July 6, 2025
Home » ଜାତୀୟ ଲୋକଦାଲତରେ ପରିବାର ୫ଟି ପରବାରିକ ମାମଲା ଫଇସଲା

ଜାତୀୟ ଲୋକଦାଲତରେ ପରିବାର ୫ଟି ପରବାରିକ ମାମଲା ଫଇସଲା

0
WhatsApp Image 2024-12-14 at 5.18.05 PM

ରାୟଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ଙ୍କ ତତ୍ତ୍ୱ।ଵଧାନରେ ପରିଚାଳିତ ୪ର୍ଥ ଜାତୀୟ ଲୋକ ଅଦାଲତ ଅବସରରେ ରାୟଗଡ଼ ପରିବାର ଅଦାଲତ ତରଫରୁ ଦୀର୍ଘ ଦିନ ଧରି ଚାଲି ଆସୁଥିବା ସମୁଦାୟ ୫ଗୋଟି ପାରିବାରିକ ମାମଲା ସମାଧାନ ହୋଇପାରିଛି, ତନ୍ମଧ୍ୟରୁ ୪ଟି ଭରଣ ପୋଷଣ ମକଦ୍ଦମା ହୋଇଥିବା ବେଳେ ଅନ୍ୟ ୧ଟି ଦେୱାନି ମକଦ୍ଦମା । ଉଲ୍ଲେଖନିୟ ଯେ ଉକ୍ତ ଲୋକ ଅଦାଲତ ରେ, ପରିବାର ଅଦାଲତ ବିଚାରପତି ଶ୍ରୀ ସଂଜିତ୍ କୁମାର ବେହେରା ଏବଂ କାଉନସିଲର ଆଶା ଆକାଶ ଗୁରୁ ଙ୍କ ଉଦ୍ୟମ ଯୋଗୁଁ ବହୁ ଦିନରୁ ପାରିବାରିକ ସମସ୍ୟା ପାଇଁ ଅଲଗା ହୋଇ ରହୁଥିବା ଦୁଇଟି ଦମ୍ପତିଙ୍କର ମିଳାମିଶା ହୋଇପାରିଛି। ପ୍ରକାଶ ଥାଉକି ଉକ୍ତ ଲୋକ ଅଦାଲତରେ ବକେୟା ଭରଣ ପୋଷଣ ବାବଦକୁ ସମୁଦାୟ ୨,୫୩,୭୫୮/- ଦୁଇ ଲକ୍ଷ ତେପନ ହଜାର ସାତଶହ ଅଠାବନ ଟଙ୍କା ବିଭିନ୍ନ ଆବେଦନକାରୀ ଅପର ପକ୍ଷ ଠାରୁ ପାଇଥିଲେ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *