ଜାତୀୟ ପଞ୍ଚାୟତରାଜ ଦିବସ ୨୦୨୫ ପାଳିତ

_ଫୁଲବାଣୀ_ଇ ପି ଏ କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସ୍ଥାନୀୟ ବିଜୁ ସ୍ମୃତି କଲ୍ୟାଣ ମଣ୍ଡପ ଠାରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଜିଲ୍ଲା ପ୍ରଶାସନ଼.କନ୍ଧମାଳର ମିଳିତ ଆନୁକୁଲ୍ୟରେ ପଞ୍ଚାୟତ ରାଜ ଦିବସ ୨୦୨୫ ପାଳିତ ହୋଇଯାଇଛି।
କାଶ୍ମୀର ର ପହଳ ଗ୍ରାମ ଠାରେ ଆତଙ୍କବାଦୀ ଙ୍କ ଆକ୍ରମଣ ରେ ପ୍ରାଣହରାଇଥିବା ୨୬ ଜଣ ପର୍ଯ୍ୟଟକ ଙ୍କ ଆତ୍ମାର ସ୍ଥିତି ପାଇଁ ୨ ମିନିଟର ନିରବ ପ୍ରାର୍ଥନା କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ବିଧାୟକ ଫୁଲବାଣୀ ଶ୍ରୀ ଉମା ଚରଣ ମଲ୍ଲିକ କହିଥିଲେ ଯେ ପଞ୍ଚାୟତ ରାଜ ବ୍ୟବସ୍ଥା ଗ୍ରାମିଣ ଅର୍ଥନୀତି ଓ ସାମାଜିକ ବିକାଶ ରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ମହିଳା ସଶକ୍ତିକରଣ ଓ ଦରିଦ୍ର ଦୂରୀକରଣ ରେ ଏହାର ଯୋଗଦାନ ଅତୁଳନୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରି ୨୦୩୬ ମସିହା ସୁଦ୍ଧା ଓଡ଼ିଶା କୁ ବିକଶିତ ଓଡ଼ିଶା ଗଠନ ପାଇଁ ଓଡିଶା ସରକାରଙ୍କର ଯେଉଁ ଲକ୍ଷ୍ୟ ରହିଛି ଏଥିରେ ସହଯୋଗ ପାଇଁ ଜନସାଧାରଣ ଙ୍କୁ ଅନୁରୋଧ କରିଥିଲେ।
ଅତିରିକ୍ତ ଜିଲ୍ଲାପାଳ କନ୍ଧମାଳ ଶ୍ରୀ ରମେଶ ଚନ୍ଦ୍ର ଜେନା କହିଥିଲେ ଯେ ବିକାଶର ମୂଳ ହେଉଛି ଗ୍ରାମ। ଗ୍ରାମ ଯଦି ବିକାଶ ତେବେ ରାଜ୍ୟ ବା ଦେଶର ବିକାଶ ହୋଇପାରିବ ନାହଁ ତେଣୁ ପଞ୍ଚାୟତିରାଜ ଦିବସରେ ଗ୍ରାମର ବିକାଶ ପାଇଁ ସମସ୍ତେ ସଂକଳ୍ପ ନେବା ଉଚିତ। ଉପସ୍ଥିତ ଅତିଥିମାନଙ୍କ ଦ୍ବାରା ରାଜସ୍ବ ସଂଗ୍ରହ.ଭିତିଭୂମିର ବିକାଶ ଏବଂ ସେବା ପ୍ରଦାନ ଭଳି କ୍ଷେତ୍ରରେ ପ୍ରଦର୍ଶନକୁ ଆଧାର କରି ଜିଲ୍ଲା ର ୭ଟି ପଞ୍ଚାୟତ କୁ ରାଜ୍ୟ ଅର୍ଥ ଆୟୋଗ ପ୍ରୋତ୍ସାହନ ଅନୁଦାନ ପ୍ରଦାନ କରାଯାଇଥିଲା ଏବଂ ହିତାଧିକାରୀ ମାନଙ୍କୁ ନୂତନ ରାସନ୍ କାର୍ଡ ପ୍ରଦାନ କରାଯାଇଥିଲା ଶେଷ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫୁଲବାଣୀ ଶ୍ରୀ ସୋମ୍ୟରଞ୍ଜନ ପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ କନ୍ଧମାଳ ଶ୍ରୀ କୁଶଳ ଚନ୍ଦ୍ର ନାୟକ; ମୂଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦି, ଜିଲ୍ଲା ପରିଷଦ ସଦସ୍ୟା ଚନ୍ଦ୍ରମା ମଲିକ, ଉପଜିଲ୍ଲାପାଳ ଫୁଲବାଣୀ ଶ୍ରୀ ଭିକାରୀ ସାହୁ, ଜିଲ୍ଲା ଖାଉଟି ଯୋଗାଣ ଅଧିକାରୀ ଶ୍ରୀ ଜ୍ଞାନେନ୍ଦ୍ର ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀ, ପ୍ରକଳ୍ପ ପ୍ରଶାସକ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ଫୁଲବାଣୀ ଶ୍ରୀ ଗଦାଧର ପାତ୍ର,ଏ.ପି.ଡି ତଥା ଡି.ପି.ଓ ଜିଲ୍ଲା ପରିଷଦ ଶ୍ରୀ ନରେନ୍ଦ୍ର ନାୟକ,ଏ.ପି.ଡି ଫାଇନାନ୍ସ ଶ୍ରୀ ବିଦୁର ବେହେରା,ଅଧ୍ୟକ୍ଷା ଫୁଲବାଣୀ ବ୍ଲକ ଶ୍ରୀମତୀ ସସ୍କିତା କହଁର,ଉପାଧ୍ୟକ୍ଷ ଫୁଲବାଣୀ ବ୍ଲକ ଶ୍ରୀ ଶ୍ରୀନିବାସ ମଲିକ, ବିଭିନ୍ନ ଗ୍ରାମ ପଞ୍ଚାୟତ ର ସରପଞ୍ଚ, ସରକାରୀ କର୍ମଚାରୀ,ପୋର ପରିଷଦ କର୍ମଚାରୀ ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
କନ୍ଧମାଳ ଜିଲ୍ଲା ଇ ପି ଏ ରୁ ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ