July 1, 2025
Home » ଜାତୀୟ ବାସ୍କେଟବଲ ପ୍ରତିଯୋଗିତା ପାଇଁ ଓଡିଶା ଦଳରେ ଗଞ୍ଜାମରୁ ୪ ଖେଳାଳୀ ମନୋନୀତ

ଜାତୀୟ ବାସ୍କେଟବଲ ପ୍ରତିଯୋଗିତା ପାଇଁ ଓଡିଶା ଦଳରେ ଗଞ୍ଜାମରୁ ୪ ଖେଳାଳୀ ମନୋନୀତ

0
WhatsApp Image 2025-04-07 at 10.20.15 AM (1)

ବାଳକ ବିଭାଗରେ ଆଲୋକ ଓ ୟେଶରାଜ ଏବଂ ବାଳିକା ବିଭାଗରେ ଆସମସା ଓ ଶ୍ରେୟା
ଘୋଷିତ ୧୫ ଜଣିଆ ଉଭୟ ବାଳକ ଓ ବାଳିକା ଓଡିଶା ଦଳର ପୁଡୁଚେରୀ ଯାତ୍ରା

ବ୍ରହ୍ମପୁର,: ଆସନ୍ତା ୯ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ପୁଡୁଚେରୀର ଉପାଲମ ସ୍ଥିତ ରାଜୀବ ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହେବ ୪୦ ତମ ୟୁଥ୍‌ ନ୍ୟାସନାଲ ବାସ୍କେଟବଲ ଚାମ୍ପିଆନସିପ। ଭାରତୀୟ ବାସ୍କେଟବଲ ଫେଡେରେସନ, ପୁଡୁଚେରୀ ବାସ୍କେଟବଲ ସଂଘ ଏବଂ ପୁଡୁଚେରୀ କ୍ରୀଡା ଉନ୍ନୟନ କର୍ତ୍ତୃପକ୍ଷର ମିଳିତ ଆନୁକୂଲ୍ୟରେ ଏହି ଜାତୀୟ ସ୍ତରର ଖେଳର ଆୟୋଜନ କରାଯାଉଛି। ଏହି ଟୁର୍ଣ୍ଣ।ମେଣ୍ଟ ଆସନ୍ତା ୯ ତାରିଖରେ ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ୪୦ ତମ ଜାତୀୟ ଯୁବ ବାସ୍କେଟବଲ ଚାମ୍ପିଆନସିପ ପାଇଁ ଓଡିଶା ଦଳର ଉଭୟ ବାଳକ ଓ ବାଳିକା ଦଳର ଚୟନ ଶିବିର କଟକ ସ୍ଥିତ ବାରବାଟି ଷ୍ଟାଡିୟମରେ ୨୮ ରୁ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଚୟନ ଶିବିରରେ ଚୟନକର୍ତ୍ତ।ଙ୍କ ଦ୍ବାରା ଉଭୟ ବାଳକ ଓ ବାଳିକା ବର୍ଗରେ ୧୨ ଜଣ ଖେଳାଳୀଙ୍କୁ ଓଡିଶା ଦଳ ପାଇଁ ଚୟନ କରାଯାଇଥିଲା।

ଘୋଷିତ ଓଡିଶା ଦଳର ବାଳକ ବିଭାଗରେ ଗଞ୍ଜାମରୁ ଆଲୋକ ରଂଜନ ଲାକ୍ରା ଓ ୟେଶରାଜ ରଂଜନ ରାଉତ ଏବଂ ବାଳିକା ବିଭାଗରେ ଆସମସା ରାଜଗୁରୁ ଓ ଶ୍ରେୟା ମହାପାତ୍ର ସାମିଲ ହୋଇଥିବା ଓଡିଶା ବାସ୍କେଟବଲ ସଂଘର ସମ୍ପାଦକ ଅଶୋକ ସାହୁଙ୍କ ଠାରୁ ସୂଚନା ମିଳିଛି। ଓଡିଶା ଦଳରେ ସାମିଲ ହୋଇଥିବା ଖେଳାଳୀ ଆଲୋକ ରଂଜନ ଲାକ୍ରା ଓ ଆସମସା ରାଜଗୁରୁ ସ୍ଥାନୀୟ ଡି ପଲ ଇଂରାଜୀ ମାଧ୍ୟମ ସ୍କୁଲର ଛାତ୍ରଛାତ୍ରୀ ହୋଇଥିବା ବେଳେ ୟେଶରାଜ ରଂଜନ ରାଉତ ଆମ୍ବପୁଆ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ଶ୍ରେୟା ମହାପାତ୍ର ଗିରିରୋଡ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ବୋଲି ଜଣାପଡିଛି। ଆଜି ଘୋଷିତ ଉଭୟ ବାଳକ ଓ ବାଳିକା ବର୍ଗର ଓଡିଶା ଦଳ ପୁଡୁଚେରୀ ଅଭିମୁଖେ ଟ୍ରେନ ଯୋଗେ ଯାତ୍ରା କରିବ। ଘୋଷିତ ଓଡିଶା ଦଳ ନିୟମିତ ଅଭ୍ୟାସ ଜାରି ରଖିଥିବା ସହିତ ଦକ୍ଷ ପ୍ରଶିକ୍ଷକମାନଙ୍କ ତତ୍ବାବଧାନରେ ପ୍ରଶିକ୍ଷଣ ନେଇଥିବା ବେଳେ ଖେଳାଳୀଙ୍କ ମଧ୍ୟରେ ବେଶ ସମନ୍ବୟ ରହିଥିବାରୁ ଉଭୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରିଛନ୍ତି ରାଜ୍ୟ ବାସ୍କେଟବଲ ସଂଘର ସମ୍ପାଦକ ଅଶୋକ ସାହୁ। ଦଳରେ ସାମିଲ ହୋଇଥିବା ଗଞ୍ଜାମର ସମସ୍ତ ୪ ଜଣ ଖେଳାଳୀ କୋଚ ଶରତ ଚନ୍ଦ୍ର ମହାପାତ୍ର, କାଜଲ ସାହୁ, ପ୍ରଶାନ୍ତ ରାଉତ, ନାଗେଶ୍ବର ରାଓ, ରାଜ ନାରାୟଣ ପାତ୍ର, ଶ୍ରୀମନ ନାୟକ ଓ ଦୀପକ ରଥଙ୍କ ଠାରୁ ପ୍ରଶିକ୍ଷଣ ନେଉଥିଲେ। ଓଡିଶା ଦଳରେ ସ୍ଥାନ ପାଇବା ସହିତ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିବାରୁ ଗଞ୍ଜାମର ସମସ୍ତ ଖେଳାଳୀଙ୍କୁ ଶୁଭେତ୍ସା ଜଣାଇବା ସହିତ ସେମାନେ ଭଲ ଖେଳ ପ୍ରଦର୍ଶନ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ଗଞ୍ଜାମ କ୍ରୀଡା ସଂଘର ସମ୍ପାଦକ ଜେ. କାମେଶ୍ବର ରାଓ।

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *