ଜାତୀୟ T 10,ଟେନିସ କ୍ରିକେଟ ଚାମ୍ପିୟାନସିପ ପାଇଁ, ଓଡିଶା ଦଳର ଗୋଆ ଯାତ୍ରା.

ଚଳିତମାସ ୨୪ତାରିଖରୁ ୨୭ତାରିଖ ୪ଦିନ ବ୍ୟାପି ଗୋଆର ପାନଜୀ ସ୍ଥିତ କ୍ୟାମ୍ପଲ ଗ୍ରାଉଣ୍ଡ ଠାରେ ହେବାକୁ ଯାଉଥିବା ଜାତୀୟ T 10 ଟେନିସ କ୍ରିକେଟ ଚାମ୍ପିୟାନସିପ ପାଇଁ ଓଡିଶା ପକ୍ଷରୁ ଏକ ୧୬ଜଣିଆ ଟିମ ଗୋଆ ଯାତ୍ରା କରିଛନ୍ତି,
ବାହାରିଥିବା ଏହି ୧୬ଜଣିଆ ଟିମରେ ଶିବାନୀ ପ୍ରସାଦ ଦାସମହାପାତ୍ର କ୍ୟାପଟେନ, ପଙ୍କଜ ପୂଜାପଣ୍ଡା, ରାଜକିଶୋର ପୂଜାପଣ୍ଡା, ରବିନାରାୟଣ ପୂଜାପଣ୍ଡା, ମହାବୀର ପ୍ରତିହାରୀ, କୃପାସିନ୍ଧୁ ଦାସମହାପାତ୍ର, ଶମ୍ଭୁନାଥ ସିଂହାରି, ଜ୍ୟୋତିପ୍ରକାଶ ପଣ୍ଡା, ଭାସ୍କର ମଲ୍ଲିକ, ଅନ୍ତର୍ଯ୍ୟାମୀ କହଁର, ସନ୍ତୋଷ କୁମାର ସେଠି, ସୂର୍ଯ୍ୟନାରାୟଣ ବେହେରା, ମୁକ୍ତି ପାତ୍ର, ଦେବାଶିଷ ଦାସ, ଭୁବନାନନ୍ଦ ଛାଟୋଇ କୋଚ, ଏବଂ ଟିମ ମ୍ୟାନେଜର ବ୍ରଜକିଶୋର ଦାସଙ୍କୁ ଆସୋସିଏସନର ଉପସଭାପତି ସବିତା ସିଂ ଏବଂ ମିଡ଼ିଆସେଲ ଚେୟାରମ୍ୟାନ ଅମୂଲ୍ୟ କୁମାର ଜେନା ପ୍ରମୁଖ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ.