April 29, 2025
Home » ଜାତୀୟ ରାଜପଥ ପାଲଟିଛି ମୃତ୍ୟୁ ର ବାହାକ

ଜାତୀୟ ରାଜପଥ ପାଲଟିଛି ମୃତ୍ୟୁ ର ବାହାକ

0
WhatsApp Image 2025-01-07 at 9.43.39 AM

କୁଚିଣ୍ଡା ସହର ଦେଇ ଯାଇଥିବା ଜାତୀୟ ରାଜପଥ ୪୯ ବିଭାଗୀୟ କର୍ତୃପକ୍ଷ ଙ୍କ ଅପରାଗତା ଯୋଗୁଁ ରାସ୍ତା ଟି ମରଣଯନ୍ତା ପାଲଟିଛି।ଏହି ରାସ୍ତା ଗତ ପ୍ରାୟ ୫ ବର୍ଷ ହେବ କାମ ସମାପ୍ତି ହୋଇଛି।ଏହି ରାସ୍ତା ନିର୍ମାଣ ସମୟରେ ରାସ୍ତା କଡର ଗଛ ଗୁଡିକ କଟା ହୋଇଥିଲା।ଗଛ କାଟିବା ସମୟରେ ଗଛ ମୂଳ ଅଂଶ କୁ ଛାଡି ଉପର ଅଂଶ କୁ କାଟି ଦେଇଥିଲେ।ତଳ ଅଂଶ ସେହିପରି ପଡ଼ିରହିଛି।ରାସ୍ତାରେ ବହୁ ସ୍ଥାନରେ ଏପରି ରହିଥିଲେ ମଧ୍ୟ ଲାଡ ନିକଟରେ ଏକ ଗଛ ରହିଥିବା ମରଣଯନ୍ତା ପାଲଟିଛି।ଏହି ସ୍ଥାନରେ ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦୦ ରୁ ଅଧିକ ଦୁର୍ଘଟଣା ହୋଇ ସାରିଲାଣି।ଏହାକୁ ସଫା କରିବା ପାଇଁ ବହୁ ଥର ଅନୁରୋଧ କଲେ ମଧ୍ୟ ଏହା ହେଉନାହିଁ। ଏଣୁ ରାସ୍ତା କଡରେ ରହିଥିବା ଏପରି ସମସ୍ତ ଗଛ ଖୁଣ୍ଟ କୁ ବାହାର କରିବା ପାଇଁ ଦାବି ହେଉଛି।

Leave a Reply

Your email address will not be published. Required fields are marked *