ଜାତୀୟ ସ୍ୱାସ୍ଥ୍ୟ ମିଶନ,ନିର୍ଦ୍ଦେଶିକା ଡଃ. ବୃନ୍ଦା, ଡି ଙ୍କ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ।
କ୍ଷେତ୍ର ପରିଦର୍ଶନ ଓ ବିଭିନ୍ନ ଉନ୍ନୟନମୂଳକ ଯୋଜନା ର ସମୀକ୍ଷା
ଭବାନୀପାଟଣା: ରାଜ୍ୟ ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ମିଶନ, ନିର୍ଦେଶିକା ଓଡିଶା ସରକାର ତଥା ରାଜ୍ୟ
ପ୍ରଭାରୀ ଅଧିକାରିଣୀ ଡଃ ବୃନ୍ଦା, ଡି ଙ୍କ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଛନ୍ତି। ପ୍ରଥମ ଦିନରେ ଲାଞ୍ଜିଗଡ ବ୍ଲକ ର ଗୁଣ୍ଡୁରୀ ସ୍ଥିତ ସ୍ବାସ୍ଥ୍ୟ କେନ୍ଦ୍ର, ଉପର ନଙ୍ଗଲ ବାହାଲୀ ସ୍ଥିତ ବିକାଶ ନଗର କୁମୁଡା ପଦର ଗ୍ରାମର କାଜୁ ଉଦ୍ୟାନ,ବିଶ୍ବନାଥ ପୁରରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ। ସେ ଗୁଣ୍ଡୁରୀ ସ୍ଥିତ ସ୍ବାସ୍ଥ୍ୟ କେନ୍ଦ୍ର ରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସହିତ ସ୍ବାସ୍ଥ୍ୟ ସମସ୍ୟା ଉପରେ ବୁଝିଥିଲେ।ଗର୍ଭଧାରଣ ମାଆ ମାନଙ୍କର ପ୍ରସବ ଯନ୍ତ୍ର ପଞ୍ଜିକରଣ ଠିକ ସମୟରେ କରିବା, ଗର୍ଭଧାରଣ ମା ମାନଙ୍କର ରକ୍ତ ପରୀକ୍ଷା ,ରୋଗୀ ମାନଙ୍କୁ ଉଚିତ ସମୟରେ ବଟିକା ଓ ଟୀକା ପ୍ରଦାନ କରିବା,ଡାକ୍ତର ଖାନାରେ ଗର୍ଭ ବତୀ ମା ମାନଙ୍କର ପ୍ରସବ କରାଇବା,କମ ଓଜନ ଥିବା ଶିଶୁ ଉପରେ ଧ୍ୟାନ ଦେବା,ଶିଶୁ ମାନଙ୍କର ସମ୍ପୂର୍ଣ ଟୀକାକରଣ ଯକ୍ଷ୍ମା ରୋଗୀ ଚିହ୍ନଟ କରିବା ଉପରେ ଆଲୋଚନା କରିଥିଲେ । ଇଂଜି ଗ୍ରାମ ପଂଚାୟତର ବିକାଶ ନଗର ରେ ମା ମାନଙ୍କ ସୁବିଧା ଓ ଅସୁବିଧା ପଚାରି ବୁଝିଥିଲେ,ଛୋଟ ଛୁଆ ମାନଙ୍କୁ ଅଙ୍ଗନୱାଡି କେନ୍ଦ୍ର ଓ ୫ ବର୍ଷ ରୁ ଉର୍ଦ୍ଧ୍ବ ପିଲା ମାନଙ୍କୁ ବିଦ୍ୟାଳୟ ପଠାଇବା ପାଇଁ କହିଥିଲେ। ସେମାନଙ୍କର ଆୟୁଷ୍ମାନ କାର୍ଡ, ରାସନ କାର୍ଡ, ବୟସ୍କ ମାନଙ୍କର ଭତ୍ତା କାର୍ଡ,ପାନୀୟଜଳର ସୁବିଧା ,ଜୀବନ ଜୀବିକା ନିର୍ବାହ ପାଇଁ କାର୍ଯ୍ୟ ପନ୍ଥା ଉପରେ ଆଲୋଚନା କରିଥିଲେ ।

ସେହିପରି କୁମୁଡାପଦର ର କାଜୁ ଉଦ୍ୟାନ, ବିଶ୍ବନାଥପୁର ରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ସମୟରେ ସେଠାରେ ସ୍ବାସ୍ଥ୍ୟ ଅଧିକାରୀ, କର୍ମଚାରୀ ଓ ରୋଗୀ ମାନଙ୍କ ସହିତ ବାର୍ତାଳାପ କରିଥିଲେ ଏବଂ ସ୍ବାସ୍ଥ୍ୟ କେନ୍ଦ୍ର ସମସ୍ୟା ମାନ ବୁଝି ଥିଲେ ।ପରିଦର୍ଶନ ସମାପ୍ତ କରି ଜିଲ୍ଲାପାଳ ଙ୍କ ସଦଭାବନା ସଭାଗୃହ ରେ ଆୟୋଜିତ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମ,ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ର ବିଭିନ୍ନ ସୁଚକାଙ୍କ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ।ଏଥିରେ ଶିକ୍ଷା, ସ୍ବାସ୍ଥ୍ୟ,କୃଷି,ପାନୀୟ ଜଳ, ସମାଜ କଲ୍ୟାଣ, ସମନ୍ବିତ ଜନଜାତି ଉନ୍ନୟନ,ଶିଶୁ ସୁରକ୍ଷା, ଗମନାଗମନ, ଜୀବନ ବୀମା ,ସ୍ଵାସ୍ଥ୍ୟବୀମା,ଯୋଗାଣ, ଦକ୍ଷତା ବିକାଶ, ନିୟୋଜନ, ଗ୍ରାମ୍ୟ ଉନ୍ନୟନ ଇତ୍ୟାଦି ବିଭାଗୀୟ କାର୍ଯ୍ୟକ୍ରମ ର ଅଗ୍ରଗତି ଓ ସଫଳ ରୂପାୟନ ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଉପ ଜିଲ୍ଲାପାଳ ଧର୍ମଗଡ଼ ପ୍ରେକ୍ଷା ଅଗ୍ରୱାଲ, ଭାରତୀୟ ପ୍ରଶାସନିକ ସେବା (ପ୍ରୋବେସନ) ଅନିମେଶ ପ୍ରଧାନ, ଉପ ନିର୍ଦେଶକ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଶ୍ରୀକାନ୍ତ ଦଳେଇ ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ। ଦ୍ବିତୀୟ ଦିନ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ର ଅଟ୍ଟାନଗୁଡା ସ୍ଥିତ (କୃତ୍ରିମ ବୁଦ୍ଧିମତା) ALଅଙ୍ଗନବାଡ଼ି କେନ୍ଦ୍ର, ଥୁଆମୂଳ ବ୍ଲକ ଅନ୍ତର୍ଗତ ସାଇ ସୁରନି ମା ଗୃହ ଓ ସ୍ବାସ୍ଥ୍ୟ କେନ୍ଦ୍ର, ଥୁଆମୁଲ ରାମପୁର ରୁ କାଶିପୁର ପର୍ଯ୍ୟନ୍ତ ରାସ୍ତା ର ନିର୍ମାଣ କାର୍ଯ୍ୟ, ସେହିପରି କାଣିଗୁମାର କଫି ଉଦ୍ୟାନ, ମୂଖୁଗୁଡା ଠାରେ ପମ୍ପ୍ ଷ୍ଟୋରେଜ୍ ପ୍ରକଳ୍ପ ର ସମୀକ୍ଷା,ଶେଷରେ ଜୟ ପାଟଣା ବ୍ଲକ ଅନ୍ତର୍ଗତ ଖଲିଆଭଟ୍ଟା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ଡ଼ା ବୃନ୍ଦା ଙ୍କ ସହିତ ପ୍ରବେସନାରୀ (ଆଏଏସ) ଶ୍ରୀ ଅନିମେଷ ପ୍ରଧାନ, ଉପ ନିର୍ଦେଶକ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଶ୍ରୀ ଶ୍ରୀକାନ୍ତ ଦଳେଇ, ଜିଲ୍ଲା ମୁଖ୍ୟ ଚିକିତ୍ସାଧୂକାରୀ ଡାକ୍ତର ନିହାରେନ୍ଦ୍ର ପଣ୍ଡା ଓ ଡିପିଏମ ଦିଲ୍ଲୀପ କୁମାର ଦୁବେ ପ୍ରମୁଖ ଉପସ୍ଥିତ ଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
