July 2, 2025
Home » ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କର ଙ୍କୁ ସମ୍ବର୍ଦ୍ଧନା।

ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କର ଙ୍କୁ ସମ୍ବର୍ଦ୍ଧନା।

0
WhatsApp Image 2024-09-11 at 12.46.26 PM

 

କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମ୍ମେଳନ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗଦେଇ ଶ୍ରୀ କରଙ୍କୁ ସମ୍ବର୍ଦ୍ଧିତ କରିବା ସହ ସମ୍ବର୍ଦ୍ଧିତ କରିଥଲେ।ଶିକ୍ଷାଦାନ କ୍ଷେତ୍ରରେ ନିଜର କର୍ତ୍ତବ୍ୟନିଷ୍ଠ ଓ ଉତ୍ସର୍ଗୀକୃତ ସେବା ପାଇଁ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ଶ୍ରୀ କର ଜିଲ୍ଲା ତଥା ଶିକ୍ଷା ବିଭାଗ ପାଇଁ ଗର୍ବ ଓ ଗୌରବ ଓ ଆଗାମୀ ଦିନରେ ଶ୍ରୀ କରଙ୍କ ଭଳି ଅନ୍ୟ ଶିକ୍ଷକ ବନ୍ଧୁମାନେ ମଧ୍ୟ ଜିଲ୍ଲା ତଥା ଶିକ୍ଷା ବିଭାଗ ପାଇଁ ଗୌରବ ଆଣିବା ପାଇଁ କଳାହାଣ୍ଡି ଜିଲ୍ଲାପାଳ ଆହ୍ଵାନ ଦେଇଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ପ୍ରମୁଖ ଯୋଗ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଦେଇଥିଲେ। ଏହି ଅବସରରେ ରାଷ୍ଟ୍ରପତିଙ୍କ ଦ୍ଵାରା ପୁରସ୍କୃତ ହେଉଥିବା ସମୟର ଭିଡିଓ ପ୍ରଦର୍ଶନ ହୋଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *