ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ଭଉଣୀଙ୍କ ପରେ ଭାଇର ବାଜିମାତ
ସୁବର୍ଣ୍ଣପୁର — ମାର୍ଚ୍ଚ ୨୦୨୬ ୨୭ ତାରିଖ ଠାରୁ ଏପ୍ରିଲ ୨୦୨୬ ୬ ତାରିଖ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ଗୁଂଟୁର ରେ ୧୫ ତମ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତା ଆୟୋଜିତ ହୋଇଅଛି । ଓଡ଼ିଶା ଦଳର ୧୫ ବର୍ଷରୁ କମ ବାଳକ ବିଭାଗ ଇଣ୍ଡିଆନ ରାଉଣ୍ଡ ତିରନ୍ଦାଜ ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲାର ଦୁର୍ଗାଦତ୍ତ ମେହେର (ମନୀଷ) ଭାଗ ନେବାସହ ଓଡ଼ିଶା ଦଳକୁ ବିଜୟୀ କରି ତୃତୀୟ ସ୍ଥାନ ଅଧିକାର କରିବା ସହିତ କାଂସ୍ୟ ପଦକ ହାସଲ କରିଛନ୍ତି । ସେହିପରି ତାଙ୍କର ବଡ ଭଉଣୀ ଟେନିଶା ମେହେର ଗତ ଜାନୁଆରୀ ୨୦୨୬ ରେ ଭାରତ ସରକାରଙ୍କ ଦ୍ୱାରା ଝାରଖଣ୍ଡ ର ରାଞ୍ଚି ରେ ଆୟୋଜିତ ବିଦ୍ୟାଳୟ ସ୍ତରୀୟ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୋପ୍ୟ ପଦକ ହାସଲ କରିଥିଲେ । ଉଭୟ ଭାଇ ଭଉଣୀ ବୌଦ୍ଧ ଭଳି ଗୋଟିଏ ଛୋଟ ଜିଲ୍ଲା ରୁ ଯାଇ ରାଜ୍ୟଦଳରେ ସାମିଲ ହୋଇ ଜାତୀୟ ସ୍ତରରେ କୃତିତ୍ୱ ହାସଲ କରିଥିବାରୁ ତାଙ୍କୁ ବୌଦ୍ଧ ଜିଲ୍ଲାର ବୁଦ୍ଧିଜୀବି, ତଥା ଜନସାଧାରଣ, ବୌଦ୍ଧ ପୌରପାଳିକା ଅଧ୍ୟକ୍ଷ ତଥା ରାମଲୀଳା ନାଟ୍ୟ ସଂସଦ ବୌଦ୍ଧ ର ସଭାପତି ମୃତ୍ୟୁଞ୍ଜୟ ମିଶ୍ର , ଜିଲ୍ଲା ଆଥଲେଟିକ ସଙ୍ଘ ବୌଦ୍ଧ ର ସମ୍ପାଦକ ତଥା ବୌଦ୍ଧ ସନ୍ତରଣ ସଙ୍ଘ ର ସମ୍ପାଦକ ବରିଷ୍ଠ କ୍ରୀଡ଼ାବିତ ରବୀନ୍ଦ୍ର କୁମାର ରାଉତ, ବରିଷ୍ଠ ଆଇନଜୀବି ନବ କୁମାର ମିଶ୍ର ,ବୌଦ୍ଧଜିଲ୍ଲା କ୍ରୀଡ଼ାସଙ୍ଘ ର ସାଧାରଣ ସମ୍ପାଦକ ତଥା କନ୍ଧମାଳ ସାଂସଦଙ୍କ ଜିଲ୍ଲାପ୍ରତିନିଧି ଯୁଗଳ କିଶୋର ସାମଲ ,ବୌଦ୍ଧଜିଲ୍ଲା ତୀରନ୍ଦାଜ ସଂଘର ସଭାପତି ବସନ୍ତ କୁମାର ସାହୁ , ସମ୍ପାଦକ ଅର୍ଜୁନ କଅଁର , ଡିସିସି କଂଗ୍ରେସ ସଭାପତି ଅବ୍ଦୁଲ କଲିମ ଖାଁ (ରାଜାଭାଇ),ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସମିତି ବୁଟୁପାଲି ବୌଦ୍ଧର ସଭାପତି ମିନୁ ପ୍ରସାଦ ମିଶ୍ର , ସମ୍ପାଦିକା ସଂଯୁକ୍ତା ମଲ୍ଲିକ ଶୁଭେଚ୍ଛା ଜଣେଇବା ସହିତ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଉଭୟ ଭାଇ ଭଉଣୀଙ୍କ ଏହି କୃତିତ୍ବ ସମ୍ବାଦ ପାଇବାପରେ ସମଗ୍ର ବୌଦ୍ଧଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ସେ ଦୁହେଁ ବୌଦ୍ଧଜିଲ୍ଲା ବୁଟୁପାଲିର ଯୁବ ସମାଜସେବୀ ଇନ୍ଦ୍ରମଣି ମେହେର ଓ ସନ୍ତୋଷିନୀ ମେହେରଙ୍କ ସୁକନ୍ୟା ଓ ସୁପୁତ୍ର ଅଟନ୍ତି । ବର୍ତ୍ତମାନ ଦୁର୍ଗାଦତ୍ତ ମେହେର କେନ୍ଦୁଝର ସ୍ଥିତ ଧରଣୀଧର କ୍ରୀଡା ଛାତ୍ରାବାସରେ ରହି କ୍ରୀଡା ପ୍ରଶିକ୍ଷକ ଜବାହାରଲାଲ ସିଂ ଙ୍କ ଠାରୁ ପ୍ରଶିକ୍ଷଣ ନେଉଛନ୍ତି । ସେହିପରି ଟେନିଶା ମେହେର ସୁନ୍ଦରଗଡ଼ ଜିଲ୍ଲା କ୍ରୀଡା ଛାତ୍ରାବାସରେ ରହି ପ୍ରଶିକ୍ଷକ ନାରାୟଣ ବାନାରା ଙ୍କ ଠାରୁ ପ୍ରଶିକ୍ଷଣ ନେଉଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
