March 16, 2025
Home » ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୫ ର ପାଳନ

ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୫ ର ପାଳନ

0

ପାରାଦ୍ଵୀପ: ଆଂଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ପାରାଦ୍ଵୀପ ବଡପଡିଆ ଆଦର୍ଶ ଥାନା ସମ୍ମୁଖରେ ଛାତ୍ରଛାତ୍ରୀ ଏବଂ ଜନସାଧାରଣ ଙ୍କୁ ନେଇ ସଚେତନତା ସଭା ଆୟୋଜନ ହୋଇଥିଲା ,ତତସହିତ ଛାତ୍ର ଛାତ୍ରୀ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ପାଇଁ ସଡକ ସୁରକ୍ଷା ସମ୍ବନ୍ଧିୟ ଶପଥ ପାଠ ର ଆୟୋଜନ ହୋଇଥିଲା ।ପରେ ପରେ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲେ।


ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ରେ ପ୍ରଦିପ ପ୍ରଜ୍ଜ୍ୱଳନ କରିବା ସହ ଛାତ୍ର ଛାତ୍ରୀ ଏବଂ ଜନସାଧାରଣ ଙ୍କୁ ସଡ଼କ ସୁରକ୍ଷା ବିଷୟ ରେ ସଚେତନ ରହିବାକୁ ଅନୁରୋଧ କରିଥିଲେ । ଏଥିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସ୍ମୃତି ରଞ୍ଜନ କର ଯୋଗଦେଇ ସଚେତନତା ବାର୍ତ୍ତା ଦେଇଥିଲେ।ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ନିର୍ମଳ ମହାନ୍ତି ଜାତୀୟ ସଡ଼କ ସୁରକ୍ଷା ସମ୍ବନ୍ଧିୟ ଶପଥ ପାଠ କରାଇବା ସହ ସଡ଼କ ସୁରକ୍ଷା ମାସ ରେ ଜନସାଧାରଣ ଙ୍କୁ ପ୍ରଥମେ ସଚେତନତା କରାଯିବ ପରେ ଆଇନ୍ କୁ କଡାକଡି ଭାବରେ ପାଳନ କରାଯିବ ବୋଲି ମନ୍ତବ୍ୟ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଇଫକୋ ଲୋକ ସମ୍ପର୍କ ଅଧିକାରୀ ଡ଼ଃ ପ୍ରସନ୍ନ କୁମାର ବେଉରା, ଦୁର୍ଘଟଣା ରେ କିପରି ଜୀବନ ହାନି ହେଉଛି ତାର ପ୍ରତିକାର ବିଷୟରେ ପିଲା ମାନଙ୍କୁ ଏବଂ ଜନସାଧାରଣଙ୍କ ସହଯୋଗ ପାଇଁ ଅନୁରୋଧ କରିଥିଲେ । ଆଇଓ ସି ଏଲ ର ଡି ଜି ଏମ୍ ସିକୁରିଟ ଶ୍ରୀ ଏମ୍ ବି ସୋହାଲା, ପାରାଦୀପ ମୁନିସପାଲିଟ୍ ର କାଉନସିଲର ଶ୍ରୀମତୀ ସୈାଦାମ୍ବିନୀ ସାହୁ ଏବଂ ଶ୍ରୀ ସୁବ୍ରତ ପ୍ରଧାନ, ପାରାଦୀପ ର ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ସର୍ବେଶ୍ଵର ବଳିଆର ସିଂ ଯୋଗଦେଇ ପିଲାମାନଙ୍କୁ ସଡ଼କ ସୁରକ୍ଷା ନିୟମ ଉପରେ ଆଲୋକପାତ କରିଥିଲେ। ଶେଷରେ ପାରାଦ୍ଵୀପ ର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡା ଧନ୍ୟବାଦ ଅର୍ପଣ କରିବା ସହ ସର୍ବଦା ଘରୁ ଗାଡ଼ି ନେଇ ଗଲା ବେଳେ ଆଇ ଏସ ଆଇ ମାର୍କା ହେଲମେଟ ପିନ୍ଧିବା ଏବଂ ମୋବାଇଲ୍ ଫୋନ୍ ବ୍ୟବହାର ନକରିବା, ଚାରି ଚକିଆ ଗାଡି ଚାଳନା ସମୟରେ ସିଟ୍ ବେଲ୍ଟ ବାନ୍ଧିବାକୁ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *