October 22, 2024
Home » ଜାତୀୟ କୃମି ନାଶକ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ସ୍ତରୀୟ ସଂଯୋଜନା କମିଟି ବୈଠକ

ଜାତୀୟ କୃମି ନାଶକ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ସ୍ତରୀୟ ସଂଯୋଜନା କମିଟି ବୈଠକ

0

ଜଗତସିଂପୁର: ତା ୦୬.୦୮.୨୦୨୪ ରିଖ – ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଜଗତସିଂହପୁର ଆନୁକୁଲ୍ୟରେ ସଦଭାବନା ସଭାଗୃହରେ ଜିଲ୍ଲାପାଳ ସମ୍ବିତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଜାତୀୟ କୃମି ନାଶକ କାର୍ଯ୍ୟକ୍ରମ ଅଗଷ୍ଟ ୨୦୨୪ ପାଇଁ ଜିଲ୍ଲା ସ୍ତରୀୟ ସଂଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ କୃମି ନାଶକ ବଟିକା ଆଲବେଣ୍ଡାଜୋଲ ର ସଠିକ୍ ବଣ୍ଟନ ଓ ବଳକା ବଟିକା ର ଫେରସ୍ତ ବିଷୟ ରେ ଆଲୋଚନା କରିଥିଲେ।ଆସନ୍ତା ୧୦ ଅଗଷ୍ଟ ଓ ୧୭ ଅଗଷ୍ଟ ୨୦୨୪ ରେ ହେବାକୁ ଥିବା ଜାତୀୟ କୃମି ନାଶକ କାର୍ଯ୍ୟକ୍ରମରେ ଜିଲ୍ଲା ରେ 1 ରୁ ୧୯ ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲା ଏବଂ୨୦-୨୪ ବର୍ଷ ର ପ୍ରଜନନ କ୍ଷମ ମହିଳା ସମୁଦାୟ ଦୁଇ ଲକ୍ଷ ଅଣଚାଳିଶ ହଜାର ଦୁଇଶହ ଉଣେଇଶ (୨୩୯୨୧୯) ଜଣ କୃମି ନାଶକ ସିରପ ଏବଂ ବଟିକା ସେବନ କରିବେ। ୧ ରୁ ୨ ବର୍ଷର ଶିଶୁ ଅଙ୍ଗନୱାଡ଼ି କେନ୍ଦ୍ରରେ ୫ ମିଲି,୨ ରୁ ୫ ବର୍ଷର ଶିଶୁ ୧୦ ମିଲି ଅଙ୍ଗନୱାଡ଼ି କେନ୍ଦ୍ରରେ ଖାଇବେ। ଏଥି ସହିତ ଗର୍ଭବତୀ ଓ ପ୍ରସୂତି ନ ହୋଇଥିବା ୨୦ ରୁ ୨୪ ବର୍ଷ ବୟସ୍କା ମହିଳା ଗୋଟିଏ ଲେଖାଏଁ ଆଲବେଣ୍ଡାଜୋଲ ବଟିକା ଖାଇବେ।ଏହି ବଟିକା ୧ ରୁ ୫ ବର୍ଷ ଶିଶୁ ୫୫,୩୩୯ ଜଣ ୬ ରୁ ୧୯ ବର୍ଷ – ୧୬୨୭୦୩ ଜଣ ଏବଂ ୨୦ ରୁ ୨୪ ବର୍ଷ ୨୧୧୭୭ ଜଣ ହିତାଧିକାରୀ ସେବନ କରିବେ। ସମୀକ୍ଷା ବୈଠକ ରେ ଜିଲ୍ଲାପାଳ ଶ୍ରୀ ରାଉତ ବଟିକା ଗୁଡିକୁ ସମ୍ପୃକ୍ତ ବିଦ୍ୟାଳୟ ବା ଅଙ୍ଗନବାଡି କେନ୍ଦ୍ର କୁ ପଠାଇବା ପୂର୍ବରୁ ତାହାର ବୈଧତା ସମ୍ପର୍କରେ ଭଲଭାବରେ ଯାଞ୍ଚ କରିବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା ଶତ୍ରୁଘନ ଦାଶ , ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ପ୍ରମୋଦ କୁମାର ବାରିକ୍,ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା, ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଷ୍ଣୁପ୍ରିୟା ସେଠୀ,ନିର୍ବାହୀ ଅଧିକାରୀ, ଜଗତସିଂହପୁର ମୁନିସପାଲିଟି,କଳ୍ପିତା ଜେନା,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ଙ୍କ ସମେତ ଡିପିଏମ୍ ଚକ୍ରଧର ଜେନା,ଜିଲ୍ଲା ଆକାଉଣ୍ଟସ ମ୍ୟାନେଜର ନୀଳମାଧବ ରଥ ଆଦି ଅଂଶ ଗ୍ରହଣ କରିଥିଲେ।
ଏତଦ୍ ବ୍ୟତୀତ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଜିଲ୍ଲା ସ୍ତରୀୟ କ୍ୱାଲିଟୀ ଆସ୍ୟୁରାନ୍ସ କମିଟି ମିଟିଂ ଏବଂ ଜିଲ୍ଲା ସ୍ତରୀୟ ପି.ସି.ପି.ଏନ୍.ଡି.ଟି ର ପରାମର୍ଶ ଦାତା କମଟି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲାପାଳ ଶ୍ରୀ ରାଉତ ହସ୍ପିଟାଲ ଗୁଡିକ ର କ୍ୱାଲିଟି ତଦାରଖ କରିବାକୁ ପରାମର୍ଶ ଦେଇଥିଲେ। ଏଥିରେ ସମସ୍ତ ସଭ୍ୟ ସଭ୍ୟା ସମେତ ଆସିଷ୍ଟାଣ୍ଟ ମ୍ୟାନେଜର ସ୍ଵସ୍ତି ମହାନ୍ତି, ସୁଜାତା ପ୍ରିୟମ୍ବଦା ଦାସ, ଏବଂ ଅନ୍ୟାନ୍ୟ ସମସ୍ତ କନ୍ସଲଟାଣ୍ଟ ଉପସ୍ଥିତ ଥିଲେ। ଜାତୀୟ କୃମି ନାଶକ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲାପାଳ ସମସ୍ତ ବିଭାଗୀୟ କର୍ମକର୍ତ୍ତାଙ୍କୁ ପରାମର୍ଶ ପ୍ରଦାନ କରିଥିଲେ। ଶେଷରେ ସୁକାନ୍ତ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

 

ତିର୍ତୋଲ ଈପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *