ଜାତୀୟ ସଡ଼କ ସୁରକ୍ଷା ମାସ ଉଦଯାପନି ଉତ୍ସବ ଅନୁଷ୍ଠିତ
କେନ୍ଦ୍ରାପଡ଼ା: ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ସଡ଼କ ସୁରକ୍ଷା ସମ୍ପର୍କିତ ସଚେନତା କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି | ଏହି ମାସେ ବ୍ୟାପି ସଡକ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସଚେତନତା ଶିବିର, ଆଖି ପରୀକ୍ଷା ଶିବିର, ରକ୍ତଦାନ ଶିବିର,କର୍ମଶାଳା,ଲୋକନୃତ୍ୟ ଆୟୋଜନ ସହିତ ବିଭିନ୍ନ ସ୍କୁଲ ଏବଂ କଲେଜ ମାନଙ୍କରେ ପ୍ରତିଯୋଗିତାମାନ ଆୟୋଜିତ ହୋଇଥିଲା | ସ୍ଥାନୀୟ ସଂସ୍କୃତି ଭଵନଠାରେ ଅନୁଷ୍ଠିତ ଉଦଯାପନି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ |

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ, ଏବଂ ପ୍ରଭାତ ବିଶ୍ୱାଳ,ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିରଞ୍ଜନ ଗୌଡ଼, ଆଞ୍ଚଳିକ ପରିବହନ ଅଧିକାରୀ ଲୋକନାଥ ମେହେର,ଆନ୍ତର୍ଜାତୀୟ ସାଇକେଲ ଆରୋହୀ ସନ୍ତୋଷ ମିଶ୍ର ପ୍ରମୁଖ ମଂଚାସୀନ ଥିଲେ | କାର୍ଯ୍ୟକ୍ରମରେ ଜୀବନ ରକ୍ଷା ଏବଂ ସଡ଼କ ସୁରକ୍ଷା ସଚେତନତାକୁ ପ୍ରୋତ୍ସାହିତ କରିବାରେ ଅନୁକରଣୀୟ ଏବଂ ନିସ୍ଵାର୍ଥପର ସେବା ପାଇଁ ଛଅ(୦୬) ଜଣଙ୍କୁ ସାମାରିଟାନରେ ସମ୍ମାନରେ ସମ୍ମାନିତ କରାଯାଇଛି |ଏହା ବ୍ୟତୀତ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ସଡ଼କ ସୁରକ୍ଷା ଉପରେ ଏକ ନୁକ୍କଡ଼ ନାଟକ ମାଧ୍ୟମରେ ସଚେତନ କରିଥିଲେ | ନାଗରିକମାନଙ୍କ ମଧ୍ୟରେ ସଚେତନତା ପ୍ରସାର ଏବଂ ଦାୟିତ୍ୱପୂର୍ଣ୍ଣ ସଡ଼କ ଆଚରଣକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ମାସେ ବ୍ୟାପି ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ | ପ୍ରକାଶଥାଉ କି ଆଜି ସକାଳେ ତିନିମୁହାଁଣୀ ରାମମନ୍ଦିର ଠାରୁ ସଂସ୍କୃତି ଭବନ ପର୍ଯ୍ୟନ୍ତ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା | କାର୍ଯ୍ୟକ୍ରମ ଶେଷରେ ମୋଟର ଯାନ ନିରୀକ୍ଷକ କାଜଲ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |
