July 1, 2025
Home » ଜାତୀୟ କନିଷ୍ଠ ହ୍ୟାଣ୍ଡବଲ ଦଳରେ ବ୍ରହ୍ମପୁର ର ଜ୍ଞାନ ଓ ହରିହର

ଜାତୀୟ କନିଷ୍ଠ ହ୍ୟାଣ୍ଡବଲ ଦଳରେ ବ୍ରହ୍ମପୁର ର ଜ୍ଞାନ ଓ ହରିହର

0
WhatsApp Image 2025-04-21 at 11.13.45 AM

ବ୍ରହ୍ମପୁର : ଆସନ୍ତା ୨୦ରୁ ୨୪ ପ୍ରଯ୍ୟନ୍ତ ଉତ୍ତରପ୍ରଦେଶର ଆକବର ପୁର ଠାରେ ହେବାକୁ ଥିବା ୪୭ ତମ ଜାତୀୟ କନିଷ୍ଟ ବାଳକ ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ବ୍ରହ୍ମପୁର ନିଷ୍ଟ୍ କଲେଜର ଜ୍ଞାନ ପାଣିଗ୍ରାହୀ, ଓ ଖଲ୍ଲିକୋଟ କଲେଜର ହରିହର ଦଳାଇ ଓଡିଶା ଦଳ ସହ ଯାତ୍ରା କିରିଛନ୍ତି। ଗତ ଜାନୁଆରୀରେ ପୁରି ଠାରେ ଆୟୋଜିତ ହୋଇଥବା ଅନ୍ତଃଜିଲ୍ଲା କନିଷ୍ଟ ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଏହି ଦୁଇ ଖେଳାଳି ଉନ୍ନତ ମାନର ଖେଳ ପ୍ରଦର୍ଶନ କରିଥିଲେ । ଏବଂ ପୁରି ଠାରେ ଆୟୋଜିତ କୋଚିଂ ଶିବିରରେ ମଧ୍ଯ ଅଂଶ ଗ୍ରହଣ କରିଥିଲେ । ଉଭୟ ପ୍ରତିଯୋଗୀ ପ୍ରତିଦିନ ଖଲିକୋଟ କଲେଜ ଖେଳ ପଡିଆ ଠାରେ ଏନ୍.ଆଈ.ଏସ୍ କୋଚ ପ୍ରଶାନ୍ତ କୁମାର ରଥଙ୍କ ଠାରୁ ତାଲିମ ନେଉଛନ୍ତି । ଏହି ଦୁଇ ଖେଳାଳିଙ୍କୁ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘର କାଯ୍ୟକାରୀ ସଭାପତି ଅଶୋକ କୁମାର ଶୁକ୍ଳ, ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ୀ, ସାଙ୍ଗଠନିକ ସମ୍ପାଦକ ଶକ୍ତିଧର ରାଜଗୁରୁ ଓ କୋଷାଧକ୍ଷ ଡାକ୍ତର ମନୋଜ କୁମାର ପାତ୍ରଙ୍କ ସହ ସଙ୍ଘର ଅନ୍ୟ ସମସ୍ତ କର୍ମକର୍ତ୍ତା ଶୁଭେଚ୍ଛା ଜଣାଇଛନ୍ତି ।

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *