ଜାନୁଆରୀ 1ରୁ 3 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପଏଁରୀ ତିହାର – 2025

ସୁବର୍ଣ୍ଣପୁର — ଆସନ୍ତା ଜାନୁଆରୀ 1 ରୁ 3 ତାରିଖ ପର୍ଯ୍ୟନ୍ତ ପଏଁରୀ ତିହାର ର ରୌପ୍ୟ ଜୟନ୍ତୀ ସମାରୋହ ପାଳିତ ହେବ l ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ପକ୍ଷରୁ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ସମ୍ପାଦକ ତଥା ଲୋକକଳା ଗବେଷକ ଚୌଧୁରୀ ବିଭାର l ଚଳିତ ବର୍ଷ ପଏଁରୀ ତିହାର କୁ 25 ବର୍ଷ ହେଉଥିବା ବେଳେ ଅନୁଷ୍ଠାନ ତାର ରୌପ୍ୟ ଜୟନ୍ତୀ ପାଳିବ l ତେଵେ ଚଳିତ ବର୍ଷ ପୁରୁଣାଟାଉନହଲ ଠାରେ ଅନୁଷ୍ଠିତ ହେବ ପଏଁରୀ ତିହାର l ଅନୁଷ୍ଠାନ ର ସଭାପତି ଲଡ଼ୁକିଶୋର ମଲ୍ଲିକ ଙ୍କ ଅଧ୍ୟକ୍ଷତା ରେ ହୋଇଥିବା ଏହି ସମ୍ମିଳନୀ ରେ ଅନୁଷ୍ଠାନ ର ଉପଦେଷ୍ଟା ଅଭିମନ୍ୟୁ କୁଶଳ, ଉପସଭାପତି ପ୍ରଫୁଲ୍ଲ ନାଏକ ପ୍ରମୁଖ ଉପସ୍ଥିତ ଥିଲେ l ଆସନ୍ତା 1ରୁ 3 ପର୍ଯ୍ୟନ୍ତ ହେବାକୁ ଥିବା ଏହି ତିହାର ରେ ପ୍ରତ୍ୟେକ ସନ୍ଧ୍ୟା ରେ ରାଜନୈତିକ,ପ୍ରଶାସନିକ ଅଧିକାରୀ, ଶିକ୍ଷାବିତ, ବରିଷ୍ଠ କଳାକାର ମାନେ ଅତିଥି ଭାବେ ଯୋଗଦେବେ ଏହା ସହ ଜାନୁଆରୀ 1ତାରିଖ ପ୍ରଥମ ଦିନ ସକାଳ 9 ଟା ରୁ ସୁବର୍ଣ୍ଣପୁର ର ଇଷ୍ଟଦେଵୀ ମା ସୁରେଶ୍ୱରୀ ଙ୍କ ଠାରେ ପୂଜାର୍ଚ୍ଚନା ପରେ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରି ପୁରୁଣା ଟାଉନହଲ ପଡିଆ ରେ ପହଂଚିବ l ପରେ ବରିଷ୍ଠ କଳାକାର କରମ ଚାନ୍ଦ ମହାନ୍ତି ଙ୍କ ଦ୍ୱାରା କାର୍ଯ୍ୟକ୍ରମ କୁ ଉଦଘାଟନ କରାଯିବ l
ପରେ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଆସିଥିବା କଳାକାରଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା l 1 ତାରିଖ ସନ୍ଧ୍ୟା ରେ ରୌପ୍ୟ ଜୟନ୍ତୀ ର ସ୍ମରଣିକା ଉନ୍ମୋଚନ କରାଯିବା ସହ ତିନି ଦିନ ବ୍ୟାପି ପ୍ରତ୍ୟେକ ସନ୍ଧ୍ୟା ରେ ଲୋକ ଗୀତ ସହ ଓଡିଶା ତଥା ଓଡିଶା ବାହାରୁ ଆସିଥିବା ସାଂସ୍କୃତିକ ଦଳଙ୍କ ଦ୍ୱାରା ଲୋକ ନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ l ଚଳିତ ବର୍ଷ ଦଣ୍ଡ କଳାକାର ସନାତନ ରଣବିଡା ଙ୍କୁ କୁନ୍ଦୁରୁ କୁଶଳ ସ୍ମୃତି ସମ୍ମାନ,କଣ୍ଠଶିଳ୍ପୀ ସୁଜାତା ଗିରି ଙ୍କୁ ବୃନ୍ଦାବନ ନାଏକ ସ୍ମୃତି ସମ୍ମାନ, ବାଦ୍ୟକାର ଗଙ୍ଗାଧର ଗରଡ଼ିଆ ଙ୍କୁ ପୁରନ୍ଦର ବାରିକ ସ୍ମୃତି ସମ୍ମାନ ସହ ବୌଦ୍ଧ ଜିଲ୍ଲାର ଗୁପ୍ତେଶ୍ୱର ଖେତୀ ଙ୍କୁ ପଏଁରୀ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯିବ ଓ ଜିଲ୍ଲାର ବିଭନ୍ନ କ୍ଷେତ୍ର ରେ ଖ୍ୟାତି ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ସମ୍ପାଦକ ଚୌଧୁରୀ ବିଭାର ଏହି ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇଥିଲେ l ସଭା କୁ ଅନୁଷ୍ଠାନ ର କୋଷାଧ୍ୟକ୍ଷ ସୁଶାନ୍ତ ସାହୁ ସଂଯୋଜନା କରିଥିବା ବେଳେ ଉପ ସଭାପତି ଶ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l ଅନୁଷ୍ଠାନ ର ସହ ସମ୍ପାଦକ ପୃଥ୍ୱୀରାଜ ବାଘ, ସନ୍ତୋଷ ମିଶ୍ର, ମନୋରଞ୍ଜନ ତ୍ରିପାଠୀ, ସଞ୍ଜୟ ସାହୁ ଗୋପାଳ ମେହେର, ସୌମ୍ୟ ରଞ୍ଜନ ସେଠୀ,ଅମିତ ସାହୁ, ଲଳିତ ମେହେର, ଅଭିଷେକ ମେହେର,ସୁରଜ ମେହେର,ରୋଶନ ସାହୁ, ରାଗବ ସୁନା ପ୍ରମୁଖଙ୍କ ସହ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଏହି ସାମ୍ବାଦିକ ସମ୍ବିଳନୀ ରେ ଉପସ୍ଥିତ ଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର