ଜାତୀୟ ସଙ୍ଗୀତ ” ବନ୍ଦେ ମାତରଂ ” ଗାନ କରିବାକୁ ଦାବି ଜଣାଇଲେ ଜିଲ୍ଲା କୃଷକ ସଂଗଠନ ର ସଭାପତି
ବୌଦ୍ଧ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଯୁଗ୍ମ ଅଭିଯୋଗ ଶୁଣାଣୀ ରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଓ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋୟଲ୍ ଙ୍କ ଯୁଗ୍ମ ଶୁଣାଣୀ ରେ ବିଭିନ୍ନ ଅଞ୍ଚଳ ରୁ ବିଭିନ୍ନ ସମସ୍ୟା ର ଅଭିଯୋଗ ଥିବା ସଙ୍ଗେ ସଙ୍ଗେ ବୌଦ୍ଧ ଜିଲ୍ଲା କୃଷକ ଉତ୍ପାଦକ ସଂଗଠନ ର ସଭାପତି ରାଜକିଶୋର ଅଗ୍ରୱାଲା ତିନି ଗୋଟି ସାମୁହିକ କ୍ଷେତ୍ର କୁ ନେଇ ଜିଲ୍ଲାପାଳ ଙ୍କୁ ଲିଖିତ ଭାବରେ ଦୃଷ୍ଟି ଆକର୍ଷଣ କରିଥିଲେ l ଓଡ଼ିଶା ସରକାର ଙ୍କ ଲୋକ ସେବା ଭବନ ର ସୂଚନା ଓ ନିର୍ଦ୍ଦେଶ ଅନୁସାରେ ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କାର୍ଯ୍ୟକାରୀ କରାଯିବା,କେନ୍ଦ୍ର ସରକାର ଙ୍କ ନିର୍ଦ୍ଦେଶ ଅନୁସାରେ ଜାତୀୟ ସଙ୍ଗୀତ , ” ବନ୍ଦେ ମାତରଂ ” ଗାନ କୁ ସରକାରୀ କାର୍ଯ୍ୟକ୍ରମ ରେ ବାଧ୍ୟତl ମୂଳକ ଗାନ କରାଯିବା, ସରକାରୀ କର୍ମଚାରୀ ସ୍ଵେଚ୍ଛାକୃତ ରକ୍ତ ଦାନ କଲେ ତାଙ୍କୁ କେନ୍ଦ୍ର, ରାଜ୍ୟ ଓ ଜିଲ୍ଲାପାଳ ଙ୍କ ଚିଠି ଅନୁସାରେ ନିକଟସ୍ଥ ଅଧିକାରୀ ଙ୍କୁ ଦରଖାସ୍ତ ଦେଇ ରକ୍ତ ଦାନ ଦିନ ର ଦିନ ଟି କୁ ଛୁଟି ମଞ୍ଜୁର କରାଇ ନେଇ ପାରିବେ ବୋଲି ଜିଲ୍ଲାପାଳ ସମ୍ମତି ପ୍ରଦାନ କରିଥିଲେ l ଜିଲ୍ଲାପାଳ ସମସ୍ତ ସାମୁହିକ ଅଭିଯୋଗ କୁ କାର୍ଯ୍ୟକାରୀ କରାଯିବ ବୋଲି ସମ୍ମତି ପ୍ରଦାନ କଲେ ଓ ବିଭାଗୀୟ ଅଧିକାରୀ ଙ୍କୁ ତାହାର ସରକାରୀ ଚିଠି କରିବାକୁ ନିର୍ଦ୍ଦେଶ ଦେଲେ l ଆଗାମୀ ଜନଶୁଣାଣୀ ରେ ” ବନ୍ଦେ ମାତରଂ ” ଗାନ କରିବାକୁ ଜିଲ୍ଲାପାଳ ସମ୍ମତି ପ୍ରଦାନ କରିଥିବା ଜଣାପଡିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
