July 28, 2025
Home » ଜାତୀୟ ଜରୁରୀ ପରିସ୍ଥିତି କୁ କଳା ଦିବସ ଭାବେ ପାଳନ କଲା ପାରାଦୀପ ବିଜେପି

ଜାତୀୟ ଜରୁରୀ ପରିସ୍ଥିତି କୁ କଳା ଦିବସ ଭାବେ ପାଳନ କଲା ପାରାଦୀପ ବିଜେପି

0
WhatsApp Image 2025-06-26 at 9.03.35 PM

ପାରାଦୀପ – ୧୯୭୫ ମସିହାରେ କଂଗ୍ରେସ ଦଳର ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗୀୟା ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ l ଏହି କଳା ଅଧ୍ୟାୟ ର ୫o ବର୍ଷ ପୂର୍ତ୍ତି ପରିପ୍ରେକ୍ଷୀ ରେ ପାରାଦୀପ ନଗର ବିଜେପି ଦଳ ପକ୍ଷରୁ ଷଣ୍ଢକୁଦ ବସ୍ତିରେ ଦଳୀୟ କାର୍ଯ୍ୟାଳୟ ରେ ବୁଧବାର ଦିନ କଳା ଦିବସ ପାଳନ କରାଯାଇଥିଲା l ଏହି ଅବସରରେ ମଣ୍ଡଳ ସଭାପତି ସୁବ୍ରତ ପ୍ରଧାନ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏକ ସଭାରେ ଶିଳ୍ପ ମନ୍ତ୍ରୀ ଙ୍କ ପ୍ରତିନିଧି ସର୍ବେଶ୍ୱର ବଳିୟାର ସିଂଘ, ବିଜେପି ନେତା ଅର୍ଜିଲା ଶିବା, ସୋଲେମାନ ରାଜୁ,ବଜରଙ୍ଗ ସ୍ୱାଇଁ, ଦିଲ୍ଲୀପ ବେହେରା ଙ୍କ ସମେତ ବହୁ ବିଜେପି ଆଗଧାଡିର ନେତୃବୃନ୍ଦ ଓ ଦଳୀୟ କର୍ମୀ ଉପସ୍ଥିତ ରହି ଏହି ଜରୁରୀକାଳୀନ ପରିସ୍ଥିତି ଦେଶରେ କଳା ଅଧ୍ୟାୟ ସୃଷ୍ଟି କରିଥିବା ନେଇ ପ୍ରକାଶ କରିଥିଲେ l

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *