ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସମ୍ପର୍କିତ ସଚେତନତା ରାଲି

ସୁବର୍ଣ୍ଣପୁର:( ଉଗ୍ରସେନ କର୍ମୀ ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ଗ୍ରାମ ପଂଚାୟତ ରେ ଆଜି ଓଡିଶା ରାଜ୍ୟ ସାମାଜିଜ ସମୀକ୍ଷା, ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତା ସମିତି ତଥା ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ତରଫରୁ କଳାପଥର ଗ୍ରାମ ରେ ମହାତ୍ମା ଗାନ୍ଧି ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସମ୍ପର୍କିତ ଏକ ସଚେତନତା ରେଲି ଅନୁଷ୍ଠିତ ହୋଇଯାଇଛି l ଏହାକୁ ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟକାନ୍ତି ମେହେର ଉଦଘାଟନ କରିଥିଲେ l ଏହା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରୁ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲା l ଏଥିରେ ଉଭୟ ଯୋଜନା ବିଷୟରେ ସଚେତନତା କରାଯାଇଥିଲା l କାର୍ଯ୍ୟକ୍ରମ କୁ ଜିଲ୍ଲା ସାମାଜିକ ସମୀକ୍ଷକ ହୃଷିକେଶ ମହାକୁର,କାର୍ଯ୍ୟନିର୍ବାହୀ ଅଧିକାରୀ ଗୀତାଞ୍ଜଳି ପାଣିଗ୍ରାହୀ, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ଛତ୍ରିଆ, ସାମାଜିକ କର୍ମୀ ଗୋପାଳ ପଧାନ, ମନରେଗା ସହାୟକ ରମାକାନ୍ତ ମିଶ୍ର, ଏଥିରେ ବ୍ଲକ ସାମାଜିଜ ସମୀକ୍ଷକ ସୋନପୁର ସୁଦାମ ଗାଈଗରିଆ, ଉଲୁଣ୍ଡା ବି ଏସ ଏ ମନୋଜ ସେଠି, ଡୁଙ୍ଗୁରିପାଲି ବି ଏସ ଏ,ସଞ୍ଜୟ ବଡ଼ମାଳି, ଵୀରମହାରାଜପୁର ବି ଏସ ଏ ଚୈତନ୍ୟ ମଲ୍ଲିକ ଯୋଗ ଦେଇଥିବାବେଳେ ବ୍ଲକ ର ସମସ୍ତ ଗ୍ରାମ ସମ୍ବଳ କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା, ସି ଆର ପି ଅଣକୁଶଳୀ ଶ୍ରମିକ, ପଂଚାୟତର ଜନ ପ୍ରତିନିଧି ଉପସ୍ଥିତ ଥିଲେ l
ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର