ୍ତା ଭାରତ ବର୍ଷର ସବୁ ବର୍ଗଙ୍କୁ ସାମାଜିକ ନ୍ୟାୟ ମିଳୁ । ଜାତୀୟ ସମ୍ପତ୍ତି ସମଭାବଗରେ ବଣ୍ଟନ ହେଉ । ଆଜି ନିର୍ଦ୍ଦିଷ୍ଟ କତିପୟ ବ୍ୟକ୍ତିଙ୍କ ହାତରେ ୭୦ ଭାଗରୁ ଅଧୂକ ଜାତୀୟ ସମ୍ପତ୍ତି । ଯାହାର ଯେତେ ସଂଖ୍ୟା ସେହି ଅନୁପାତରେ ସେମାନଙ୍କୁ ଅଧିକାର ମିଳିବା କଥା କିନ୍ତୁ ଏତେ ବର୍ଷ ଧରି ସେମାନଙ୍କୁ ଏ ଅଧୁକାର ମିଳିନାହିଁ । ରାହୁଲ ଗାନ୍ଧୀଙ୍କର ଏ ଦାବିକୁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ବରିଷ୍ଠ ମନ୍ତ୍ରୀ, ସାଂସଦ ଓ ନେତୃବର୍ଗମାନେ ପ୍ରତ୍ୟାଖାନ କରିବା ସହିତ ତାଙ୍କୁ ଅତି କଟୁ ସମାଲୋଚନା କରିବା ସହିତ ତାତ୍ସଲ୍ୟ କରୁଥିଲେ । କିନ୍ତୁ ଆଜି କେନ୍ଦ୍ର ସରକାର ରାହୁଲ ଗାନ୍ଧୀଙ୍କ ଏହି ଦାବି ସମ୍ମୁଖରେ ମୁଣ୍ଡ ନୁଆଁଇଲେ କଂଗ୍ରେସର ଜିତ ହେଲା, ରାହୁଲ ଗାନ୍ଧୀଙ୍କର ଜିତ ହେଲା ଭାରତବର୍ଷର ଆଦିବାସୀ, ପଛୁଆବର୍ଗ, ହରିଜନ ଓ ଅତି ପଛୁଆବର୍ଗଙ୍କର ଆଜି ବିଜୟ ହେଲା। ଆଜିର ଦିନ ପ୍ରକୃତରେ ସତ୍ୟର ବିଜୟ । ଏ ଦେଶ ଜନନାୟକ ରାହୁଲ ଗାନ୍ଧୀଙ୍କ ପାଖରେ ଚିର ରଣୀ ହୋଇ ରହିବ ବୋଲି ସେ କହିଛନ୍ତି ।

କଂଗ୍ରେସ ବିରୋଧ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ ତାଙ୍କ ଉକ୍ତିରେ କହିଥିଲେ ଯେ ଜାତି ଜନଗଣନା ଆଦିବାସୀ, ଅନୁସୂଚିତ ଜାତି, ପଛୁଆବର୍ଗଙ୍କ ପାଇଁ ଏକାନ୍ତ ଆବଶ୍ୟକତା ଥିଲା । ଦୀର୍ଘ ୧୧ ବର୍ଷ ଧରି କେନ୍ଦ୍ର ସରକାର କାହିଁକି ରାହୁଲ ଗାନ୍ଧୀଙ୍କର ଏ ଦାବିକୁ ଗ୍ରହଣ କରୁନଥିଲା । ଆଜି ପରିସ୍ଥିତିର ଚାପରେ ପଡ଼ି ଏ ଦାବିକୁ ସରକାର ମାନିନେଇଛନ୍ତି । ଭାରତ ବର୍ଷର ପ୍ରକୃତ ବିକାଶ ହୋଇପାରିବ ଯେତେବେଳେ ସବୁ ବର୍ଗଙ୍କର ଅଧିକାରକୁ ସୁରକ୍ଷିତ କରାଯାଇ ପାରିବ । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅମର ନାଥ ପ୍ରଧାନ କହିଥିଲେ ଯେ ରାହୁଲ ଗାନ୍ଧୀଙ୍କର ଅଦମ୍ୟ ଚେଷ୍ଟା ଓ ନିଷ୍ଠା ଯୋଗୁଁ ଆଜି ଜାତି ଜନଗଣନା କରିବାପାଇଁ ସରକାର ବାଧ୍ଯ ହୋଇଛନ୍ତି । ଦୀର୍ଘବର୍ଷ ଧରି ଏତେବଡ଼ ବର୍ଗ ବହୁ ଘାତ ପ୍ରତିଘାତ ଦେଇ ଗତି କରୁଛନ୍ତି । ଜାତି ଜନଗଣନା ଯୋଗୁଁ ଆଜି ସେମାନଙ୍କୁ ନ୍ୟାୟ ମିଳିବ ତାଙ୍କୁ ତାଙ୍କ ଅଧୂକାର ମିଳିବ ଏହା ହେଉଛି ସବୁଠାରୁ ବଡ଼ କଥା । ରାହୁଲ ଗାନ୍ଧୀଙ୍କର ନିଷ୍ଠା ଏବଂ କର୍ତ୍ତବ୍ୟ ପରାୟଣତା ଯୋଗୁଁ ଆଜି ଏତେବଡ଼ ବର୍ଗର ଲୋକେ ଉପକୃତ ହେବେ।

Leave a Reply

Your email address will not be published. Required fields are marked *